ଲେଖା: ଶିଶିର ସାହୁ ମନୋଜ
ଆମ ଲୋକସାହିତ୍ୟର ଏକ ମହତ୍ତ୍ୱପୂର୍ଣ୍ଣ ଅଙ୍ଗ ହେଉଛି ଆମ ଢଗଢମାଳି ।
“ଚାନ୍ଦରେ କଳଙ୍କ ସୂରୁଜ ଖୁଣଲୋ
ଦରିଆ ପାଣିତ ଲୁଣିଆ
କିଏ ଅକଳଙ୍କୀ ରହିଛି ଏଡେଲୋ
ହୋଇକି ଅନ୍ଧାରକଣିଆ ।”
ଚନ୍ଦ୍ର ଶୀତଳତା ପ୍ରଦାନ କରେ, କିନ୍ତୁ ତା’ ଦେହରେ ଦାଗ। ସୂର୍ଯ୍ୟ ବିନା ଜୀବଜଗତ ତିଷ୍ଠିବା ଅସମ୍ଭବ। ଏହା ଆଲୋକ ପ୍ରଦାନ କରି ଅନ୍ଧକାରକୁ ଦୂରୀଭୂତ କରିଥାଏ, କିନ୍ତୁ ଏହାର ତେଜ ପ୍ରଖର ଯାହାକୁ ସହ୍ୟ କରିବା କଷ୍ଟକର। ସେହିପରି ଦରିଆ ବିଶାଳ ଅଥଚ ଏହାର ଜଳ ଲବଣାକ୍ତ। ଯେଉଁଠି ଗୁଣ ସେଇଠି ଖୁଣ। ଈଶ୍ୱର କାହାକୁ ସବୁ ଭଲ ଦେଇ ନ ଥାନ୍ତି। ସୁନ୍ଦରପଣରେ କେଉଁଠି ନା କେଉଁଠି ଶୂନ୍ୟସ୍ଥାନ ରହିଥାଏ। ଏପରିସ୍ଥଳେ ମଣିଷ ନିଜକୁ ନିଟୋଳ ପବିତ୍ର ତଥା ସର୍ବଗୁଣ ସମ୍ପନ୍ନ ମନେକରିବା ବୋକାମୀ ଅର୍ଥରେ ଏଭଳି ଉକ୍ତି ଉଲ୍ଲେଖ କରାଯାଇଛି।
“ଚେତିଲା ନାରୀ ସୁଖପାଏ
ନ ଚେତିଲା ନାରୀ ଘରୁ ଯାଏ ।”
ଯେଉଁ ଗୃହିଣୀ ପାରିବାରିକ ବନ୍ଧନୀ ମଧ୍ୟରେ ବାନ୍ଧିହୋଇ ରହିଥାଏ, ସେ ପରିବାରର ଅଭାବ ଅସୁବିଧା ସହିତ ଜଡ଼ିତହୋଇ ତାହାର ସମାଧାନ ବା ସୁଧାର ଆଣିବାରେ ଅଭିଜ୍ଞତା ଅର୍ଜନ କରିଥାଏ । ସ୍ୱାମୀ, ସନ୍ତାନ ତଥା ପରବାରର ଅନ୍ୟ ସଦସ୍ୟଙ୍କ ମନ ଜାଣି ସେମାନଙ୍କ ମନ ମୁତାବକ ସନ୍ତୁଷ୍ଟ କରି ନିଜ ହାତମୁଠାରେ ରଖି ଘର ଚଳାଇଥାଏ। ଯିଏ ନିଜ ଭୁଲ୍ରୁ ଶିକ୍ଷା ଲାଭ କରେ ବା ନିଜ ଭୁଲ୍କୁ ସଂଶୋଧନ କରି ନିଜକୁ ସଜାଡ଼ିନିଏ ସିଏ ହିଁ ସବୁଥିରେ ସଫଳ ହୋଇଥାଏ। ବାସ୍ତବପକ୍ଷରେ ଏପରି ନାରୀ ହିଁ ଘର ପରିବାର ଚଳାଇବାକୁ ସମର୍ଥ ହୋଇପାରଥାନ୍ତି। କିନ୍ତୁ ଯିଏ ଏସବୁଠୁ ଦୂରେଇ ରହିଥାଏ ସିଏ ଅଯୋଗ୍ୟ ବୋଲି ବିବେଚିତ ହେଉଥିବା ଅର୍ଥରେ ଏଭଳି ଢଗ ପ୍ରକାଶ କରାଯାଇଛି।
ଆମ ଢଗଢମାଳି ! ଆମ ଭାଷା ସାହିତ୍ୟର ଅମୁଲ୍ୟ ବିଭବ ! ଏ ବାବଦରେ ଆଲୋଚନା ଆଉରି ଅଛି . .
~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…
ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…
~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ କାହିଁ କେଉଁ ଆଦି ଅନାଦି କାଳରୁ ଏହି…
~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…
ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…