ସୌରଭିତ ସୃଷ୍ଟି: ଭକ୍ତକବି ମଧୁସୂଦନ ରାଓ
ଭକ୍ତକବି ମଧୁସୂଦନ ରାଓ (ଖ୍ରୀ ୧୮୫୩-୧୯୧୨) ଜଣେ ଓଡ଼ିଆ କବି, ଓଡ଼ିଆ ଭାଷା ଆନ୍ଦୋଳନର ଅନ୍ୟତମ ପୁରୋଧା ଓ ଓଡ଼ିଆ ଭାଷାର ପ୍ରଥମ ବର୍ଣ୍ଣବୋଧ, ମଧୁ ବର୍ଣ୍ଣବୋଧର ପ୍ରଣେତା । ସେ ଏକାଧାରରେ ଥିଲେ ଜଣେ ଆଦର୍ଶ ଶିକ୍ଷକ, କବି ସାହିତ୍ୟିକ, ପଣ୍ଡିତ, ସୁସଂଗଠକ ଓ ସମାଜ ସଂସ୍କାରକ । ସାହିତ୍ୟର ପ୍ରଚାର ପ୍ରସାର ପାଇଁ, ସେ କଟକରେ “ଉତ୍କଳ ସାହିତ୍ୟ ସମାଜ” ପ୍ରତିଷ୍ଠା କରିଥିଲେ ।
ବର୍ଣ୍ଣବୋଧ, ପ୍ରଭାତସଂଧ୍ୟା, ସ୍ତବ ପରମେଶ୍ୱର, ଭୁଲିବୁ ନାହିଁ?, ଶିଶୁବୋଧ, ବାଳବୋଧ, ସାହିତ୍ୟ କୁସୁମ, କବିତାବଳୀ ଭାଗ ୧ ଓ ୨, ଛନ୍ଦମାଳା ଭାଗ ୧ ଓ ୨, ଜୀବନଚିନ୍ତା, ପଦ୍ମ, ଶରତ, ଆକାଶପ୍ରତି, ଅଖିଳ ବ୍ରହ୍ମାଣ୍ଡପତି ମୋ ଜୀବନ ସ୍ୱାମୀ, ଆକାଶ ଦିଶେ କି ସୁନ୍ଦର, ଜନ୍ମଭୂମି, ଆଶାଅନନ୍ତ – ଆମ୍ଭମାନଙ୍କ ଆଦର୍ଶ (ପ୍ରବନ୍ଧ) ଏପରି ଅସୁମାରୀ ସୃଷ୍ଟି । ସେପରି ଏକ ମହାନ ସୃଷ୍ଟି ‘ତୁହିମା ଜନମ ଭୂମି’ . .
~ ତୁହିମା ଜନମ ଭୂମି ~
ତୁହିମା ଜନମ ଭୂମି ପବିତ୍ର ଭାରତ ଭୂମି
ତୋହରି ସନ୍ତାନ ଆମ୍ଭେ ଅଟୁ ସରବେ
ତୋର ଶ୍ରୀଚରଣ ସେବା ପାଇଁ ମନପ୍ରାଣ ଦେବା
ଗାଇବା ତୋହରି ନାମ ଆନନ୍ଦ ରବେ
ତୋ’ ଆନନ୍ଦେ ହୋଇବା ସୁଖି
କାନ୍ଦିବା ଦୁଃଖରେ ତୋର ହୋଇଣ ଦୁଃଖୀ ।।୧।।
ଧନ୍ଯ ମହିମା ତୋହର ନାହିଁ ତାର ପଟ୍ଟାନ୍ତର
ମସ୍ତକରେ ହିମାଳୟ ପର୍ବତ ବର
ଦୁଇ ପାରୁଷେ ଜଳଧୀ ବ୍ରହ୍ମପୁତ୍ର ସିନ୍ଧୁ ନଦୀ
ଚରଣରେ ବିରାଜିତ ମହାସାଗର
ବିନ୍ଧ୍ୟ ଗିରିବର କଟିରେ
ଗଙ୍ଗା ଆଦି କେତେ ନଦୀ ଶୋଭେ ଶରୀରେ ।।୨।।
ଜନମିଲେ ତୋ’ କୋଳରେ କେତେ ସୁର ବୀର ନରେ
ରାମଚନ୍ଦ୍ର, ଭୀଷ୍ମ, ଦ୍ରୋଣ, କର୍ଣ୍ଣ, ଅର୍ଜୁନ
ମହାକବି ବେଦବ୍ୟାସ ବାଲମିକ କାଳିଦାସ
ଗାଇଲେ ପବିତ୍ର କଣ୍ଠେ ତୋହରି ଗୁଣ
ଚୈତନ୍ୟାଦି ମହାତ୍ମା ଜନେ
ପ୍ରଚାରିଲେ ବିଭୂନାମ ଆନନ୍ଦ ମନେ ।।୩।।
କେତେକେତେ ପୂଣ୍ୟବତୀ କେତେ ପତୀବ୍ରତା ସତୀ
କେତେ ବୀରାନାରୀ କେତେ ବୀରା ରମଣୀ
ସମସ୍ତେ ତୋର ଦୁହୀତା ପଦ୍ମିନୀ ସାବିତ୍ରୀ ସୀତା
ଦୂର୍ଗାବତୀ ଆଦି କେତେ ବୀରା ଜନନୀ
ନମଇ ମା ଭକତି ଭରେ
ଅଧମ ଅକ୍ଷମ ସୂତ ତୋ’ ଚରଣରେ ।।୪।।
ଉପସ୍ଥାପନା:  ବନ୍ଧନ ଦଳେଇ
Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

4 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

4 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago