ସୌରଭିତ ସୃଷ୍ଟି: ଭକ୍ତକବି ମଧୁସୂଦନ ରାଓ
ଭକ୍ତକବି ମଧୁସୂଦନ ରାଓଙ୍କ ଅମଳିନ ସୃଷ୍ଟି ଏଇ କବିତା ‘ଅଖିଳ ବ୍ରହ୍ମାଣ୍ଡପତି ମୋ ଜୀବନ ସ୍ୱାମୀ’
ଏଠାରେ ଉଲ୍ଲେଖନୀୟ ଯେ, କଟକ ସହରର କାଜୀବଜାର ଠାରେ ଅବସ୍ଥିତ ଭକ୍ତମଧୁ ବିଦ୍ୟାପୀଠଅନୁଷ୍ଠାନଟି ଭକ୍ତକବି ମଧୁସୂଦନଙ୍କ ଦ୍ୱାରା ନିର୍ମିତ ଓ ସେଇ ମହାନୁଭବଙ୍କ ନାମାନୁସାରେ ହିଁ ଆଜି ପର୍ଯ୍ୟନ୍ତ ଏଠାରେ ସଗର୍ଵ ଦଣ୍ଡାୟମାନ।
ମୂଳକଥା ହେଉଛି, ଏହି ମହାନ ପ୍ରାର୍ଥନାଟି ଏହି ଭକ୍ତମଧୁ ବିଦ୍ୟାପୀଠ ବିଦ୍ୟାଳୟରେ ଅଦ୍ୟାପି ଆବୃତ୍ତି କରାଯାଉଅଛି।
~ ଅଖିଳ ବ୍ରହ୍ମାଣ୍ଡପତି ମୋ ଜୀବନ ସ୍ୱାମୀ ~
ଅଖିଳ ବ୍ରହ୍ମାଣ୍ଡପତି ମୋ ଜୀବନ ସ୍ୱାମୀ
ହେ ପରମ ପିତାମାତା, ପ୍ରଭୁ ଅନ୍ତର୍ଯ୍ୟାମୀ
ଧନ୍ୟ କରୁଣା ତୋହର
ହେ କରୁଣା ସିନ୍ଧୁ କାହିଁ ତା’ର ପଟାନ୍ତର । (୧)
ସଙ୍କଟ ପୂରିତ ଘୋର ଭବ ସିନ୍ଧୁ ଜଳେ,
ଏକମାତ୍ର କର୍ଣ୍ଣଧାର ତା’ ଋତୁ ସକଳେ ।
ତୋର ମଙ୍ଗଳ ବିଧାନ,
କରିଅଛି ମରଣକୁ ଅମୃତ ସୋପାନ । (୨)
ହେ ଆନନ୍ଦମୟ କୋଟି ଭୁବନ ପାଳକ
ଅଧମ ଅକ୍ଷମ ମୁହିଁ ଅବୋଧ ବାଳକ
ଜ୍ଞାନ ଦାତା ଭଗବାନ
ଦିଅ ମୋତେ ଶୁଭବୁଦ୍ଧି ଦିଅ ଦିବ୍ୟଜ୍ଞାନ । (୩)
ବିଶ୍ୱଗୁରୁ ବିଶ୍ୱରାଜ ବିଶ୍ୱପିତା ମାତା
ବିଶ୍ୱଜନ ପ୍ରାଣସଖା ଦୁଃଖହାରି ଭ୍ରାତା
ଦୀନବନ୍ଧୁ କୃପାସିନ୍ଧୁ
ସୁରନର ମାଗୁଛନ୍ତି ତୋର କୃପାବିନ୍ଦୁ । (୪)
ସତ୍ୟ ପଥେ ଧର୍ମ ପଥେ ଘେନିଯାଅ ମୋତେ
ଭସାଅ ପରାଣ ମୋର ତବ ପ୍ରେମ ସ୍ରୋତେ
ପ୍ରଭୁ ପରମ ଶରଣ
ଏ ଜୀବନ ଶ୍ରୀଚରଣେ କଲି ସମର୍ପଣ । (୫)
ଉପସ୍ଥାପନା : ବନ୍ଧନ ଦଳେଇ
Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

6 days ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

1 week ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

2 weeks ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

2 weeks ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

2 weeks ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

2 weeks ago