ଲେଖା: ତ୍ରିଲୋଚନ ସ୍ୱାଇଁ
~ ଦକ୍ଷିଣକାଳୀ ମନ୍ଦିର ଓ ଦୁର୍ଗାମାଧବ ମନ୍ଦିର ~
ଗ୍ରାମ ବୀରଗୋବିନ୍ଦପୁର ଶାସନ, ସତ୍ୟବାଦୀ, ଜିଲ୍ଲା ପୁରୀ
ଅନନ୍ତ ଓ ଅସୁମାରୀ କୀର୍ତ୍ତିରାଜିରେ ଭରା ଆମ ଏ ଓଡ଼ିଶା ଭୂଖଣ୍ଡ l କୋଣାନୁକୋଣରେ ତା’ର କେତେ ଯେ ଦେଉଳ, କେତେ ମଠ ଓ ମନ୍ଦିର l ଧର୍ମ, ସାହିତ୍ୟ, ସଂସ୍କୃତି, ନୃତ୍ୟ ଓ ସଂଗୀତ କେତେ ଯେ ଉତ୍କୃଷ୍ଟ କଳାରେ ଭରା ଏଇ ଉତ୍କଳ ପ୍ରଦେଶ l ଗୌରବମୟ ଆମ ଅତୀତ ଓ ଇତିହାସ l
ଚଳିତ ବର୍ଷ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ରୁକୁଣା ରଥଯାତ୍ରା ବା ପବିତ୍ର ଅଶୋକାଷ୍ଟମୀ ତିଥିରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଦର୍ଶନର ଅଭିଳାଷ ନେଇ ଶ୍ରୀକ୍ଷେତ୍ର ଅଭିମୁଖେ ବାହାରି ପଡିଥିଲୁ l ଚୈତ୍ର ମାସର ଉଷ୍ମ ଶୀତଳ ପରିବେଶରେ ଶ୍ରୀକ୍ଷେତ୍ର ଯାତ୍ରା ତନୁ ମନକୁ ଆମୋଦିତ କରିବା ସହିତ ଯାତ୍ରାଟି ମଧ୍ୟ ଖୁବ୍ ସ୍ମରଣୀୟ ଥିଲା l ସେଦିନ ପୁରୀ ଯିବା ରାସ୍ତାରେ ଆଉ ତିନିଗୋଟି ପାବନକ୍ଷେତ୍ର ଭ୍ରମଣର ସୁଯୋଗ ମଧ୍ୟ ପ୍ରାପ୍ତ ହୋଇଥିଲା l
ସତ୍ୟବାଦୀର ବୀରଗୋବିନ୍ଦପୁର ଶାସନରେ ଥିବା ପ୍ରାଚୀନ ଦୁର୍ଗାମାଧବ ମନ୍ଦିର, ମାଆ ଦକ୍ଷିଣକାଳୀ ମନ୍ଦିର ଆଉ ଚନ୍ଦନପୁର ନିକଟ ଆରଳ ଗ୍ରାମରେ ଥିବା ସ୍ୱଳ୍ପ ପରିଚିତ ଜଗନ୍ନାଥ ମନ୍ଦିର l ଉତ୍କଳରେ “ଦୁର୍ଗାମାଧବ” ଉପାସନାର ଧାରା କେଉଁ ପ୍ରାଚୀନ ଯୁଗରୁ ଚାଲି ଆସୁଛି ତାର କୌଣସି ହିସାବ ନାହିଁ l ଶ୍ରୀକ୍ଷେତ୍ରେ ଶ୍ରୀଜଗନ୍ନାଥଙ୍କୁ ମାଧବ ରୂପେ ଓ ମାଆ ବିମଳାଙ୍କୁ ଦୁର୍ଗା ସ୍ୱରୂପରେ ଏକତ୍ର ପୂଜା କରିବାର ପରମ୍ପରା ବହୁ ପ୍ରାଚୀନ l ଏଣୁ ପୁରୀ ଶ୍ରୀମନ୍ଦିର ସହିତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଶ୍ରୀ ଦୁର୍ଗାମାଧବଙ୍କ ପୂଜାର୍ଚ୍ଚନା ସହିତ ଦୁର୍ଗାମାଧବଙ୍କ ସ୍ୱତନ୍ତ୍ର ମନ୍ଦିରମାନ ଦେଖିବାକୁ ମିଳେ l
ସତ୍ୟବାଦୀର ବୀରଗୋବିନ୍ଦପୁର ଗ୍ରାମରେ ଥିବା ମାଆ କାଳୀଙ୍କ ମନ୍ଦିରଟି ସାରା ଓଡ଼ିଶା ଓ ବିଶେଷକରି ଅବିଭକ୍ତ କଟକ, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରେ ଖୁବ୍ ପ୍ରସିଦ୍ଧ l ମାତ୍ର ସେହି ଗ୍ରାମରେ ଥିବା ଦୁର୍ଗାମାଧବ ମନ୍ଦିର ବା ଲୋକ ମୁଖରେ କନକଦୁର୍ଗା ମନ୍ଦିରଟି ଏକ ସ୍ୱଳ୍ପ ପରିଚିତ ପ୍ରାଚୀନ ମନ୍ଦିର l ଚୈତ୍ର ଦୁର୍ଗାଷ୍ଟମୀ ହୋଇଥିବାରୁ ସେଦିନ ଉଭୟ ଦକ୍ଷିଣକାଳୀ ଓ ଦୁର୍ଗାମାଧବଙ୍କ ନିକଟରେ ବିଶେଷ ପୂଜା ଅନୁଷ୍ଠିତ ହେଉଥିଲା l ଦୁର୍ଗାମାଧବଙ୍କ ମହା ଆଳତୀ ଦର୍ଶନର ସୌଭାଗ୍ୟ ପ୍ରାପ୍ତ ହୋଇଥିଲା l
ଦୁର୍ଗାମାଧବଙ୍କ ଏହି ମନ୍ଦିରଟି ଯେତିକି ପ୍ରାଚୀନ ତା ଠାରୁ କାହିଁ କେତେ ଅଧିକ ପ୍ରାଚୀନ ଜଣାପଡ଼ନ୍ତି ଦୁର୍ଗାମାଧବଙ୍କ ପ୍ରତିମା l ମନ୍ଦିର ନିର୍ମାଣ ସମ୍ପର୍କରେ ବିଶେଷ କିଛି ତଥ୍ୟ ହସ୍ତଗତ ହୋଇ ପାରିଲା ନାହିଁ l ମାଧବଙ୍କ ଏହି ପ୍ରତିମାଟି ଖୁବ୍ ସୁନ୍ଦର ଓ କମନୀୟ l ଦକ୍ଷିଣକାଳୀଙ୍କ ପୀଠକୁ ଯିବା ବାଟରେ ହିଁ ଗାଁର ମଧ୍ୟ ଭାଗରେ ଏହି ଦୁର୍ଗାମାଧବ ମନ୍ଦିରଟି ଦଣ୍ଡାୟମାନ l
© Trilochan Swain.
Spread the love
admin

Recent Posts

ମା’ ନାରାୟଣୀ

~ ମା' ନାରାୟଣୀ ~ ଉପସ୍ଥାପନା: ନୟାଗଡ଼ ଇତିହାସ ଖୋର୍ଦ୍ଧା ଗଜପତି ଦ୍ୱିତୀୟ ରାମଚନ୍ଦ୍ର ଦେବଙ୍କ ନିର୍ଦେଶରେ ଆଠଗଡ, ନୟାଗଡ଼,…

1 week ago

ପଣ୍ଡିତ ଗୋଦାବରୀଶ ମିଶ୍ର

~ ପଣ୍ଡିତ ଗୋଦାବରୀଶ ମିଶ୍ର ~ ଉପସ୍ଥାପନା: ଅମୃତେଶ ଖଟୁଆ "ତୁଙ୍ଗ ଶିଖରୀ ଚୂଳ କୁଞ୍ଜ କାନନ-ମାଳ ପୁଣ୍ୟ ଜଳଧି-ଜଳ…

2 weeks ago

ଅଖିଳ ମୋହନ ପଟ୍ଟନାୟକ

ଅଖିଳ ମୋହନ ପଟ୍ଟନାୟକ ଉପସ୍ଥାପନା: ଅମୃତେଶ ଖଟୁଆ "ବାସ୍ତବତା କଳ୍ପନା ଠାରୁ ପୃଥକ୍ ରହିକି କେବେ ବି ସମାଜରେ ଦର୍ପଣ…

3 weeks ago

ସର୍ପେଶ୍ୱର ମହାଦେବ

~ ସର୍ପେଶ୍ୱର ମହାଦେବ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଜନଶ୍ରୁତି ଅନୁସାରେ ଓଡ଼ିଶାର ପ୍ରାଚୀନ ଶୈବପୀଠ ଆଠଗଡ଼ ଅନ୍ତର୍ଗତ ବଳରାମପୁର…

1 month ago

ମହାଲକ୍ଷ୍ମୀ

~ ଶ୍ରୀମନ୍ଦିରରେ ମାଆ ମହାଲକ୍ଷ୍ମୀ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମାଆ ମହାଲକ୍ଷ୍ମୀ ହେଉଛନ୍ତି ଧନ, ଐଶ୍ୱର୍ଯ୍ୟର ଦେବୀ l…

1 month ago

ଅଟ୍ଟାଳି ଜଗନ୍ନାଥ

~ ଆଠଗଡ଼ ବିଜେ ମହାପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ସ୍ପନ୍ଦନ…

1 month ago