ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ ଓ କଵି ସନ୍ତୋଷ ପଟ୍ଟନାୟକ
ଓଡ଼ିଶାରେ ଵିଭିନ୍ନ ପ୍ରକାରର ଗୁପ୍ତଭାଷା ରହିଛି । ସାଧାରଣ ଭାଷା ଠାରୁ ଏଗୁଡ଼ିକ ସାମାନ୍ୟ ଦୁର୍ଵୋଧ ଫଳରେ କୋୖଣସି ଗୁପ୍ତ ଵିଷୟ ପରସ୍ପରରେ କଥୋପକଥନ ସମୟରେ ତୃତୀୟ ଵ୍ୟକ୍ତି ହଟାତ୍ ବୁଝିପାରେ ନାହିଁ । ଇଂରାଜୀରେ ଏଭଳି ଭାଷାକୁ Cypher Language ଓ କୋର୍ଡ ଓ୍ଵାର୍ଡ ଲାଙ୍ଗୁଏଜ୍ ଆଦି କୁହାଯାଏ ।
ଓଡ଼ିଆ ଭାଷା ଆଧାରିତ ସେହିପରି କିଛି ଗୁପ୍ତ ଭାଷାର ଉଦାହରଣ ଏଠାରେ ଦିଆଗଲା . .
■■■■■ଶଶି ଠାର■■■■■
ଏଥିରେ ବର୍ଣ୍ଣମାଳାର ଅକ୍ଷରମାନଙ୍କ ସ୍ଥାନରେ ଯଥାକ୍ରମେ ଅନ୍ଯ ନିର୍ଦ୍ଦିଷ୍ଟ ଅକ୍ଷର ଲଗାଇ କଥା ଭାଷା କରାଯାଏ।
ଯଥା—
●ଅ = କ /କ = ଅ ।
●ଆ =କା /କା = ଆ
●ଇ—କି, ଈ—କୀ
●ଉ—କୁ, ଊ—କୂ
●ଋ—କୃ, ଋ—କୃ
●ଏ—କେ , ଐ—କୈ
●ଓ—କୋ, ଔ—କୌ ।
●ଖ—ଗ/ଗ = ଖ
●ଘ—ଙ
●ଚ ବର୍ଗ=ଟ ବର୍ଗ
● ଞ—ଣ
●ତ ବର୍ଗ=ପ ବର୍ଗ
●ନ—ପ
●ଯ=ଶ/ର=ଷ/ ଳ—ସ/ ହ=କ୍ଷ/
ଶଶି ଠାର ପ୍ରୟୋଗର କେତେକ ଉଦାହରଣ . .
■ସାମାନ୍ୟ ଭାଷାରେ →ମୁଁ ଭାତ ଖାଉଅଛି ।
●ଶଶି ଠାର ଭାଷାରେ→ନୁ ଧାପ ଗାକୁ କଠି
■ସାମାନ୍ୟ ଭାଷାରେ → ବାବାରେ ! ଆସ
●ଶଶି ଠାର ଭାଷାରେ →ଦାଦା ସେ କାର
■■■■■ଫୁଲ ଠାର■■■■■
କେତେକ ଫୁଲକୁ ନାମୋଚ୍ଚାରଣ ସାହାଯ୍ୟରେ କଥିତ ଏକପ୍ରକାର ଠାର ବା ସଙ୍କେତଭାଷା । ବାକ୍ଯସ୍ଥ ଅକ୍ଷରମାନଙ୍କ ମଧ୍ଯରେ ‘ଫୁଲ’ ଶବ୍ଦ ପ୍ରୟୋଗ କରି ବାକ୍ଯ ପ୍ରକାଶ କରିବାର ଏକପ୍ରକାର ଠାର ଚଳୁଥିଲା ।
ଏହାର କିଛି ଉଦାହରଣ―
●କିଆ ଫୁଲ କହିଲେ ‘କ’ ଅକ୍ଷର,
●ଚମ୍ପା କହିଲେ ‘ଚ’ ଅକ୍ଷର
●ଟଗର କହିଲେ ‘ଟ’ ଅକ୍ଷର
●ତରାଟ = ତ
●ପଦ୍ମ = ପ
●ରଙ୍ଗଣିଫୁଲ = ର
ଇତ୍ଯାଦି
ଉକ୍ତିଟି ଠାର ପ୍ରୟୋଗରୁ ବୁଝିବାକୁ ହୁଏ ।
■■■■■ଆଶେଳେଷା ଠାର■■■■
ଏକ ପ୍ରକାର ଠାର, ଯହିଁରେ ବାକ୍ଯର ପ୍ରତ୍ଯେକ ଅକ୍ଷର ପରେ ‘ଶେଳେଷ’ ଯୁକ୍ତ ହୋଇ ତହିଁ ସଙ୍ଗେ ସ୍ବରବର୍ଣ୍ଣ ମିଶି ବୋଲାଯାଏ ।
ଏହାର ଉଦାହରଣ:
ଆମେ = ଅ ‘ଶେଳେଷା’ + ମ’ଶେଳେଷେ’ ଯାବା= ଯ ‘ଶେଳେଷି’ + ବ’ ଶେଳେଷା’।)
■■■■■ ଅପ୍ ଵା ଅପନ୍ ଠାର■■■■■
ଗଡ଼ଜାତରେ ଏ ଠାରଟି ଆଜି ବି ଚଳୁଥିଵା ଦେଖାଯାଏ । ଏହି ଠାରରେ ଶବ୍ଦ ମଝିରେ ଅପ୍ନ ଵା ଅପ୍ ଲଗେଇ ବୋଲାଯାଏ ।
ଏହାର ଉଦାହରଣ:
■ସାଧାରଣ ଭାଷାରେ ― ସେ କହିଲା କି ତୁମେ ଜଣେ ଖରାପ ଲୋକ ।
■ଠାର ଭାଷାରେ ― ସେ କପ୍ନହିଲା କି ତପ୍ମେ ଜପ୍ଣେ ଖପ୍ନରାପ ଲୋପ୍ନୋକ ।
© ଶିଶିର ସାହୁ ମନୋଜ
~ ମା' ନାରାୟଣୀ ~ ଉପସ୍ଥାପନା: ନୟାଗଡ଼ ଇତିହାସ ଖୋର୍ଦ୍ଧା ଗଜପତି ଦ୍ୱିତୀୟ ରାମଚନ୍ଦ୍ର ଦେବଙ୍କ ନିର୍ଦେଶରେ ଆଠଗଡ, ନୟାଗଡ଼,…
~ ପଣ୍ଡିତ ଗୋଦାବରୀଶ ମିଶ୍ର ~ ଉପସ୍ଥାପନା: ଅମୃତେଶ ଖଟୁଆ "ତୁଙ୍ଗ ଶିଖରୀ ଚୂଳ କୁଞ୍ଜ କାନନ-ମାଳ ପୁଣ୍ୟ ଜଳଧି-ଜଳ…
ଅଖିଳ ମୋହନ ପଟ୍ଟନାୟକ ଉପସ୍ଥାପନା: ଅମୃତେଶ ଖଟୁଆ "ବାସ୍ତବତା କଳ୍ପନା ଠାରୁ ପୃଥକ୍ ରହିକି କେବେ ବି ସମାଜରେ ଦର୍ପଣ…
~ ସର୍ପେଶ୍ୱର ମହାଦେବ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଜନଶ୍ରୁତି ଅନୁସାରେ ଓଡ଼ିଶାର ପ୍ରାଚୀନ ଶୈବପୀଠ ଆଠଗଡ଼ ଅନ୍ତର୍ଗତ ବଳରାମପୁର…
~ ଶ୍ରୀମନ୍ଦିରରେ ମାଆ ମହାଲକ୍ଷ୍ମୀ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମାଆ ମହାଲକ୍ଷ୍ମୀ ହେଉଛନ୍ତି ଧନ, ଐଶ୍ୱର୍ଯ୍ୟର ଦେବୀ l…
~ ଆଠଗଡ଼ ବିଜେ ମହାପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ସ୍ପନ୍ଦନ…