ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ ଓ କଵି ସନ୍ତୋଷ ପଟ୍ଟନାୟକ

ଓଡ଼ିଶାରେ ଵିଭିନ୍ନ ପ୍ରକାରର ଗୁପ୍ତଭାଷା ରହିଛି । ସାଧାରଣ ଭାଷା ଠାରୁ ଏଗୁଡ଼ିକ ସାମାନ୍ୟ ଦୁର୍ଵୋଧ ଫଳରେ କୋୖଣସି ଗୁପ୍ତ ଵିଷୟ ପରସ୍ପରରେ କଥୋପକଥନ ସମୟରେ ତୃତୀୟ ଵ୍ୟକ୍ତି ହଟାତ୍ ବୁଝିପାରେ ନାହିଁ । ଇଂରାଜୀରେ ଏଭଳି ଭାଷାକୁ Cypher Language ଓ କୋର୍ଡ ଓ୍ଵାର୍ଡ ଲାଙ୍ଗୁଏଜ୍ ଆଦି କୁହାଯାଏ ।

ଓଡ଼ିଆ ଭାଷା ଆଧାରିତ ସେହିପରି କିଛି ଗୁପ୍ତ ଭାଷାର ଉଦାହରଣ ଏଠାରେ ଦିଆଗଲା . .

■■■■■ଶଶି ଠାର■■■■■
ଏଥିରେ ବର୍ଣ୍ଣମାଳାର ଅକ୍ଷରମାନଙ୍କ ସ୍ଥାନରେ ଯଥାକ୍ରମେ ଅନ୍ଯ ନିର୍ଦ୍ଦିଷ୍ଟ ଅକ୍ଷର ଲଗାଇ କଥା ଭାଷା କରାଯାଏ।

ଯଥା—
●ଅ = କ /କ = ଅ ।
●ଆ =କା /କା = ଆ
●ଇ—କି, ଈ—କୀ
●ଉ—କୁ, ଊ—କୂ
●ଋ—କୃ, ଋ—କୃ
●ଏ—କେ , ଐ—କୈ
●ଓ—କୋ, ଔ—କୌ ।
●ଖ—ଗ/ଗ = ଖ
●ଘ—ଙ
●ଚ ବର୍ଗ=ଟ ବର୍ଗ
● ଞ—ଣ
●ତ ବର୍ଗ=ପ ବର୍ଗ
●ନ—ପ
●ଯ=ଶ/ର=ଷ/ ଳ—ସ/ ହ=କ୍ଷ/

ଶଶି ଠାର ପ୍ରୟୋଗର କେତେକ ଉଦାହରଣ . .
■ସାମାନ୍ୟ ଭାଷାରେ →ମୁଁ ଭାତ ଖାଉଅଛି ।
●ଶଶି ଠାର ଭାଷାରେ→ନୁ ଧାପ ଗାକୁ କଠି
■ସାମାନ୍ୟ ଭାଷାରେ → ବାବାରେ ! ଆସ
●ଶଶି ଠାର ଭାଷାରେ →ଦାଦା ସେ କାର

■■■■■ଫୁଲ ଠାର■■■■■
କେତେକ ଫୁଲକୁ ନାମୋଚ୍ଚାରଣ ସାହାଯ୍ୟରେ କଥିତ ଏକପ୍ରକାର ଠାର ବା ସଙ୍କେତଭାଷା । ବାକ୍ଯସ୍ଥ ଅକ୍ଷରମାନଙ୍କ ମଧ୍ଯରେ ‘ଫୁଲ’ ଶବ୍ଦ ପ୍ରୟୋଗ କରି ବାକ୍ଯ ପ୍ରକାଶ କରିବାର ଏକପ୍ରକାର ଠାର ଚଳୁଥିଲା ।

ଏହାର କିଛି ଉଦାହରଣ―
●କିଆ ଫୁଲ କହିଲେ ‘କ’ ଅକ୍ଷର,
●ଚମ୍ପା କହିଲେ ‘ଚ’ ଅକ୍ଷର
●ଟଗର କହିଲେ ‘ଟ’ ଅକ୍ଷର
●ତରାଟ = ତ
●ପଦ୍ମ = ପ
●ରଙ୍ଗଣିଫୁଲ = ର
ଇତ୍ଯାଦି
ଉକ୍ତିଟି ଠାର ପ୍ରୟୋଗରୁ ବୁଝିବାକୁ ହୁଏ ।

■■■■■ଆଶେଳେଷା ଠାର■■■■
ଏକ ପ୍ରକାର ଠାର, ଯହିଁରେ ବାକ୍ଯର ପ୍ରତ୍ଯେକ ଅକ୍ଷର ପରେ ‘ଶେଳେଷ’ ଯୁକ୍ତ ହୋଇ ତହିଁ ସଙ୍ଗେ ସ୍ବରବର୍ଣ୍ଣ ମିଶି ବୋଲାଯାଏ ।

ଏହାର ଉଦାହରଣ:
ଆମେ = ଅ ‘ଶେଳେଷା’ + ମ’ଶେଳେଷେ’ ଯାବା= ଯ ‘ଶେଳେଷି’ + ବ’ ଶେଳେଷା’।)

■■■■■ ଅପ୍ ଵା ଅପନ୍ ଠାର■■■■■
ଗଡ଼ଜାତରେ ଏ ଠାରଟି ଆଜି ବି ଚଳୁଥିଵା ଦେଖାଯାଏ । ଏହି ଠାରରେ ଶବ୍ଦ ମଝିରେ ଅପ୍ନ ଵା ଅପ୍ ଲଗେଇ ବୋଲାଯାଏ ।
ଏହାର ଉଦାହରଣ:
■ସାଧାରଣ ଭାଷାରେ ― ସେ କହିଲା କି ତୁମେ ଜଣେ ଖରାପ ଲୋକ ।
■ଠାର ଭାଷାରେ ― ସେ କପ୍ନହିଲା କି ତପ୍ମେ ଜପ୍ଣେ ଖପ୍ନରାପ ଲୋପ୍ନୋକ ।

© ଶିଶିର ସାହୁ ମନୋଜ

Spread the love
admin

Recent Posts

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 weeks ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

3 weeks ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

4 weeks ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…

4 weeks ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ଜଣେ ଉପେକ୍ଷିତ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ଗୋଟିଏ କଥା ମନରେ ଉଠେ, ଯେଉଁ…

1 month ago

ଛଅଟି କୋକେଇ

ଲେଖା: ନିରଞ୍ଜନ ସାହୁ ଶ୍ରଦ୍ଧେୟ ବାଜି ! ସାଷ୍ଟାଂଗ ଦଣ୍ଡବତ ପ୍ରଣାମ ଘେନିବା ହୁଅ। ନା, ତମେ ଯେ ସାଷ୍ଟାଂଗ…

1 month ago