| ଲେଖା: ଶିଶିର ସାହୁ ମନୋଜ ବନିଶୀ ସୂତାରେ ଲାଗିଥିବା କାଠି ବା ସୋଲଖଣ୍ଡ, ଯାହା ପାଣି ଉପରେ ଭାସେ ଓ ବନିଶୀ କଣ୍ଟାକୁ ମାଛ ଟାଣିଲେ ଏହା ପାଣି ଭିତରକୁ ବୁଡିଯାଏ ତାକୁ ତେରେଣ୍ଡା କୁହାଯାଏ । ଏହାକୁ ତରଣ୍ଡା, ତରଣ୍ଡୀ ମଧ୍ୟ କୁହନ୍ତି । ଆଗେ ଭାରତରେ ସାଧାରଣତଃ ମୟୂର ପକ୍ଷର ଅଂଶ ଓ ସୋଲ୍ଲର ଵ୍ଯଵହାର ତେରେଣ୍ଡା ଭାଵେ ହେଉଥିଲା । ତେଵେ ଆଜିକାଲି ଵିପଣୀକେନ୍ଦ୍ର ମାନଙ୍କରେ ନାନାପ୍ରକାରର ଆଧୁନିକ ତେରେଣ୍ଡା ମିଳୁଅଛି । ଯେଉଁ ଜଳାଶୟରେ ବନିଶୀ ପକାଇବାକୁ ହୁଏ ସେ ଜଳାଶୟର ଗଭୀରତାକୁ ଚାହିଁ ବନିଶୀ ଡୋରିରେ ଅଗରୁ କିଛି ଦୂର ଛଡ଼ା କରି ତେରଣ୍ଡା ବନ୍ଧାଯାଏ, ମାଛ ବନିଶୀ ଥୋପ ଗିଳିଲେ ଏହା ବୁଡ଼ିଯାଏ। ତେଣୁ ମାଛ ଥୋପ ଧରି ଅଛି ବୋଲି ଜାଣି ଲୋକେ ବନିଶୀକୁ ଉପରକୁ ଟାଣି ଆଣନ୍ତି। ମାଛ ଥୋପ ଧରିଵାର ସୂଚନା ପାଇଵା ପାଇଁ ହିଁ ତେରେଣ୍ଡା ଵ୍ଯଵହାର ହୋଇଥାଏ । କେଉଁଠି କେଉଁଠି ଡଙ୍ଗା ଚଳାଇବା ସମୟରେ ବ୍ୟବହୃତ କାତକୁ ମଧ୍ୟ ତେରେଣ୍ଡା କୁହାଯାଏ । ଏ ଶବ୍ଦର ସଂସ୍କୃତ ସମଦ୍ଧୃତ ରୂପ ତରଣ୍ଡ ଓ ତରଣ୍ଡକ ଅଟେ । ତରଣ୍ଡ ଶବ୍ଦକୁ ତୃ ଧାତୁରୁ କରଣାର୍ଥେ ଅଣ୍ଡ ଯୁକ୍ତ କରିଣ ନିଷ୍ପନ୍ନ କରାଯାଇଛି । ଏ ଶବ୍ଦର କେତେକ ମୁଖ୍ୟ ଅର୍ଥ ଯଥା: ତରଣ୍ଡ ଶବ୍ଦ ସହିତ ସମଦ୍ଧୃତ ଆଉ ଏକ ଦେଶଜ ଶବ୍ଦ ରହିଛି, ‘ତରିଣ୍ଡା’ । ସମୁଦ୍ର ବା ନଦୀର ଗଭୀର ତଳ ଦେଶରେ ଲଙ୍ଗର ଵା ହୁକଦ୍ବାରା କଟା ଯାଇଥିବା ଭାସମାନ ପିମ୍ପା; ବୟା(Buoy)କୁ ତରିଣ୍ଡା କୁହାଯାଏ । © ଶବ୍ଦଭେଦ | |
~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…
ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…
ଲେଖା: ନିରଞ୍ଜନ ସାହୁ ~ ଜଣେ ଉପେକ୍ଷିତ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ଗୋଟିଏ କଥା ମନରେ ଉଠେ, ଯେଉଁ…
ଲେଖା: ନିରଞ୍ଜନ ସାହୁ ଶ୍ରଦ୍ଧେୟ ବାଜି ! ସାଷ୍ଟାଂଗ ଦଣ୍ଡବତ ପ୍ରଣାମ ଘେନିବା ହୁଅ। ନା, ତମେ ଯେ ସାଷ୍ଟାଂଗ…
ଲେଖା: ନିରଞ୍ଜନ ସାହୁ ଇଂରେଜମାନେ ଧରିନେଇଥିଲେ ଯେ, କନ୍ଧମାନେ ହଳଦୀ କିଆରିରେ ବଳି ଦେଉଛନ୍ତି, କେବଳ ମଣିଷ ରକ୍ତ ପରି…