ଲେଖା: ଶ୍ରୀଜଗନ୍ନାଥଙ୍କ ଜନୈକ ଚରଣାଶ୍ରିତ
ଅକ୍ଷୟ ତୃତୀୟାରୁ ଆରମ୍ଭ ହୋଇଥିବା ୪୨ ଦିନ ବ୍ୟାପୀ ଚନ୍ଦନ ୨ ଭାଗରେ ବିଭକ୍ତ ହୋଇ ପାଳିତ ହୋଇଥାଏ। ପ୍ରଥମ ୨୧ ଦିନ ବାହାର ଚନ୍ଦନ ଓ ତତ୍ପର ୨୧ ଦିନ ଭିତର ଚନ୍ଦନ । ଚନ୍ଦନ ସମୟରେ ଶ୍ରୀଜୀଉମାନଙ୍କ ପାଖେ ଆଲଟ ଲାଗି ହୋଇଥାଏ। ଏହା ଏକ ଗୁପ୍ତସେବା ହୋଇଥିବାରୁ ପ୍ରକାଶ ଯୋଗ୍ୟ ନୁହେଁ।
ଭିତର ଚନ୍ଦନ ୨୧ ଦିନ ମଧ୍ୟରୁ କିଛି ବିଶେଷ ଦିନ ଯେପରି ଜ୍ୟେଷ୍ଠ କୃଷ୍ଣ ଏକାଦଶୀ (ଜଳକ୍ରୀଡ଼ା ଏକାଦଶୀ), ସାବିତ୍ରୀ ଅମାବାସ୍ୟା, ଶୀତଳଷଷ୍ଠୀ ଏବଂ ରୁକ୍ମିଣୀ ହରଣ ଏକାଦଶୀ ଦିନ ଶ୍ରୀମନ୍ଦିର ମଧ୍ୟରେ ଥିବା ଜଳକ୍ରୀଡ଼ା ମଣ୍ଡପରେ ଶ୍ରୀଜୀଉମାନେ ଜଳକ୍ରୀଡ଼ା କରିଥାନ୍ତି। ଏହି ସମୟରେ କେବଳ ଶ୍ରୀମଦନମୋହନ ଏବଂ ଶ୍ରୀଦେବୀ ଜଳକ୍ରୀଡ଼ା ମଣ୍ଡପକୁ ବିଜେ ହୋଇଥାନ୍ତି।
(Photo: ଘରେ ଘରେ ଜଗନ୍ନାଥ FB Page)
ଏହି ବିଶେଷ ଦିନମାନଙ୍କରେ ପୂଜାପଣ୍ଡା ସେବକ ଶ୍ରୀ ମଦନମୋହନ ଓ ଶ୍ରୀଦେବୀଙ୍କୁ ଆଜ୍ଞାମାଳ ଦେବାପରେ ମହାଜନ ସେବକ ଦିଅଁଙ୍କୁ ମୁକ୍ତିମଣ୍ଡପ ତଳେ ଥିବା ପାଲିଙ୍କିରେ ବିଜେ କରାଇଥାନ୍ତି । ଏହାପରେ ବିମାନବଡୁ ସେବକ ଉକ୍ତ ପାଲିଙ୍କିକୁ ଜଳକ୍ରୀଡ଼ା ମଣ୍ଡପକୁ ନେଇଥାନ୍ତି।
ପୂର୍ବରୁ ପାଣିଆପଟ, ଚାଙ୍ଗଡ଼ା ମେକାପଠାରୁ ନେଇଥିବା ଶ୍ରୀକପଡ଼ାରେ ପାଣି ଛଣା କରି ପୂର୍ଣ୍ଣ ରଖିଥାନ୍ତି। ଏହି କୁଣ୍ଡରେ ସୁବାସିତ ପୁଷ୍ପ, କର୍ପୁର, ଚନ୍ଦନ ଆଦି ମିଶ୍ରିତ ହୋଇଥାଏ। ମହାଜନ ସେବକ ଉକ୍ତ କୁଣ୍ଡରେ ଦିଅଁଙ୍କୁ ବିଜେ କରାଇଥାନ୍ତି। ମୁଦିରସ୍ତ ପ୍ରସାଦ ଲାଗି କରିଥାନ୍ତି ଓ ଚନ୍ଦନ ପାଣି ପିଚ କାରୀ ନୀତି ହୋଇ ଦେବ ବିଗ୍ରହ ମାନେ ଜଳକୁଣ୍ଡରେ ଥିବା ସମୟରେ ଆସ୍ଥାନ ପଢ଼ିଆରୀ ସେବକ ପଣାଭୋଗ ଡାକି ଯାଆନ୍ତି । ପଣାଭୋଗ ସରିବା ପରେ, ପୂଜାପଣ୍ଡା ପଞ୍ଚ ଉପଚାରରେ ଶୀତଳଭୋଗ କରିଥାନ୍ତି। ତତ୍ପରେ ଶ୍ରୀଜୀଉମାନେ ଜଳରୁ ବାହାରି ଶ୍ରୀଅଙ୍ଗ ପୋଛିହୋଇ ମାଳ ଫୁଲ ଆଦିରେ ବେଶ ହୋଇ ବାହୁଡା ବିଜେ କରିଥାନ୍ତି।
Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

1 month ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

2 months ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

2 months ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

3 months ago