ଲେଖା: ଅଶୋକା ନାୟକ

~ ଆମ ପରମ୍ପରା ଖଡ଼ିଛୁଆଁ ~
ଗଣେଶ ପୂଜା ଆସିଗଲେ ଛୋଟ ଛୋଟ ପିଲାଙ୍କର ବିଦ୍ୟାରମ୍ଭ କଥା ବି ବାପା ମା’ମାନେ ଚିନ୍ତା କରନ୍ତି। ବହୁ ବର୍ଷ ଆଗରୁ ବିଦ୍ୟାରମ୍ଭ ପାଇଁ ନିର୍ଦ୍ଦିଷ୍ଟ ଦିନ ଧାର୍ଯ୍ୟ କରା ହେଉଥିଲା। ଶିଶୁକୁ ଚାରି ବର୍ଷ, ଚାରି ମାସ ଓ ଚାରି ଦିନରେ ବିଦ୍ୟାରମ୍ଭ ସଂସ୍କାର ହେବାର ନିୟମ ଥିଲା। କିନ୍ତୁ ଆମେମାନଙ୍କ ଭିତରୁ ପ୍ରାୟ ସମସ୍ତେ ନିଜର ବିଦ୍ୟାରମ୍ଭ ଏଇ “ଖଡ଼ିଛୁଆଁ”ରୁ କରିଥିବା। ଶିଶୁଟି ଦୁଇ ବର୍ଷର ହେଇଗଲେ ମା’ବାପାଙ୍କର ଅପେକ୍ଷା ଥାଏ ଆଗାମୀ ଗଣେଣ ପୂଜା କିମ୍ବା ସରସ୍ଵତୀ ପୂଜାକୁ।
କୌଣସି ବିଦ୍ୟାଳୟ ବା ପୂଜାସ୍ଥଳୀକୁ ଆଗରୁ ଯାଇ ଖଡ଼ିଛୁଆଁ ସମୟ ବିଷୟରେ କଥା ହେଇ ଆସନ୍ତି। କେହି କେହି ନିଜ ଘରେ ବି ଖଡ଼ିଛୁଆଁ କରନ୍ତି। ନିଜର ସନ୍ତାନକୁ ଖଡି ଛୁଆଇଁବାର ଉତ୍ସାହ କିଛି ଦିନ ଆଗରୁ ବାପା ମା’ଙ୍କ ପାଖରେ ଦେଖିବାକୁ ମିଳିଥାଏ। ସନ୍ତାନ ପାଇଁ ନୂଆ ପୋଷାକ ସହ ନୂଆ ସ୍ଲେଟ, ଖଡି କିଣା ହୁଏ। ପୂଜାଦିନ ସକାଳୁ ଗାଧୁଆ ପାଧୁଆ ସାରି ନୂଆ ପିନ୍ଧି ପୂଜା ସ୍ଥାନକୁ ପହଞ୍ଚି ଖଡ଼ିଛୁଆଁ ମୂହୁର୍ତ୍ତ ପାଇଁ ଥାଏ ଅପେକ୍ଷା। ସାଙ୍ଗରେ ନେଇଥାନ୍ତି ପୂଜା ପାଇଁ ଫୁଲ, ଭୋଗ, ଧୂପ, ଦୀପ ଓ ନଡ଼ିଆ। ପୂଜାରୀ ନୂଆ ସ୍ଲେଟ, ଖଡିକୁ ଶୁଦ୍ଧ କରି ଠାକୁରଙ୍କ ପାଖରେ ଛୁଆଁଇ ଶିଶୁଟିର ହାତ ଧରି ବ୍ରହ୍ମା, ବିଷ୍ଣୁ, ମହେଶ୍ୱର କହି କହି ତିନୋଟି ଗୋଲ ବୁଲାଇ ଲେଖାନ୍ତି। ନୂତନତ୍ବର ଏହି ସମୟରେ ଶିଶୁ ଓ ତା’ର ବାପା ମା’ଙ୍କ ଭିତରେ ଥିବା ସ୍ଵପ୍ନ, ଉତ୍ସାହ ଓ ଉଦ୍ଦୀପନା ସ୍ପଷ୍ଟ ବାରି ହେଇପଡେ।
Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

1 month ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

1 month ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago