| ଉପସ୍ଥାପନା: ଶିଶିର ସାହୁ ମନୋଜ ଭାରତୀୟଙ୍କ ମଧ୍ୟରେ ଓଡ଼ିଆମାନେ ହିଁ ଥିଲେ ବୋଇତଯାତ୍ରାରେ ପ୍ରବୀଣ, ତେଣୁ ଆମ ଭାଷାରେ ଚଳୁଅଛି ଶହ ଶହ ବୋଇତିଆ ଅବା ଜାହାଜିଆ ଶବ୍ଦ, ପୁଣି ଭୌଗୋଳିକ ଦିଗନିର୍ଣ୍ଣୟ ହେତୁ ରହିଛି ସ୍ଵତନ୍ତ୍ର ଦିକ୍ଵାଚକ ନାମ । ନିମ୍ନରେ ସେହି ଦିକ୍ଵାଚକ ଶବ୍ଦଗୁଡ଼ିକର ବୋଇତିଆ ପ୍ରତିଶବ୍ଦ ଦିଆଗଲା . . ଗାହି ― ମାନଚିତ୍ରରେ ଉତ୍ତର ଦିଗ ସାରା ଭାରତରେ ଓଡ଼ିଆ ଛଡ଼ା ଅନ୍ୟ କୌଣସି ଭାଷାରେ ଏଭଳି ଦିକ୍ଵାଚକ ଶବ୍ଦ ଦୃଶ୍ୟ ହୁଏନାହିଁ। ଏହା କଳିଙ୍ଗଦେଶର ସ୍ଵାତନ୍ତ୍ର୍ଯ ପ୍ରକଟିତ କରିଥାଏ । ତେଵେ ଆମ ପାଖରେ ତ ଉତ୍ତର ଦକ୍ଷିଣ ପୂର୍ଵ ପଶ୍ଚିମ ଇତ୍ୟାଦି ଦଶଦିଗର ନାମ ରହିଥିଲା ତାହେଲେ କାହିଁକି ହୋଇଥିଲା ଏଭଳି ଦିଗ ନିର୍ଣ୍ଣୟ ? କାରଣ ସାଧାରଣ କଥିତ ଭାଷା ଓ ମାନଚିତ୍ରର ଭାଷାରେ ଦିଗ ଭିନ୍ନ ଭିନ୍ନ ହେଉଥିଲା । ଉଦାହରଣସ୍ୱରୂପ, କଥିତ ଭାଷାରେ ଆମେ ସୂର୍ଯ୍ୟ ଉଦୟ ହେଉଥିଵା ଦିଗକୁ ପୂର୍ଵ କୁହନ୍ତି, କିନ୍ତୁ ମାନଚିତ୍ର କ୍ଷେତ୍ରରେ ତାହା ଉତ୍ତର ଦିଗ ଭାବେ ଵିଦିତ ହୋଇଥାଏ । ଏଭଳି ଭ୍ରମର ଦୂରୀକରଣ ହେତୁରୁ ଓଡ଼ିଆଭାଷାରେ ସ୍ଵତନ୍ତ୍ର ଦିଗ ନାମକରଣ ହୋଇଥିଵାର ଯଥେଷ୍ଟ ସମ୍ଭାଵନା ରହିଛି । ତେଵେ ଇତିହାସ ପୁସ୍ତକରେ ଯଦି ଓଡ଼ିଶାର ନୌବାଣିଜ୍ୟ ସଂକ୍ରାନ୍ତୀୟ ଏକ ସ୍ଵତନ୍ତ୍ର ଵିଷୟ ରୁହନ୍ତା ଏବଂ ସେଠାରେ ଏହି ଜାହାଜିଆ ଶବ୍ଦ ଶବ୍ଦ ଗୁଡିକର ଆଲୋଚନା କରାହୁଅନ୍ତା ତେବେ ଏହି ଜାହାଜିଆ ଶବ୍ଦ ସବୁ ଲୁପ୍ତ ନ ହୋଇ ବଞ୍ଚିରୁହନ୍ତା ! © ଶିଶିର ସାହୁ ମନୋଜ | |
~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…
ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…
~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ କାହିଁ କେଉଁ ଆଦି ଅନାଦି କାଳରୁ ଏହି…
~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…
ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…