ଲେଖା: ଶିଶିର ସାହୁ ମନୋଜ

ଆମ ଲୋକସାହିତ୍ୟର ଏକ ମହତ୍ତ୍ୱପୂର୍ଣ୍ଣ ଅଙ୍ଗ ହେଉଛି ଆମ ଢଗଢମାଳି

“ଚାନ୍ଦରେ କଳଙ୍କ ସୂରୁଜ ଖୁଣଲୋ
ଦରିଆ ପାଣିତ ଲୁଣିଆ
କିଏ ଅକଳଙ୍କୀ ରହିଛି ଏଡେଲୋ
ହୋଇକି ଅନ୍ଧାରକଣିଆ ।”

ଚନ୍ଦ୍ର  ଶୀତଳତା  ପ୍ରଦାନ  କରେ,  କିନ୍ତୁ ତା’ ଦେହରେ  ଦାଗ।  ସୂର୍ଯ୍ୟ  ବିନା  ଜୀବଜଗତ ତିଷ୍ଠିବା ଅସମ୍ଭବ। ଏହା ଆଲୋକ ପ୍ରଦାନ କରି ଅନ୍ଧକାରକୁ ଦୂରୀଭୂତ କରିଥାଏ, କିନ୍ତୁ ଏହାର  ତେଜ  ପ୍ରଖର  ଯାହାକୁ  ସହ୍ୟ  କରିବା  କଷ୍ଟକର।  ସେହିପରି  ଦରିଆ ବିଶାଳ ଅଥଚ  ଏହାର  ଜଳ  ଲବଣାକ୍ତ।  ଯେଉଁଠି  ଗୁଣ  ସେଇଠି  ଖୁଣ।  ଈଶ୍ୱର  କାହାକୁ ସବୁ ଭଲ  ଦେଇ  ନ  ଥାନ୍ତି।  ସୁନ୍ଦରପଣରେ  କେଉଁଠି ନା  କେଉଁଠି ଶୂନ୍ୟସ୍ଥାନ  ରହିଥାଏ। ଏପରିସ୍ଥଳେ  ମଣିଷ  ନିଜକୁ  ନିଟୋଳ  ପବିତ୍ର  ତଥା  ସର୍ବଗୁଣ  ସମ୍ପନ୍ନ  ମନେକରିବା ବୋକାମୀ  ଅର୍ଥରେ  ଏଭଳି ଉକ୍ତି ଉଲ୍ଲେଖ କରାଯାଇଛି।

“ଚେତିଲା  ନାରୀ  ସୁଖପାଏ
ନ ଚେତିଲା  ନାରୀ  ଘରୁ ଯାଏ  ।”

ଯେଉଁ ଗୃହିଣୀ ପାରିବାରିକ ବନ୍ଧନୀ ମଧ୍ୟରେ ବାନ୍ଧିହୋଇ ରହିଥାଏ, ସେ ପରିବାରର ଅଭାବ  ଅସୁବିଧା  ସହିତ ଜଡ଼ିତହୋଇ ତାହାର ସମାଧାନ  ବା  ସୁଧାର  ଆଣିବାରେ ଅଭିଜ୍ଞତା  ଅର୍ଜନ  କରିଥାଏ । ସ୍ୱାମୀ, ସନ୍ତାନ  ତଥା  ପରବାରର  ଅନ୍ୟ  ସଦସ୍ୟଙ୍କ ମନ  ଜାଣି  ସେମାନଙ୍କ  ମନ  ମୁତାବକ  ସନ୍ତୁଷ୍ଟ  କରି  ନିଜ  ହାତମୁଠାରେ  ରଖି  ଘର ଚଳାଇଥାଏ।  ଯିଏ ନିଜ ଭୁଲ୍‌ରୁ ଶିକ୍ଷା  ଲାଭ କରେ  ବା  ନିଜ ଭୁଲ୍‌କୁ ସଂଶୋଧନ  କରି ନିଜକୁ  ସଜାଡ଼ିନିଏ  ସିଏ  ହିଁ  ସବୁଥିରେ  ସଫଳ  ହୋଇଥାଏ।  ବାସ୍ତବପକ୍ଷରେ  ଏପରି ନାରୀ  ହିଁ ଘର  ପରିବାର  ଚଳାଇବାକୁ  ସମର୍ଥ  ହୋଇପାରଥାନ୍ତି।  କିନ୍ତୁ ଯିଏ  ଏସବୁଠୁ ଦୂରେଇ  ରହିଥାଏ  ସିଏ  ଅଯୋଗ୍ୟ  ବୋଲି ବିବେଚିତ  ହେଉଥିବା  ଅର୍ଥରେ  ଏଭଳି ଢଗ ପ୍ରକାଶ  କରାଯାଇଛି।

ଆମ ଢଗଢମାଳି ! ଆମ ଭାଷା ସାହିତ୍ୟର ଅମୁଲ୍ୟ ବିଭବ ! ଏ ବାବଦରେ ଆଲୋଚନା ଆଉରି ଅଛି . .

Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

2 weeks ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

4 weeks ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

4 weeks ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago