ଲେଖା: ଦେଵ ତ୍ରିପାଠୀ
୧୫୦୬ ମସିହା, ଯୋଵ୍ରା, କଟକ ।
ଉତ୍ତର ଭାରତର ଅଗଣିତ ତୀର୍ଥ ସ୍ଥାନ ସମେତ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଦର୍ଶନ ସାରି ସନ୍ଥ ଜଣେ ଫେରନ୍ତା ବାଟରେ ଦଣ୍ଡେ ଅଟକିଗଲେ ମହାନଦୀ କୂଳରେ !
ଫୁଲେଇ ମହାନଦୀ ଆଉ ନଦୀଗର୍ଭର ପଠାରେ କାଶତଣ୍ଡୀ ଜଙ୍ଗଲ ସହିତ କଟକର ମାଟି, ଆକାଶ, ନଦୀ ଓ କାଶଫୁଲ ସବୁର ଯେମିତି ଥିଲା ଏକ ଅଦ୍ଭୁତ ଆକର୍ଷଣ ! ବୋଧହୁଏ ସେଇ ସନ୍ଥଙ୍କ ଚରଣସ୍ପର୍ଶରେ ପବିତ୍ର ହେବାର ସୈାଭାଗ୍ୟକୁ ଜାବୁଡ଼ି ଧରିଥିଲେ କଟକର ମାଟି ଆଉ ମହାନଦୀର ପାଣି ! ଶିଷ୍ୟ ଓ ଅନୁଗାମୀଙ୍କୁ ସାଥୀରେ ଧରି ମହାନଦୀ କୂଳରେ କୁଟୀରଟିଏ ବନାଇ ବାସକଲେ ସେ ସନ୍ଥ, ଅଗଣିତ ନୂତନ ଶିଷ୍ୟଙ୍କୁ ଆଧ୍ୟାତ୍ମିକତା, ଜ୍ଞାନ, ଭାବ, କରୁଣାରେ ସିକ୍ତ କରି କରି !
ତେବେ ସେଇ ମହାନୁଭବ ସନ୍ଥଙ୍କ ଯଶରେ ମ୍ରିୟମାଣ ଥିଲା ଚୈତନ୍ୟ ନାମଧାରୀ ଏକ ଦୁର୍ବୃତ୍ତ ତାନ୍ତ୍ରିକ ! ଈର୍ଷା ସୀମାତୀତ ହେବାରୁ ନିକଟସ୍ଥ ସାହାଡ଼ା ଗଛରୁ ଡ଼ାଳଖଣ୍ଡେ ଆଣି ଧ୍ୟାନରତ ମହାତ୍ମାଙ୍କୁ ଆଘାତ କରିବାକୁ ଲାଗିଲା ! ମହାତ୍ମାଙ୍କ ଶରୀର ରକ୍ତ ଜୁଡୁବୁଡୁ ! ହେଲେ ମାନବର କଲ୍ୟାଣ ପାଇଁ ଯିଏ ଅବତରିଛନ୍ତି ଧରାପୃଷ୍ଠରେ ସେ କେବେ ହିଂସା ଆଚରଣ କରିପାରିବେ କି ଇତର ମଣିଷ ପ୍ରତି ! କରୁଣା ଓ ଆଶୀର୍ବାଦ ପାଇଁ ଉଠିଲା ହାତ ତାଙ୍କର ! ମୁଖମଣ୍ଡଳରେ ଅପୂର୍ବ ଜ୍ୟୋତି, ହସ ହସ ବଦନ ଦେଖି ଜ୍ଞାନ ଉଦୟ ହେଲା ଚେତନ୍ୟର !
ପରେ ପରେ ଶିଷ୍ୟ ବନିଯାଇଥିବା ଚୈତନ୍ୟ ହାତରୁ ସାହାଡ଼ା କାଠିଟିରେ ଦାନ୍ତଘଷିସାରି କାଠିଟିକୁ ପୋତି ଦେଇଥିଲେ ସେ ସନ୍ଥ । କିଛି ବର୍ଷ ଉତାରେ ସନ୍ଥ ମହାତ୍ମା କଟକର ଆଶ୍ରମ ଛାଡ଼ି ଯିବାବେଳକୁ ସେ କାହିଁକି ପରିଣତ ହୋଇଥିଲା ଏକ ବିଶାଳଦ୍ରୂମରେ !
ଶିଖଧର୍ମର ପରମଗୁରୁ ସନ୍ଥ ନାନକ ମହାତ୍ମାଙ୍କ ଚରଣରେଣୁରେ ପଵିତ୍ର ସେ ମାଟିର ସେଇ ଐତିହାସିକ ବୃକ୍ଷଟି କିନ୍ତୁ ୧୯୩୦ ମସିହାରେ ବଜ୍ରପାତରେ ମୃତ୍ୟୁବରଣ କଲେ ମଧ୍ୟ ମୂଳରୁ କଅଁଳେ ଆଉ ଏକ ବୃକ୍ଷ ! ସଂଯୋଗ ହେଉ ଅବା ଦୈଵଵିଧାନ ଉକ୍ତ ନୂତନ ବିଶାଳ ଵୃକ୍ଷଟି ଦିନେ ଆକର୍ଷିତ କରେ ଯଶସ୍ବୀ ଓଡ଼ିଆ ବୈଜ୍ଞାନିକ ପ୍ରଫେସର ଡ଼ଃ ପ୍ରାଣକୃଷ୍ଣ ପରିଜା ମହୋଦୟଙ୍କୁ !
ସାଥୀ ବୈଜ୍ଞାନିକ ପ୍ରଫେସର ବାବା କର୍ତ୍ତାର ସିଂଙ୍କ ସହ ମିଶି ବୃକ୍ଷଟିର ବୈଜ୍ଞାନିକ ଅନୁଶୀଳନ ସହିତ ଗୁରୁ ନାନକଙ୍କ ଓଡ଼ିଶା ଆଗମନର ଐତିହାସିକ ତଥ୍ୟାବଳୀର ସାମଞ୍ଜସ୍ୟ ପାଇଥିଲେ ସେ ! ସେଇ ପବିତ୍ର କ୍ଷେତ୍ରରେ ଏକ ଭବ୍ୟ ସାଧନାସ୍ଥଳୀ ସ୍ଥାପନା ପାଇଁ ଡଃ ପରିଜା ପାଇଥିଲେ ଅନ୍ତରର ତାଗଡ଼ା ଆହ୍ୱାନ ! ପ୍ରଫେସର ସିଂଙ୍କ ସହ ମିଶି କଟକ ସମେତ ଦେଶର ବିଭିନ୍ନ ସ୍ଥାନରୁ ଅନୁଦାନ ସଂଗ୍ରହ ପୂର୍ବକ କଟକ ମାଟିରେ ୧୯୩୫ ଵର୍ଷରେ ଗଢିଥିଲେ ଏକ ଐତିହାସିକ ତଥା ଭବ୍ୟ ଗୁରୁଦ୍ୱାର – ଦାନ୍ତକାଠିରୁ ଵିଶାଳ ବୃକ୍ଷ ଏବଂ ଵୃକ୍ଷରୃ ପ୍ରେରଣାସିକ୍ତ ହୋଇ ଗଢାଯାଇଥିବା କାରଣରୁ ଏଇ ପାବନକ୍ଷେତ୍ର ଧର୍ମପୀଠର ନାମକରଣ ହେଲା ଗୁରୁ ନାନକ ଦାତନ୍ ସାହିଵ୍ ଗୁରୁଦ୍ଵାର ! ଜଣେ ବୈଜ୍ଞାନିକଙ୍କ ହାତରେ ପ୍ରାଣପ୍ରତିଷ୍ଠା ପାଇଥିଲା ଏକ ଅନନ୍ୟ ଧର୍ମପୀଠ !
ଡଃ ପରିଜା ଏବଂ କର୍ତ୍ତାର ସିଂଙ୍କ ନିଷ୍ଠାପର ଉଦ୍ୟମରେ ପ୍ରତିଷ୍ଠିତ ଏଇ ଧର୍ମୀୟ ପୀଠ କେବଳ କଟକ ଅବା ଓଡ଼ିଶାର ନୁହେଁ, ବରଂ ଦେଶର କୋଣ ଅନୁକୋଣରରୁ ଭକ୍ତଙ୍କୁ ହାତଠାରି ଡାକେ ! ଗୁରୁଦେବଙ୍କ ଓଡ଼ିଶା ଭ୍ରମଣ ଓ କଟକ ରହଣିର ସ୍ମୃତିକୁ ଉଜ୍ଜୀବିତ କରି ରଖିଥିବା ଏଇ ଦାତନ୍ ସାହିଵ୍ ଗୁରୁଦ୍ଵାର ପୀଠ ଐତିହାସିକ କଟକନଗରୀର ଶୋଭା ଓ ଗାରିମା ବର୍ଦ୍ଧନ କରେ !
Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

6 days ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

7 days ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

2 weeks ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

2 weeks ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

2 weeks ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

2 weeks ago