ଲେଖା:ବନ୍ଧନ ଦଳାଇ

ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି ହେଉଛି ଶ୍ରୀକୃଷ୍ଣଙ୍କ ଜନ୍ମତିଥି। ଏହିଦିନ ନିଶାର୍ଦ୍ଧରେ ମଥୁରା ନଗରୀର କଂସ ବନ୍ଦୀଶାଳାରେ, ରୋହିଣୀ ନକ୍ଷତ୍ରର ଉଦୟ କାଳରେ, ଚାରିମେଘଙ୍କର ରଣତାଣ୍ଡବ ବେଳେ ଚତୁର୍ଭୁଜ ନାରାୟଣ ମାତା ଦେବକୀଙ୍କ କୋଳ ମଣ୍ଡନ କରି ଧରାପୃଷ୍ଠରେ ଅବତରଣ କରିଥିଲେ।

ଶ୍ରୀମଦ୍ଭାଗବତ ଗୀତାର ୪ର୍ଥ ଅଧ୍ୟାୟ, ୭ମ ଶ୍ଲୋକରେ ନିଜେ ଶ୍ରୀକୃଷ୍ଣ  କହିଛନ୍ତି, ତାହାର ଓଡିଆ ଭାବାର୍ଥ ହେଉଛି:
ଯେଉଁ କାଳରେ ହେ ଭାରତ
ଧର୍ମର ହାନି ଉପଗତ ।।
ଅଧର୍ମ ବଢଇ ପ୍ରବଳେ
ନିଜକୁ ସୃଜେଁ ସେତେବେଳେ ।।
ସାଧୁଙ୍କ ପରିତ୍ରାଣ ଅର୍ଥେ
ଦୁଷ୍ଟଙ୍କ ବିନାଶ ନିମନ୍ତେ ।।
ଧର୍ମର ସ୍ଥାପନ ନିମିତ୍ତ
ହୁଅଇଁ ଯୁଗେ ଯୁଗେ ଯାତ ।।

ଧରାରେ ଦୁଷ୍ଟ ମାନଙ୍କ ବିନାଶ ଏବଂ ସନ୍ଥମାନଙ୍କ ପାଳନ ନିମନ୍ତେ ଯୁଗେ ଯୁଗେ ଲୀଳାମୟ ଠାକୁର ତାଙ୍କ ଲୀଳା ଭିଆଇଥାନ୍ତି। ପ୍ରବଳ ପ୍ରତାପୀ କଂସର ଦୁରାଚାର ବଢିବାରୁ ଅବନୀ ଭାରର କଷ୍ଟର ଲାଘବ ନିମନ୍ତେ ଆଜିର ଦିନରେ ଦେବକୀ ବସୁଦେବଙ୍କ ଅଷ୍ଟମ ସନ୍ତାନ ରୁପେ ଆବିର୍ଭାବ ହୋଇଥିଲେ।

ପୁରାଣ ପ୍ରସଙ୍ଗ ଅନୁଯାୟୀ– ବସୁଦେବଙ୍କ ପାଦର ବେଡି ଖୋଲି ଯାଇଥିଲା ଘୋର ଗର୍ଜନ ମେଘ ବର୍ଷଣ ଯୋଗୁଁ, ସପ୍ତଫେଣୀ ନାଗ ଛତ୍ର ଭାବେ ଦଣ୍ଡାୟମାନ ଥିଲା। ପରେ ଯମୁନା ନଦୀ ପାର ହୋଇ ଶିଶୁପୁତ୍ର କୃଷ୍ଣଙ୍କୁ ନେଇ ନିରାପଦରେ ଗୋପପୁରରେ ନନ୍ଦରାଜାଙ୍କ ଘରେ ପହଞ୍ଚାଇ ଦେଇଆସିଥିଲେ।

ଏହି ଅନୁସାରେ ଆଜିର ଏ ଶୁଭ ଦିନକୁ ଓଡିଶାର ପୁରପଲ୍ଲୀରେ ପାଳନ କରାଯାଏ। ଏହିଦିନ ଆବାଳବୃଦ୍ଧବନିତା ଜନ୍ମାଷ୍ଟମୀ ବ୍ରତ ପାଳନ କରିଥାନ୍ତି। ନିର୍ଜଳା ଉପବାସ ରହିଥାନ୍ତି ଜଗନ୍ନାଥ ଦାସଙ୍କ ଭାଗବତର ‘ଦଶମ ସ୍କନ୍ଧ‘ ଗୋପଲୀଳା ଏବଂ ହରିବଂଶ ପାଠ କରାଯାଏ। ଭକ୍ତି ସହକାରେ ବାଳଗୋପାଳଙ୍କ ଜନ୍ମନୀତି ପାଳନ କରି ଆହ୍ଲାଦିତ ହୋଇଥାନ୍ତି ସକଳପ୍ରାଣୀ।

ଶ୍ରୀଜଗନ୍ନାଥ ମନ୍ଦିରରେ କେତେକ ସ୍ୱତନ୍ତ୍ର ରୀତି ଦେଖାଯାଏ। ଜନ୍ମାଷ୍ଟମୀ ପୂର୍ବଦିନ ରାତ୍ରିରେ ସଂଧ୍ୟାଧୂପ ଓ ପ୍ରସାଦ ଲାଗି ପରେ ତିନିଠାକୁରଙ୍କୁ ବନ୍ଦାପନା କରାଯାଏ। ମାତ୍ର ଜଗନ୍ନାଥ ବାଡରେ ଏକ ନିର୍ଦ୍ଧିଷ୍ଟ ବନ୍ଦାପନା ହୁଏ ତାହାର ନାମ ଗର୍ଭୋଦକ ବନ୍ଦାପନା ଏବଂ ସ୍ୱତନ୍ତ୍ର ପ୍ରସାଦ ଲାଗି ହୁଏ ତା’ର ନାମ ଜେଉଟ ଭୋଗ ଏହା ଲାଗି ହେବାର କାରଣ ହେଉଛି ଜଗନ୍ନାଥଙ୍କୁ ଦେବକୀ ଭାବରେ ଜ୍ଞାନ କରି ସୁଖପ୍ରସବ ପାଇଁ ଏହିନୀତି କରାଯାଏ ଏବଂ ପରଦିନ ଶ୍ରୀଜଗନ୍ନାଥ ଶ୍ରୀକୃଷ୍ଣ ରୁପେ ନିଜକୁ ଜନ୍ମ ଦେଇଥାନ୍ତି।

ଶ୍ରୀଜଗନ୍ନାଥଙ୍କ ବିଜେ ପ୍ରତିମା ମଦନମୋହନ ଏଥିରେ ଭାଗ ନେଇଥାଆନ୍ତି, ସେ ହିଁ ଶ୍ରୀକୃଷ୍ଣ ରୁପେ ଜନ୍ମ ନେଇଥାଆନ୍ତି। ଏଥିପାଇଁ ମହାପ୍ରଭୁଙ୍କ ଆଜ୍ଞାମାଳ ଆସିଥାଏ ସେସି ଆଜ୍ଞାମାଳ ପ୍ରଦାନ ସମୟରେ ପ୍ରାର୍ଥନା କରାଯାଏ, “ହେ ମହାପ୍ରଭୁ! ହେ ଦାରୁବ୍ରହ୍ମ! ତୁମ୍ଭଙ୍କୁ ନମସ୍କାର! ମତ୍ସ୍ୟ ପ୍ରଭୃତି ଅବତାରଗଣ ତୁମ୍ବର ଆଜ୍ଞାଲାଭ କରି ତୁମ୍ଭଠାରୁ ଉଦ୍ଭବ ହୁଅନ୍ତି। ହେ ପଦ୍ମଲୋଚନ! ଏବେ ଶ୍ରୀକୃଷ୍ଣଙ୍କ ଜନ୍ମୋସ୍ଚବ ପାଳନ ପାଇଁ ଆଜ୍ଞା ଦିଅନ୍ତୁ।”

Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

3 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

4 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

4 weeks ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

4 weeks ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago