ସୌରଭିତ ସୃଷ୍ଟି: ଭକ୍ତକବି ମଧୁସୂଦନ ରାଓ
ଭକ୍ତକବି ମଧୁସୂଦନ ରାଓ (ଖ୍ରୀ ୧୮୫୩-୧୯୧୨) ଜଣେ ଓଡ଼ିଆ କବି, ଓଡ଼ିଆ ଭାଷା ଆନ୍ଦୋଳନର ଅନ୍ୟତମ ପୁରୋଧାଓଡ଼ିଆ ଭାଷାର ପ୍ରଥମ ବର୍ଣ୍ଣବୋଧ, ମଧୁ ବର୍ଣ୍ଣବୋଧର ପ୍ରଣେତା । ସେ ଏକାଧାରରେ ଥିଲେ ଜଣେ ଆଦର୍ଶ ଶିକ୍ଷକ, କବି ସାହିତ୍ୟିକ, ପଣ୍ଡିତ, ସୁସଂଗଠକ ଓ ସମାଜ ସଂସ୍କାରକ । ସାହିତ୍ୟର ପ୍ରଚାର ପ୍ରସାର ପାଇଁ, ସେ କଟକରେ “ଉତ୍କଳ ସାହିତ୍ୟ ସମାଜ” ପ୍ରତିଷ୍ଠା କରିଥିଲେ ।
ବର୍ଣ୍ଣବୋଧ, ପ୍ରଭାତସଂଧ୍ୟା, ସ୍ତବ ପରମେଶ୍ୱର, ଭୁଲିବୁ ନାହିଁ?, ଶିଶୁବୋଧ, ବାଳବୋଧ, ସାହିତ୍ୟ କୁସୁମ, କବିତାବଳୀ ଭାଗ ୧ ଓ ୨, ଛନ୍ଦମାଳା ଭାଗ ୧ ଓ ୨, ଜୀବନଚିନ୍ତା, ପଦ୍ମ, ଶରତ, ଆକାଶପ୍ରତି, ଅଖିଳ ବ୍ରହ୍ମାଣ୍ଡପତି ମୋ ଜୀବନ ସ୍ୱାମୀ, ଆକାଶ ଦିଶେ କି ସୁନ୍ଦର, ଜନ୍ମଭୂମି, ଆଶାଅନନ୍ତ – ଆମ୍ଭମାନଙ୍କ ଆଦର୍ଶ (ପ୍ରବନ୍ଧ) ଏପରି ଅସୁମାରୀ ସୃଷ୍ଟି । ସେପରି ଏକ ମହାନ ସୃଷ୍ଟି ‘ତୁହିମା ଜନମ ଭୂମି’ . .
~ ତୁହିମା ଜନମ ଭୂମି ~
ତୁହିମା ଜନମ ଭୂମି ପବିତ୍ର ଭାରତ ଭୂମି
ତୋହରି ସନ୍ତାନ ଆମ୍ଭେ ଅଟୁ ସରବେ
ତୋର ଶ୍ରୀଚରଣ ସେବା ପାଇଁ ମନପ୍ରାଣ ଦେବା
ଗାଇବା ତୋହରି ନାମ ଆନନ୍ଦ ରବେ
ତୋ’ ଆନନ୍ଦେ ହୋଇବା ସୁଖି
କାନ୍ଦିବା ଦୁଃଖରେ ତୋର ହୋଇଣ ଦୁଃଖୀ ।।୧।।
ଧନ୍ଯ ମହିମା ତୋହର ନାହିଁ ତାର ପଟ୍ଟାନ୍ତର
ମସ୍ତକରେ ହିମାଳୟ ପର୍ବତ ବର
ଦୁଇ ପାରୁଷେ ଜଳଧୀ ବ୍ରହ୍ମପୁତ୍ର ସିନ୍ଧୁ ନଦୀ
ଚରଣରେ ବିରାଜିତ ମହାସାଗର
ବିନ୍ଧ୍ୟ ଗିରିବର କଟିରେ
ଗଙ୍ଗା ଆଦି କେତେ ନଦୀ ଶୋଭେ ଶରୀରେ ।।୨।।
ଜନମିଲେ ତୋ’ କୋଳରେ କେତେ ସୁର ବୀର ନରେ
ରାମଚନ୍ଦ୍ର, ଭୀଷ୍ମ, ଦ୍ରୋଣ, କର୍ଣ୍ଣ, ଅର୍ଜୁନ
ମହାକବି ବେଦବ୍ୟାସ ବାଲମିକ କାଳିଦାସ
ଗାଇଲେ ପବିତ୍ର କଣ୍ଠେ ତୋହରି ଗୁଣ
ଚୈତନ୍ୟାଦି ମହାତ୍ମା ଜନେ
ପ୍ରଚାରିଲେ ବିଭୂନାମ ଆନନ୍ଦ ମନେ ।।୩।।
କେତେକେତେ ପୂଣ୍ୟବତୀ କେତେ ପତୀବ୍ରତା ସତୀ
କେତେ ବୀରାନାରୀ କେତେ ବୀରା ରମଣୀ
ସମସ୍ତେ ତୋର ଦୁହୀତା ପଦ୍ମିନୀ ସାବିତ୍ରୀ ସୀତା
ଦୂର୍ଗାବତୀ ଆଦି କେତେ ବୀରା ଜନନୀ
ନମଇ ମା ଭକତି ଭରେ
ଅଧମ ଅକ୍ଷମ ସୂତ ତୋ’ ଚରଣରେ ।।୪।।
ଉପସ୍ଥାପନା:  ବନ୍ଧନ ଦଳେଇ
Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

1 month ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

2 months ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

2 months ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

3 months ago