ମହାପ୍ରଭୁ ଶ୍ରୀଜଗନ୍ନାଥ ଲୀଳା ପୁରୁଷୋତ୍ତମ ଶ୍ରୀକୃଷ୍ଣ ରୂପରେ ସମ୍ବୋଧିତ। ଶ୍ରୀଚୈତନ୍ୟଙ୍କ ଦୃଷ୍ଟିରେ ମହାପ୍ରଭୁ ହେଉଛନ୍ତି ଶ୍ରୀରାଧା ଶ୍ରୀକୃଷ୍ଣଙ୍କର ମିଳିତ ବିଗ୍ରହ ପ୍ରେମ ପୁରୁଷ ଶ୍ରୀକୃଷ୍ଣ ଏବଂ ପ୍ରକୃତି ସ୍ୱରୁପା ଶ୍ରୀରାଧାଙ୍କର ନିତ୍ୟରାସକାଳୀନ ଯୁଗନଦ୍ଧ ରୂପ ହିଁ ରତ୍ନ ସିଂହାସନାରୂଢ ଶ୍ରୀଜଗନ୍ନାଥ।
‘ଐଶ୍ୱର୍ଯ୍ୟ ମାଧୁର୍ଯ୍ୟ ଘେନି ସିଂହାସନ ପରେ,
ବିଜୟ କରିଅଛନ୍ତି ଚତୁର୍ଦ୍ଧା ରୂପରେ’।
(ଶୂନ୍ୟ ସଂହିତା)
କୃଷ୍ଣାବତାର ଲୀଳାର ସର୍ବୋତ୍ତମ ପରିପ୍ରକାଶ ରାସରେ ଘଟିଅଛି । ଦ୍ୱାପର ଯୁଗରେ ଗୋପ ରହଣି ସମୟରେ ଗୋପୀମାନଙ୍କ ସହିତ ଲୀଳାଖେଳା ଥିଲା ଶ୍ରୀକୃଷ୍ଣଙ୍କର ମାଧୁର୍ଯ୍ୟଲୀଳା । ଯେଁ ଲୀଳା ହିଁ ଭଗବତ୍ ପ୍ରାପ୍ତିର ସର୍ବୋତ୍ତମ ମାଧ୍ୟମ । ମାଧୁର୍ଯ୍ୟ ଲୀଳାର ସର୍ବୋତ୍ତମ ପରିପ୍ରକାଶ ହେଉଛି ରାସ। ଗୋପୀମାନଙ୍କ ସହିତ କିଶୋର କୃଷ୍ଣଙ୍କର ମିଳନକୁ ରାସ କୁହାଯାଇଥାଏ।
ବର୍ଷକ ମଧ୍ୟରେ ଶ୍ରୀମନ୍ଦିର ମଧ୍ୟରେ ତିନିଗୋଟି ପ୍ରମୁଖ ରାସଲୀଳା ସମ୍ପାଦିତ ହୋଇଥାଏ, ବସନ୍ତରେ ବସନ୍ତରାସ, ବର୍ଷାରେ ପ୍ରାବୃଟରାସ ଏବଂ ଶରତରେ ଶରତରାସ ଅନୁଷ୍ଠିତ ହୁଏ। ଏହି ରାସୋତ୍ସବରେ ଶ୍ରୀମନ୍ଦିର ଉତ୍ସବ ମୁଖରିତ ହେବା ସହିତ ଶ୍ରଦ୍ଧାଳୁ ଭକ୍ତ ଏହାକୁ ଉପଭୋଗ କରି ଦ୍ୱାପର ଯୁଗୀୟ ଶ୍ରୀରାଧା କୃଷ୍ଣଙ୍କର ବୃନ୍ଦାବନରେ ସଂଘଟିତ ରାସଲୀଳାକୁ ସ୍ମରଣ କରିଥାନ୍ତି।
ଶ୍ରାବଣ ମାସରେ ଅନୁଷ୍ଠିତ ହୁଏ ପ୍ରାବୃଟ ରାସ। ଏହି ରାସ ଶ୍ରୀମନ୍ଦିରରେ ସାତ ଦିନ ବ୍ୟାପୀ ଅନୁଷ୍ଠିତ ଝୁଲଣଯାତ୍ରା ନାମରେ ପରିଚିତ। ଶ୍ରାବଣ ଶୁକ୍ଲପକ୍ଷ ଦଶମୀଠାରୁ ଭାଦ୍ରବ କୃଷ୍ଣପକ୍ଷ ପ୍ରତିପଦା ପର୍ଯ୍ୟନ୍ତ ଆଡମ୍ବର ସହକାରେ ପାଳନ କରାଯାଇଥାଏ।
ମୁକ୍ତିମଣ୍ଡପ ତଳେ ରାସଗୀତ,ଓଡିଶୀ, ଚମ୍ପୂ, ଇତ୍ୟାଦି ଶୃଙ୍ଗାର ରସାଶ୍ରିତ ସଂଗୀତ ଗାନ କରାଯାଏ।
ଝୁଲିବେ ତ ଆଜ କୁଞ୍ଜେ ବରଜ ରାଜ
ଦେଉଥିବେ ଦୋହଲାଇ ଗୋ . .
~ ସର୍ପେଶ୍ୱର ମହାଦେବ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଜନଶ୍ରୁତି ଅନୁସାରେ ଓଡ଼ିଶାର ପ୍ରାଚୀନ ଶୈବପୀଠ ଆଠଗଡ଼ ଅନ୍ତର୍ଗତ ବଳରାମପୁର…
~ ଶ୍ରୀମନ୍ଦିରରେ ମାଆ ମହାଲକ୍ଷ୍ମୀ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମାଆ ମହାଲକ୍ଷ୍ମୀ ହେଉଛନ୍ତି ଧନ, ଐଶ୍ୱର୍ଯ୍ୟର ଦେବୀ l…
~ ଆଠଗଡ଼ ବିଜେ ମହାପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ସ୍ପନ୍ଦନ…
~ ପହିଲିଭୋଗ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମକରସଂକ୍ରାନ୍ତି ପର୍ଯ୍ୟନ୍ତ ଏକମାସ ବ୍ୟାପି ଶ୍ରୀମନ୍ଦିରରେ ଆମ ମହାପ୍ରଭୁଙ୍କ ନିକଟରେ "ପହିଲିଭୋଗ"…
~ ବଳଦେବ ଉପାସନା ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଉତ୍କଳ ଭୂମିରେ ବଳଦେବ ଉପାସନାର ପରମ୍ପରା ପ୍ରାଚୀନ l ଶ୍ରୀମନ୍ଦିରରେ…
~ ତୁମେ ତ ଲୋକରେ ସାର ~ ସୌରଭିତ ସୃଷ୍ଟି: ଅନନ୍ତ ପଟ୍ଟନାୟକ କମ୍ପି ଉଠୁଛି କଟକ ନଗର ଶୁଭୁଅଛି…