ଲେଖା: ଶିଶିର ସାହୁ ମନୋଜ

ଆଜିକାଲି ଓଡ଼ିଶାରେ ‘ଟାଉଟର’ ଶବ୍ଦ କେତେକ ଅଞ୍ଚଳର କଥିତ ଓଡ଼ିଆ ଭାଷାରେ ଚଳୁଅଛି । ସାଧାରଣତଃ ଏହା ଗାଳିଦେଵା ସମୟରେ ଵ୍ଯଵହୃତ ହୋଇଥାଏ । ଏ ଟାଉଟର ଶବ୍ଦଟି ପ୍ରକୃତରେ ଵୈଦେଶିକ ଶବ୍ଦ ଅଟେ । ଏହାକୁ ଇଂରାଜୀରୁ ସିଧାସଳଖ ନିଆଯାଇଛି ।

ଇଂରାଜୀର Touter ଶବ୍ଦ ହିଁ ପୂର୍ଵଭାରତରେ ପ୍ରଚଳିତ ।

ତେଵେ ଇଂରାଜୀରେ ଏ ଶବ୍ଦର ଅର୍ଥ ହେଉଛି ଦଲାଲ ଵା ମାମଲତକାର । ଯିଏ ମଧ୍ଯସ୍ଥତା କରି ସ୍ଵାର୍ଥ ଲାଭ କରେ ତାକୁ ଦଲାଲ କୁହନ୍ତି ‌। ଏ ଶବ୍ଦ ଭଳି ମାମଲତକାର, ଦଲାଲ ମଧ୍ୟ ଵୈଦେଶିକ ଶବ୍ଦ ଏଵଂ ଭାରତରେ ଦଲାଲ, ବ୍ରୋକର୍ ଓ ଟାଉଟର ଆଦି ଶବ୍ଦ ପ୍ରାୟତଃ ଗାଳି ଅର୍ଥରେ ଵ୍ଯଵହୃତ ହୋଇଥାଏ ।

ଇଂରାଜୀରେ ଏ ଶବ୍ଦର ମୂଳ tout ଅଟେ । Tout ଶବ୍ଦର ମୂଳ ରୂପ tōtian ଥିଲା ଯାହା toten ଓ toot ହୋଇ ଶେଷରେ toutରେ ପରିଣତ ହୋଇଛି ।

ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ସମେତ ଅଧିକାଂଶ ପୁରାତନ ଓଡ଼ିଆ ଅଭିଧାନରେ ଆମେ ଏ ଶବ୍ଦ ଉଣ୍ଡିଲେ ପାଆନ୍ତି ନାହିଁ । ତେଣୁ ସମ୍ଭଵତଃ ଏହା ଵିଂଶ ଶତାବ୍ଦୀରେ ଲୋକପ୍ରିୟ ହୋଇଥିଵା ଅନୁମାନ କରାଯାଏ ।

ସେ ଯାହା ବି ହେଉ ଆମ ପାଖରେ ଦଲାଲ, ମାମଲତକାର, ବ୍ରୋକର୍ ଓ ଟାଉଟର ଅର୍ଥରେ ଅନେକ ପ୍ରତିଶବ୍ଦ ରହିଛି, ଯଥା:
୧. ନିଯୋଗୀ
୨. ମଧ୍ଯସ୍ଥ
୩. ଦଣ୍ଡିକାର/ଦଣ୍ଡିଦାର(ଵୈ)
୪. ଆଡ଼ତିଅ/ଆଡ଼ତଦାର୍(ଵୈ)
୫. ଦଣ୍ଡିଆ
୬. ସମ୍ପ୍ରଯୋଜକ
୭. ଘଟକ/ଖଟକ
୮. ତ୍ର୍ଯକ୍ଷର(ଵିଵାହ ମଧ୍ଯସ୍ଥ)
୯. ଭଲଲୋକ(ଵିଵାହ ମଧ୍ଯସ୍ଥ)
୧୦. ଯୋଟକ
ଇତ୍ୟାଦି ଇତ୍ୟାଦି . .

Spread the love
admin

Recent Posts

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

4 days ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

4 days ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

7 days ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 week ago

ଦଶପଲ୍ଲା ଗଡ଼

ଦଶପଲ୍ଲା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଅଧୁନା ନୟାଗଡ଼ ଜିଲ୍ଲା ପୂର୍ବରୁ ଚାରି ଗଡଜାତରେ ବିଭକ୍ତ ଥିଲା ଯଥା,…

2 weeks ago

ମା’ ଚର୍ଚ୍ଚିକା

~ ବାଙ୍କୀଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା' ଚର୍ଚ୍ଚିକା ଠାକୁରାଣୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ବା ଉତ୍କଳ…

2 weeks ago