ଲେଖା: ଶିଶିର ସାହୁ ମନୋଜ

ଗୋଲାପ ଫୁଲ ଭଳି ଦେଖାଯାଉଥିଵା ଏକ ଜାତୀୟ ବାସହୀନ ପାଦପକୁ ଓଡ଼ିଶାରେ “ଟେବୁଲୁ ଗୋଲାପ” ଫୁଲଗଛ କୁହାଯାଏ । ଏହାର ଵୈଜ୍ଞାନିକ ନାମ Portulaca grandiflora ଅଟେ ।

Portulacaceae ପାଦପ ପରିବାରର ଏହି ଟେବୁଲୁ ଗୋଲାପ ପୁଷ୍ପଗଛଟି ମୂଳତଃ ଦକ୍ଷିଣ ଆମେରକୀୟ ଗଛ । ପରେ ଏହା ସର୍ଵତ୍ର ଲଗାଯିଵା ଆରମ୍ଭ ହୋଇଛି । Portulaca ପ୍ରଜାତିରେ ପ୍ରାୟ ୪୦ ରୁ ୧୦୦ ଜାତିର ପାଦପ ରହିଛି ତନ୍ମଧ୍ୟରୁ ସବୁଠାରୁ ସୁନ୍ଦର ପୁଷ୍ପ ହେଉଛି Portulaca grandifloraର ତେଣୁ ବୋଧହୁଏ ସେଇଥିପାଇଁ ଏହା ଏତେ ଲୋକପ୍ରିୟ ହୋଇପାରିଛି ।

ଏହାର ଅନେକ ଇଂରାଜୀ ନାମ ଭିନ୍ନ ଭିନ୍ନ ଇଂରାଜୀ ଭାଷାଭାଷୀ ଅଞ୍ଚଳରେ ପ୍ରଚଳିତ ! ଯେମିତିକି,
● rose moss
● eleven o’clock
● Mexican rose
● moss rose
● Vietnam Rose
● sun rose
● rock rose
● moss-rose purslane ଆଦି . .

ପାକିସ୍ତାନରେ ଏ ଫୁଲକୁ “गुल् दोपहरी” କୁହନ୍ତି କାରଣ  ଏ ଫୁଲ ଦ୍ବୀପହର ବେଳକୁ ସମ୍ପୂର୍ଣ୍ଣ ଫୁଟିଥାଏ ପୁଣି ଊର୍ଦ୍ଦୁଭାଷାରେ ‛ଗୁଲ୍ – ଏ – ଶାମ୍’ ବି କୁହାଯାଏ ।

ବଙ୍ଗାଳୀ ଭାଷାରେ “টাইম ফুল” (ଟାଈମ୍ ଫୁଲୋ) କୁହାଯାଏ କାରଣ ଏ ଫୁଲଟି ତା ଫୁଟିବା ଵେଳ ହେଲେ ଫୁଟେ !

ଯେହେତୁ ଏ ଫୁଲ “୯.୦୦”ଟା ବେଳକୁ ଫୁଟେ ତେଣୁ ଏହି ଟେବୁଲୁ ଗୋଲାପ ଫୁଲ କୁ ଉତ୍ତର ଭାରତରେ “नौ वजैया” ମଧ୍ଯ କୁହନ୍ତି ।

ଫିଲିପାଇନ୍ସ ରେ ଏ ଫୁଲଟି uru-alas dose ବା twelve o’clock ନାମରେ ଜଣା ଶୁଣା ଯେଣୁ ୧୨ ଟା ବେଳକୁ ଏହା ମଉଳିବା ଆରମ୍ଭ କରିଥାଏ ।

ଭିଏତନାମରେ ଏ ଟେବୁଲୁ ଗୋଲାପ ଫୁଲକୁ “hoa mười” ଅର୍ଥାତ୍ “ten o’clock flower” କୁହାଯାଏ, କାରଣ ୧୦ ଟା ବେଳକୁ ଏ ଫୁଲ ସମ୍ପୂର୍ଣ୍ଣ ଫୁଟି ଥାଏ ।

ଗୋଲାପ ଫୁଲ ଭଳି ଦେଖାଯିବା ସହ ଏହା ଟେବୁଲ୍ ଉପରେ ପାତ୍ରରେ ମଧ୍ଯ ରଖାଯାଇ ବଞ୍ଚାଇ ରଖାଯାଇ ପାରିବ, ତେଣୁ ଓଡ଼ିଆଏ ଫୁଲଗଛକୁ “ଟେବୁଲୁ ଗୋଲାପ” କୁହନ୍ତି । ବିଶ୍ବର ବିଭିନ୍ନ ଦେଶରେ ଏହାକୁ ଗୋଲାପ ମନେକରି ନାମ ପ୍ରଚଳିତ ହେଉଥିଲେ ହେଁ ପ୍ରକୃତରେ ଏ ଉଭୟ ପାଦପ ଗୋଟିଏ ଵଂଶଶାଖା, ମୂଳଵର୍ଗ ଵା Clade “Eudicots”ର ଅନ୍ତର୍ଭୁକ୍ତ ଏବଂ ଦୂର ସଂପର୍କୀୟ ଅଟନ୍ତି ।

ଟେବୁଲୁ ଗୋଲାପ ଏକ ପ୍ରକାରର ବାସହୀନ ପୁଷ୍ପ । ଗୋଲାପ ଭଳି ଏହାର ସୁବାସ ନାହିଁ କିନ୍ତୁ ସୌନ୍ଦର୍ଯ୍ୟ ଗୋଲାପ ଭଳି ହୋଇ ଥିବାରୁ ଏହାକୁ ଅନେକ ଦେଶରେ ଗୋଲାପ ଗଛ ସହ ସମ୍ବନ୍ଧିତ ଥିବାର ଭ୍ରମାତ୍ମକ ଅନୁମାନ କରାଯାଇଛି । ଓଡ଼ିଶାର କେତେକ ଅଞ୍ଚଳରେ ଏହାକୁ ଗଙ୍ଗାଦୁବ କୁହାଯାଏ ବୋଲି ଜଣାପଡିଛି ପୁଣି ଆମ ବାଲେଶ୍ଵରରେ ଟେବୁଲୁ ଗୋଲାପ ଫୁଲକୁ “ଦଶଟା ଫୁଲ” କୁହାଯାଏ ବୋଲି ଶୁଣାଯାଏ ।  ତେଵେ ଆମ ଦେଶରେ ଏହି ଫୁଲଗଛର ଦୁଇ ଜାତିଭାଇ ବି ଅଛନ୍ତି । ଯଥା:
■Portulaca oleracea
ଏହାର ଶାସ୍ତ୍ରୀୟ ନାମ ଘୋଟିକା । ମରାଠୀ ଭାଷାରେ ଏ ଗଛକୁ ଘୋଳ, ମଳୟାଲମ୍ ଭାଷାରେ, കൊഴുപ(keāḻupa), ତାମିଳ ଭାଷାରେ தரைக்கீரை(Taraikkīrai) ଓ ସିଂହଳା ଭାଷାରେ ගෙඳ(gen̆da) କୁହାଯାଇଥାଏ ।

■Portulaca Quadrifiga
ଵିଶାଳା, ମଦଶାକ, ଲୋଣା ଵା ଲୋଣୀ ଶାଗଗଛ ଯାହାକୁ ଓଡ଼ିଶାରେ ଲୁଣୁ ଲୁଣିଆ ଶାଗ ଓ ଲୁଣି ଶାଗ କୁହାଯାଏ । ଏହାର ଫୁଲ ମଧ୍ୟ ଗୋଟିଗୋଟି ଫୁଟେ, କିନ୍ତୁ ଫୁଲର ପାଖୁଡ଼ା ହଳଦିଆ ହୋଇଥାଏ । ଏହାର ପତ୍ର ଓ ମଞ୍ଜି ଔଷଧରେ ଵ୍ଯଵହୃତ ହୁଏ । ବୈଦ୍ଯକ ମତରେ ଲୁଣିଲୁଣିକା ରୁକ୍ଷ, ଗୁରୁ, ଅଗ୍ନିଦୀପକ, ଅମ୍ଳ ରସ, ଲଵଣସ୍ବାଦଯୁକ୍ତ ଏଵଂ ଅଗ୍ନିମାନ୍ଦ୍ଯ ଓ ଵିଷଦୋଷ ନାଶକ ଅଟେ ।

ଆଜିକାଲି ଲୋକେ ଅସଲିନକଲି ସିଧାବଙ୍କା ପନ୍ଥା ଵିଷୟରେ କାହାକୁ ବୁଝେଇଵାକୁ ଚେଷ୍ଟା କରୁଥିଲେ ଗୋଲାପ ତଥା ଟେବୁଲୁ ଗୋଲାପ ଫୁଲର ଉପମା ଦିଅନ୍ତି । ଅସଲି ଗୋଲାପ ଗଛରେ ଅନେକ କଣ୍ଟା ସେଇଭଳି ସିଧା ବାଟ ମଧ୍ୟ କଣ୍ଟକିତ ହେଲେ ତାହାର ବାସ୍ନା ବଡ଼ ମନମୋହକ । ଗୋଲାପ ଫୁଲଟି ଅସଲି ହୋଇଥିଵାରୁ ତା ପାଖରେ କଣ୍ଟା ବି ରହିଛି ବାସ୍ନା ବି ରହିଛି କିନ୍ତୁ ଟେବୁଲ ଗୋଲାପ ପାଖରେ କଣ୍ଟା ନାହିଁ ଅର୍ଥାତ୍ “ଅତି ଭକ୍ତି ଚୋରର ଲକ୍ଷଣ” ! ଟେବୁଲୁ ଗୋଲାପ ଫୁଲର ସୌନ୍ଦର୍ଯ୍ୟର ବାଇ ହେଇ ଦର୍ଶକ ତାକୁ ତୋଳିଦେଇ ସୁଙ୍ଘିଲାମାତ୍ରେ ଜାଣେ ଯେ ତାହା ଦୂରରୁ ଗୋଲାପର ଭ୍ରମ ସୃଷ୍ଟି କଲେ ହେଁ ପ୍ରକୃତ ଗୋଲାପ ନୁହେଁ । ତେଣୁ ଲୋକେ ଚାହିଁଲେ ଟେବୁଲ ଗୋଲାପର ଏଇ ଆଧାରରେ ନକଲିଫୁଲ, ଠକୁଆ ଫୁଲ କି ମିଛଫୁଲ ନାଆଁ ରଖିପାରନ୍ତି ।

© ଶବ୍ଦଭେଦ

Spread the love
admin

Recent Posts

ମା’ ଚର୍ଚ୍ଚିକା

~ ବାଙ୍କୀଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା' ଚର୍ଚ୍ଚିକା ଠାକୁରାଣୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ବା ଉତ୍କଳ…

11 hours ago

ଓଡ଼ିଆ ସାହିତ୍ୟର ଇତିହାସ

~ ଓଡ଼ିଆ ସାହିତ୍ୟର ଇତିହାସ ~ ଉପସ୍ଥାପନା: ନିରଞ୍ଜନ ସାହୁ ସାହିତ୍ୟ ହେଉଛି ମୂଳତଃ ମଣିଷର। ଜୀବନର ବିବିଧ ପରିଧି…

1 day ago

ଔପନ୍ୟାସିକ କାହ୍ନୁଚରଣ ମହାନ୍ତି

ଔପନ୍ୟାସିକ କାହ୍ନୁଚରଣ ମହାନ୍ତି ଉପସ୍ଥାପନା: ଅନିଲ କୁମାର ପାଣିଗ୍ରାହୀ ଆବିର୍ଭାବ: ୧୧ ଅଗଷ୍ଟ ୧୯ଠ୬ ତିରୋଧାନ: ୬ ଏପ୍ରିଲ ୧୯୯୪…

2 days ago

ଶ୍ରୀଚୈତନ୍ୟଙ୍କ ଦେହାବସାନ

~ ଶ୍ରୀଚୈତନ୍ୟଙ୍କ ଦେହାବସାନ: ବିଭିନ୍ନ ସୂତ୍ର ଆକଳନ ~ ଉପସ୍ଥାପନା: ଅମ୍ବିକା ପଟନାୟକ ଷୋଡଶ ଶତାବ୍ଦୀରେ ଭାରତରେ ଯେଉଁ ଭକ୍ତିଧାରା…

2 days ago

ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ

~ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ ~ ଉପସ୍ଥାପନା: ଶିଶିର ସାହୁ ମନୋଜ ଭାରତୀୟ ସ୍ଵାଧୀନତା ସଂଗ୍ରାମର ଇତିହାସ…

1 week ago

ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ

ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ ଉପସ୍ଥାପନା: ଶାନ୍ତନୁ କୁମାର ସାହୁ ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟ କେବଳ ଦେଶପ୍ରେମର କବିତାଗୁଛ କିମ୍ବା…

1 week ago