ଲେଖା:ବନ୍ଧନ ଦଳାଇ

ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି ହେଉଛି ଶ୍ରୀକୃଷ୍ଣଙ୍କ ଜନ୍ମତିଥି। ଏହିଦିନ ନିଶାର୍ଦ୍ଧରେ ମଥୁରା ନଗରୀର କଂସ ବନ୍ଦୀଶାଳାରେ, ରୋହିଣୀ ନକ୍ଷତ୍ରର ଉଦୟ କାଳରେ, ଚାରିମେଘଙ୍କର ରଣତାଣ୍ଡବ ବେଳେ ଚତୁର୍ଭୁଜ ନାରାୟଣ ମାତା ଦେବକୀଙ୍କ କୋଳ ମଣ୍ଡନ କରି ଧରାପୃଷ୍ଠରେ ଅବତରଣ କରିଥିଲେ

ଶ୍ରୀମଦ୍ଭାଗବତ ଗୀତାର ୪ର୍ଥ ଅଧ୍ୟାୟ, ୭ମ ଶ୍ଲୋକରେ ନିଜେ ଶ୍ରୀକୃଷ୍ଣ  କହିଛନ୍ତି, ତାହାର ଓଡିଆ ଭାବାର୍ଥ ହେଉଛି:
ଯେଉଁ କାଳରେ ହେ ଭାରତ
ଧର୍ମର ହାନି ଉପଗତ ।।
ଅଧର୍ମ ବଢଇ ପ୍ରବଳେ
ନିଜକୁ ସୃଜେଁ ସେତେବେଳେ ।।
ସାଧୁଙ୍କ ପରିତ୍ରାଣ ଅର୍ଥେ
ଦୁଷ୍ଟଙ୍କ ବିନାଶ ନିମନ୍ତେ ।।
ଧର୍ମର ସ୍ଥାପନ ନିମିତ୍ତ
ହୁଅଇଁ ଯୁଗେ ଯୁଗେ ଯାତ ।।

ଧରାରେ ଦୁଷ୍ଟ ମାନଙ୍କ ବିନାଶ ଏବଂ ସନ୍ଥମାନଙ୍କ ପାଳନ ନିମନ୍ତେ ଯୁଗେ ଯୁଗେ ଲୀଳାମୟ ଠାକୁର ତାଙ୍କ ଲୀଳା ଭିଆଇଥାନ୍ତି। ପ୍ରବଳ ପ୍ରତାପୀ କଂସର ଦୁରାଚାର ବଢିବାରୁ ଅବନୀ ଭାରର କଷ୍ଟର ଲାଘବ ନିମନ୍ତେ ଆଜିର ଦିନରେ ଦେବକୀ ବସୁଦେବଙ୍କ ଅଷ୍ଟମ ସନ୍ତାନ ରୁପେ ଆବିର୍ଭାବ ହୋଇଥିଲେ।

ପୁରାଣ ପ୍ରସଙ୍ଗ ଅନୁଯାୟୀ– ବସୁଦେବଙ୍କ ପାଦର ବେଡି ଖୋଲି ଯାଇଥିଲା ଘୋର ଗର୍ଜନ ମେଘ ବର୍ଷଣ ଯୋଗୁଁ, ସପ୍ତଫେଣୀ ନାଗ ଛତ୍ର ଭାବେ ଦଣ୍ଡାୟମାନ ଥିଲା। ପରେ ଯମୁନା ନଦୀ ପାର ହୋଇ ଶିଶୁପୁତ୍ର କୃଷ୍ଣଙ୍କୁ ନେଇ ନିରାପଦରେ ଗୋପପୁରରେ ନନ୍ଦରାଜାଙ୍କ ଘରେ ପହଞ୍ଚାଇ ଦେଇଆସିଥିଲେ।

ଏହି ଅନୁସାରେ ଆଜିର ଏ ଶୁଭ ଦିନକୁ ଓଡିଶାର ପୁରପଲ୍ଲୀରେ ପାଳନ କରାଯାଏ। ଏହିଦିନ ଆବାଳବୃଦ୍ଧବନିତା ଜନ୍ମାଷ୍ଟମୀ ବ୍ରତ ପାଳନ କରିଥାନ୍ତି। ନିର୍ଜଳା ଉପବାସ ରହିଥାନ୍ତି ଜଗନ୍ନାଥ ଦାସଙ୍କ ଭାଗବତର ‘ଦଶମ ସ୍କନ୍ଧଗୋପଲୀଳା ଏବଂ ହରିବଂଶ ପାଠ କରାଯାଏ। ଭକ୍ତି ସହକାରେ ବାଳଗୋପାଳଙ୍କ ଜନ୍ମନୀତି ପାଳନ କରି ଆହ୍ଲାଦିତ ହୋଇଥାନ୍ତି ସକଳପ୍ରାଣୀ।

ଶ୍ରୀଜଗନ୍ନାଥ ମନ୍ଦିରରେ କେତେକ ସ୍ୱତନ୍ତ୍ର ରୀତି ଦେଖାଯାଏ। ଜନ୍ମାଷ୍ଟମୀ ପୂର୍ବଦିନ ରାତ୍ରିରେ ସଂଧ୍ୟାଧୂପ ଓ ପ୍ରସାଦ ଲାଗି ପରେ ତିନିଠାକୁରଙ୍କୁ ବନ୍ଦାପନା କରାଯାଏ। ମାତ୍ର ଜଗନ୍ନାଥ ବାଡରେ ଏକ ନିର୍ଦ୍ଧିଷ୍ଟ ବନ୍ଦାପନା ହୁଏ ତାହାର ନାମ ଗର୍ଭୋଦକ ବନ୍ଦାପନା ଏବଂ ସ୍ୱତନ୍ତ୍ର ପ୍ରସାଦ ଲାଗି ହୁଏ ତା’ର ନାମ ଜେଉଟ ଭୋଗ ଏହା ଲାଗି ହେବାର କାରଣ ହେଉଛି ଜଗନ୍ନାଥଙ୍କୁ ଦେବକୀ ଭାବରେ ଜ୍ଞାନ କରି ସୁଖପ୍ରସବ ପାଇଁ ଏହିନୀତି କରାଯାଏ ଏବଂ ପରଦିନ ଶ୍ରୀଜଗନ୍ନାଥ ଶ୍ରୀକୃଷ୍ଣ ରୁପେ ନିଜକୁ ଜନ୍ମ ଦେଇଥାନ୍ତି।

ଶ୍ରୀଜଗନ୍ନାଥଙ୍କ ବିଜେ ପ୍ରତିମା ମଦନମୋହନ ଏଥିରେ ଭାଗ ନେଇଥାଆନ୍ତି, ସେ ହିଁ ଶ୍ରୀକୃଷ୍ଣ ରୁପେ ଜନ୍ମ ନେଇଥାଆନ୍ତି। ଏଥିପାଇଁ ମହାପ୍ରଭୁଙ୍କ ଆଜ୍ଞାମାଳ ଆସିଥାଏ ସେସି ଆଜ୍ଞାମାଳ ପ୍ରଦାନ ସମୟରେ ପ୍ରାର୍ଥନା କରାଯାଏ, “ହେ ମହାପ୍ରଭୁ! ହେ ଦାରୁବ୍ରହ୍ମ! ତୁମ୍ଭଙ୍କୁ ନମସ୍କାର! ମତ୍ସ୍ୟ ପ୍ରଭୃତି ଅବତାରଗଣ ତୁମ୍ବର ଆଜ୍ଞାଲାଭ କରି ତୁମ୍ଭଠାରୁ ଉଦ୍ଭବ ହୁଅନ୍ତି। ହେ ପଦ୍ମଲୋଚନ! ଏବେ ଶ୍ରୀକୃଷ୍ଣଙ୍କ ଜନ୍ମୋସ୍ଚବ ପାଳନ ପାଇଁ ଆଜ୍ଞା ଦିଅନ୍ତୁ।”

Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

1 month ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

2 months ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

2 months ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

3 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

3 months ago