ଲେଖା: ଶୁଭ ରଞ୍ଜନ ପୃଷ୍ଟି
ପୌଷ ଶୁକ୍ଳ ଦଶମୀ ସାଧାରଣତଃ ଓଡ଼ିଶାରେ ସମ୍ବର ଦଶମୀ ବା ଶାମ୍ବଦଶମୀ ହିସାବରେ ପାଳନ କରା ହୁଏ l  ଏଇ ଅବସରରେ ଯୁବକବି ଶୁଭ ରଞ୍ଜନ ପୃଷ୍ଟିଙ୍କ ରଚିତ କବିତା ‘ଶାମ୍ବ ଦଶମୀ‘ I
ଓଡ଼ିଶାର ଇଏ ନିଜସ୍ୱ ପରଵ
ଶାମ୍ବ ଦଶମୀ ୟା ନାଆ
ପଉଷ ମାସର ଶୁକୁଳ ପକ୍ଷରେ
ପାଳନ୍ତି ସହର ଗାଆଁ I
କୃଷ୍ଣଙ୍କର ପୁତ୍ର ଶାମ୍ବ ଦେବ କାଳେ
ପାଇଥିଲେ ଗୋଟେ ଶାପ
ହେଇଥିଲା ତାଙ୍କୁ ମହବ୍ୟାଧି କୁଷ୍ଠ
କରିଥିଲେ ଗୋଟେ ପାପ I
କୁଷ୍ଠ କବଳରୁ ତ୍ରାହି ପାଇବାକୁ
ପୁଜିଥିଲେ ସିଏ ସୂର୍ଯ୍ୟ
ବାର ବର୍ଷ ଧରି ବ୍ରତ କରିଥିଲେ
ଧନ୍ୟ ଥିଲା ତାଙ୍କ ଧର୍ଯ୍ୟ I
ସେଇଦିନ ଠାରୁ ଓଡିଶା ମାଟିରେ
ଏ ପର୍ବ ପାଳନ ହୁଏ
ସୁରୁଜ ପୁଜନ୍ତି ମାଆ ମାନେ ମୋର
ପିଲାଙ୍କୁ ରୋଗନ ଛୁଏଁ I
ସବୁ ପରିବାକୁ ମିଶେଇ ମାଶେଇ
ହୁଏ ଘାଣ୍ଟ ତରକାରୀ
କୁନି ପିଲା ବୁଲି ସାହିକୁ ପଡିଶା
ଚାଖନ୍ତି ମିଠାକୁ ଖିରି I
ବେଲକାଳ ସିନା ବଦଳି ଯାଇଛି
ରହିଛି ଶାମ୍ବ ପରବ
ଆଗ ଭଳି ନାହିଁ ପିଲାଙ୍କ ଗହଳି
ତଥାପି ଲାଗେ ଗରବ . . I
Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

2 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

2 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

3 weeks ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

3 weeks ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

3 weeks ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

3 weeks ago