ଜଣା ଅଜଣା

ଦାରିଙ୍ଗିବାଡିର ନାମକରଣ

ଲେଖା: ଡାକ୍ତର କୁମାର ଅରୋଜ୍ୟୋତି
ଆମ “ଦାରିଙ୍ଗିବାଡି”କୁ ଏହାର ସ୍ବର୍ଗୀୟ ପରିବେଶ ତଥା ସୌନ୍ଦର୍ଯ୍ୟ ପାଇଁ “ଓଡ଼ିଶାର କାଶ୍ମୀର” ବୋଲି କୁହାଯାଏ । ଏଠାକାର ତାପମାତ୍ରା ଶୀତ ଦିନରେ ଶୁନ ଡିଗ୍ରୀ ତଳକୁ ମଧ୍ୟ ଖସିଆସେ ଓ ସେତେବେଳେ ଏଠାରେ ତୁଷାରପାତ ମଧ୍ୟ ହୁଏ । ତେବେ ଏପରି ଦାରିଙ୍ଗିବାଡିର ନାମକରଣ କାହିଁକି ହେଲା ତାହା ଅନେକଙ୍କୁ ହୁଏତ ଜଣା ନ ଥିବ । ଆସନ୍ତୁ ସେ ସମ୍ୱନ୍ଧରେ ଜାଣିବା ।
ଏହା ବ୍ରିଟିଶ ଶାସନ ସମୟର କଥା । ସେତେବେଳେ ଏହି ସ୍ଥାନର ଦାୟିତ୍ୱରେ “ଦାରିଙ୍ଗ ସାହେବ” ନାମରେ ଜଣାଶୁଣା ଜନୈକ ବ୍ରିଟିଶ ଅଫିସର ଥିଲେ । ତାଙ୍କରି ନାମ ଅନୁସାରେ କାଳକ୍ରମେ ଦାରିଙ୍ଗିବାଡିର ନାମକରଣ ହୋଇଛି । ଏଠାରେ “ବାଡି” ଶବ୍ଦ ରହିବା ସ୍ଥାନକୁ ବୁଝାଉଛି । ତେବେ କାରଣ ଯାହାହେଉ ନା କାହିଁକି “ଦାରିଙ୍ଗିବାଡି” ଏକ ଦର୍ଶନୀୟ ସ୍ଥାନ ଏବଂ ଏହା ଓଡ଼ିଶାର ଏକ ମନୋରମ ଶୈଳନିବାସ । ଓଡ଼ିଶାର ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ ଆମେ ଭାରତର ଅନ୍ୟାନ୍ୟ ଦର୍ଶନୀୟ ଶୈଳନିବାସ ଗୁଡିକୁ ପରିଭ୍ରମଣ କରିବା ବଦଳରେ “ଦାରିଙ୍ଗିବାଡି”କୁ ପରିଭ୍ରମଣ କଲେ ଆମ ପର୍ଯ୍ୟଟନର ବିକାଶ ହୋଇପାରିବ ତଥା ଆମେ ଏହି ସ୍ଥାନର ଅପରୂପ ସୌନ୍ଦର୍ଯ୍ୟକୁ ମଧ୍ୟ ଉପଭୋଗ କରିପାରିବା । ଧନ୍ୟବାଦ । ଜୟ ଓଡ଼ିଶା !
Spread the love
admin

Recent Posts

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

3 days ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…

4 days ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ଜଣେ ଉପେକ୍ଷିତ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ଗୋଟିଏ କଥା ମନରେ ଉଠେ, ଯେଉଁ…

6 days ago

ଛଅଟି କୋକେଇ

ଲେଖା: ନିରଞ୍ଜନ ସାହୁ ଶ୍ରଦ୍ଧେୟ ବାଜି ! ସାଷ୍ଟାଂଗ ଦଣ୍ଡବତ ପ୍ରଣାମ ଘେନିବା ହୁଅ। ନା, ତମେ ଯେ ସାଷ୍ଟାଂଗ…

1 week ago

ବସନ୍ତରାସ

ଉପସ୍ଥାପନା: ନିରଞ୍ଜନ ସାହୁ ଋତୁରାଜ ବସନ୍ତଙ୍କ ଆଗମନରେ ରାଧାଙ୍କର ମାନସିକ ଚଞ୍ଚଳତା ବୃଦ୍ଧି ପାଇଛି। କୃଷ୍ଣଙ୍କର ଘନସାନିଧ୍ୟ ଲାଭ କରିବା…

1 week ago

ନବଘନ କହଁର

ଲେଖା: ନିରଞ୍ଜନ ସାହୁ ଇଂରେଜମାନେ ଧରିନେଇଥିଲେ ଯେ, କନ୍ଧମାନେ ହଳଦୀ କିଆରିରେ ବଳି ଦେଉଛନ୍ତି, କେବଳ ମଣିଷ ରକ୍ତ ପରି…

2 weeks ago