ଲେଖା: ଶିଶିର ସାହୁ ମନୋଜ

ଆଜିକାଲି ଓଡ଼ିଶାରେ ‘ଟାଉଟର’ ଶବ୍ଦ କେତେକ ଅଞ୍ଚଳର କଥିତ ଓଡ଼ିଆ ଭାଷାରେ ଚଳୁଅଛି । ସାଧାରଣତଃ ଏହା ଗାଳିଦେଵା ସମୟରେ ଵ୍ଯଵହୃତ ହୋଇଥାଏ । ଏ ଟାଉଟର ଶବ୍ଦଟି ପ୍ରକୃତରେ ଵୈଦେଶିକ ଶବ୍ଦ ଅଟେ । ଏହାକୁ ଇଂରାଜୀରୁ ସିଧାସଳଖ ନିଆଯାଇଛି ।

ଇଂରାଜୀର Touter ଶବ୍ଦ ହିଁ ପୂର୍ଵଭାରତରେ ପ୍ରଚଳିତ ।

ତେଵେ ଇଂରାଜୀରେ ଏ ଶବ୍ଦର ଅର୍ଥ ହେଉଛି ଦଲାଲ ଵା ମାମଲତକାର । ଯିଏ ମଧ୍ଯସ୍ଥତା କରି ସ୍ଵାର୍ଥ ଲାଭ କରେ ତାକୁ ଦଲାଲ କୁହନ୍ତି ‌। ଏ ଶବ୍ଦ ଭଳି ମାମଲତକାର, ଦଲାଲ ମଧ୍ୟ ଵୈଦେଶିକ ଶବ୍ଦ ଏଵଂ ଭାରତରେ ଦଲାଲ, ବ୍ରୋକର୍ ଓ ଟାଉଟର ଆଦି ଶବ୍ଦ ପ୍ରାୟତଃ ଗାଳି ଅର୍ଥରେ ଵ୍ଯଵହୃତ ହୋଇଥାଏ ।

ଇଂରାଜୀରେ ଏ ଶବ୍ଦର ମୂଳ tout ଅଟେ । Tout ଶବ୍ଦର ମୂଳ ରୂପ tōtian ଥିଲା ଯାହା toten ଓ toot ହୋଇ ଶେଷରେ toutରେ ପରିଣତ ହୋଇଛି ।

ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ସମେତ ଅଧିକାଂଶ ପୁରାତନ ଓଡ଼ିଆ ଅଭିଧାନରେ ଆମେ ଏ ଶବ୍ଦ ଉଣ୍ଡିଲେ ପାଆନ୍ତି ନାହିଁ । ତେଣୁ ସମ୍ଭଵତଃ ଏହା ଵିଂଶ ଶତାବ୍ଦୀରେ ଲୋକପ୍ରିୟ ହୋଇଥିଵା ଅନୁମାନ କରାଯାଏ ।

ସେ ଯାହା ବି ହେଉ ଆମ ପାଖରେ ଦଲାଲ, ମାମଲତକାର, ବ୍ରୋକର୍ ଓ ଟାଉଟର ଅର୍ଥରେ ଅନେକ ପ୍ରତିଶବ୍ଦ ରହିଛି, ଯଥା:
୧. ନିଯୋଗୀ
୨. ମଧ୍ଯସ୍ଥ
୩. ଦଣ୍ଡିକାର/ଦଣ୍ଡିଦାର(ଵୈ)
୪. ଆଡ଼ତିଅ/ଆଡ଼ତଦାର୍(ଵୈ)
୫. ଦଣ୍ଡିଆ
୬. ସମ୍ପ୍ରଯୋଜକ
୭. ଘଟକ/ଖଟକ
୮. ତ୍ର୍ଯକ୍ଷର(ଵିଵାହ ମଧ୍ଯସ୍ଥ)
୯. ଭଲଲୋକ(ଵିଵାହ ମଧ୍ଯସ୍ଥ)
୧୦. ଯୋଟକ
ଇତ୍ୟାଦି ଇତ୍ୟାଦି . .

admin

Share
Published by
admin

Recent Posts

ଘୁଡ଼ୁକି

ଗବେଷଣା ଓ ଉପସ୍ଥାପନା: ଡ. ବାୟାମନୁ ଚର୍ଚି ଘୁଡ଼ୁକି ଏକ ବାଦ୍ୟ । ପତର ସଉରା ଓ କେଳା ସମ୍ପ୍ରଦାୟର…

1 year ago

ବାସୁଦେବ ସୁଢ଼ଳଦେବ

ଲେଖା: ନିରଞ୍ଜନ ସାହୁ ~ବାସୁଦେବ ସୁଢ଼ଳଦେବ ~ ଅନେକ ନୃପତି ଅଛନ୍ତି । କିଏ ଉତ୍ତରାଧିକାର ସୂତ୍ରରେ, କିଏ ବାହୁବଳରେ,…

1 year ago

ମହିମା ମେଳା

ଲେଖା: ନିରଞ୍ଜନ ସାହୁ ~ ମହିମା ମେଳା ~ ଯାହା ମନେପଡ଼େ ଏମିତିରେ ପ୍ରାୟ ଅନେକ କିଛି ବର୍ଷ ତଳର…

2 years ago

କଂସା ବାସନ

ଲେଖା: ଡ. ଜୟଶ୍ରୀ ନନ୍ଦ ~ କଂସା ବାସନ ~ ଆମ ରାଜ୍ୟ ପରା ଶ୍ରୀଜଗନ୍ନାଥଙ୍କର ପୁର ବା ଶ୍ରୀଜଗନ୍ନାଥଙ୍କର…

2 years ago

ତୁଳସୀ ପୂଜା

ଲେଖା: ଡ. ଜୟଶ୍ରୀ ନନ୍ଦ   ~ ତୁଳସୀ ପୂଜା ~ ତୁଳସୀ ପୂଜା ପ୍ରତି ଓଡିଆ ଘରର ପରମ୍ପରା…

2 years ago

ମଣ୍ଡା ପିଠା

ଲେଖା: ଡ. ଜୟଶ୍ରୀ ନନ୍ଦ ~ ମଣ୍ଡାପିଠା ~ ମଣ୍ଡା ପିଠା ଗୋଲ୍ ଗୋଲ୍, ଚାଲ ଯିବା ଚଣ୍ଡିଖୋଲ। ଲୋକଗୀତଟି…

2 years ago