ଲେଖା: ଶ୍ରୀଜଗନ୍ନାଥଙ୍କ ଜନୈକ ଚରଣାଶ୍ରିତ
ଅକ୍ଷୟ ତୃତୀୟାରୁ ଆରମ୍ଭ ହୋଇଥିବା ୪୨ ଦିନ ବ୍ୟାପୀ ଚନ୍ଦନ ୨ ଭାଗରେ ବିଭକ୍ତ ହୋଇ ପାଳିତ ହୋଇଥାଏ। ପ୍ରଥମ ୨୧ ଦିନ ବାହାର ଚନ୍ଦନ ଓ ତତ୍ପର ୨୧ ଦିନ ଭିତର ଚନ୍ଦନ । ଚନ୍ଦନ ସମୟରେ ଶ୍ରୀଜୀଉମାନଙ୍କ ପାଖେ ଆଲଟ ଲାଗି ହୋଇଥାଏ। ଏହା ଏକ ଗୁପ୍ତସେବା ହୋଇଥିବାରୁ ପ୍ରକାଶ ଯୋଗ୍ୟ ନୁହେଁ।
ଭିତର ଚନ୍ଦନ ୨୧ ଦିନ ମଧ୍ୟରୁ କିଛି ବିଶେଷ ଦିନ ଯେପରି ଜ୍ୟେଷ୍ଠ କୃଷ୍ଣ ଏକାଦଶୀ (ଜଳକ୍ରୀଡ଼ା ଏକାଦଶୀ), ସାବିତ୍ରୀ ଅମାବାସ୍ୟା, ଶୀତଳଷଷ୍ଠୀ ଏବଂ ରୁକ୍ମିଣୀ ହରଣ ଏକାଦଶୀ ଦିନ ଶ୍ରୀମନ୍ଦିର ମଧ୍ୟରେ ଥିବା ଜଳକ୍ରୀଡ଼ା ମଣ୍ଡପରେ ଶ୍ରୀଜୀଉମାନେ ଜଳକ୍ରୀଡ଼ା କରିଥାନ୍ତି। ଏହି ସମୟରେ କେବଳ ଶ୍ରୀମଦନମୋହନ ଏବଂ ଶ୍ରୀଦେବୀ ଜଳକ୍ରୀଡ଼ା ମଣ୍ଡପକୁ ବିଜେ ହୋଇଥାନ୍ତି।
(Photo: ଘରେ ଘରେ ଜଗନ୍ନାଥ FB Page)
ଏହି ବିଶେଷ ଦିନମାନଙ୍କରେ ପୂଜାପଣ୍ଡା ସେବକ ଶ୍ରୀ ମଦନମୋହନ ଓ ଶ୍ରୀଦେବୀଙ୍କୁ ଆଜ୍ଞାମାଳ ଦେବାପରେ ମହାଜନ ସେବକ ଦିଅଁଙ୍କୁ ମୁକ୍ତିମଣ୍ଡପ ତଳେ ଥିବା ପାଲିଙ୍କିରେ ବିଜେ କରାଇଥାନ୍ତି । ଏହାପରେ ବିମାନବଡୁ ସେବକ ଉକ୍ତ ପାଲିଙ୍କିକୁ ଜଳକ୍ରୀଡ଼ା ମଣ୍ଡପକୁ ନେଇଥାନ୍ତି।
ପୂର୍ବରୁ ପାଣିଆପଟ, ଚାଙ୍ଗଡ଼ା ମେକାପଠାରୁ ନେଇଥିବା ଶ୍ରୀକପଡ଼ାରେ ପାଣି ଛଣା କରି ପୂର୍ଣ୍ଣ ରଖିଥାନ୍ତି। ଏହି କୁଣ୍ଡରେ ସୁବାସିତ ପୁଷ୍ପ, କର୍ପୁର, ଚନ୍ଦନ ଆଦି ମିଶ୍ରିତ ହୋଇଥାଏ। ମହାଜନ ସେବକ ଉକ୍ତ କୁଣ୍ଡରେ ଦିଅଁଙ୍କୁ ବିଜେ କରାଇଥାନ୍ତି। ମୁଦିରସ୍ତ ପ୍ରସାଦ ଲାଗି କରିଥାନ୍ତି ଓ ଚନ୍ଦନ ପାଣି ପିଚ କାରୀ ନୀତି ହୋଇ ଦେବ ବିଗ୍ରହ ମାନେ ଜଳକୁଣ୍ଡରେ ଥିବା ସମୟରେ ଆସ୍ଥାନ ପଢ଼ିଆରୀ ସେବକ ପଣାଭୋଗ ଡାକି ଯାଆନ୍ତି । ପଣାଭୋଗ ସରିବା ପରେ, ପୂଜାପଣ୍ଡା ପଞ୍ଚ ଉପଚାରରେ ଶୀତଳଭୋଗ କରିଥାନ୍ତି। ତତ୍ପରେ ଶ୍ରୀଜୀଉମାନେ ଜଳରୁ ବାହାରି ଶ୍ରୀଅଙ୍ଗ ପୋଛିହୋଇ ମାଳ ଫୁଲ ଆଦିରେ ବେଶ ହୋଇ ବାହୁଡା ବିଜେ କରିଥାନ୍ତି।
Spread the love
admin

Recent Posts

ମା’ ନାରାୟଣୀ

~ ମା' ନାରାୟଣୀ ~ ଉପସ୍ଥାପନା: ନୟାଗଡ଼ ଇତିହାସ ଖୋର୍ଦ୍ଧା ଗଜପତି ଦ୍ୱିତୀୟ ରାମଚନ୍ଦ୍ର ଦେବଙ୍କ ନିର୍ଦେଶରେ ଆଠଗଡ, ନୟାଗଡ଼,…

2 weeks ago

ପଣ୍ଡିତ ଗୋଦାବରୀଶ ମିଶ୍ର

~ ପଣ୍ଡିତ ଗୋଦାବରୀଶ ମିଶ୍ର ~ ଉପସ୍ଥାପନା: ଅମୃତେଶ ଖଟୁଆ "ତୁଙ୍ଗ ଶିଖରୀ ଚୂଳ କୁଞ୍ଜ କାନନ-ମାଳ ପୁଣ୍ୟ ଜଳଧି-ଜଳ…

3 weeks ago

ଅଖିଳ ମୋହନ ପଟ୍ଟନାୟକ

ଅଖିଳ ମୋହନ ପଟ୍ଟନାୟକ ଉପସ୍ଥାପନା: ଅମୃତେଶ ଖଟୁଆ "ବାସ୍ତବତା କଳ୍ପନା ଠାରୁ ପୃଥକ୍ ରହିକି କେବେ ବି ସମାଜରେ ଦର୍ପଣ…

3 weeks ago

ସର୍ପେଶ୍ୱର ମହାଦେବ

~ ସର୍ପେଶ୍ୱର ମହାଦେବ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଜନଶ୍ରୁତି ଅନୁସାରେ ଓଡ଼ିଶାର ପ୍ରାଚୀନ ଶୈବପୀଠ ଆଠଗଡ଼ ଅନ୍ତର୍ଗତ ବଳରାମପୁର…

1 month ago

ମହାଲକ୍ଷ୍ମୀ

~ ଶ୍ରୀମନ୍ଦିରରେ ମାଆ ମହାଲକ୍ଷ୍ମୀ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମାଆ ମହାଲକ୍ଷ୍ମୀ ହେଉଛନ୍ତି ଧନ, ଐଶ୍ୱର୍ଯ୍ୟର ଦେବୀ l…

1 month ago

ଅଟ୍ଟାଳି ଜଗନ୍ନାଥ

~ ଆଠଗଡ଼ ବିଜେ ମହାପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ସ୍ପନ୍ଦନ…

1 month ago