ଲେଖା: ଦେଵ ତ୍ରିପାଠୀ

ଓଡ଼ିଆ ଭାଷା ଆନ୍ଦୋଳନର ଅନ୍ୟତମ ସାରଥୀ ଜଗନ୍ମୋହନ ଲାଲା । 

ଓଡ଼ିଶାର ଆଦି ନାଟକର ନାୟକ ଜଗନ୍ମୋହନ ଲାଲା ଆଜି ସମୟର କ୍ଷିପ୍ର ସୁଅରେ ନିଖୋଜ I ଓଡ଼ିଆ ନାଟ୍ୟସାହିତ୍ୟକୁ ତାଙ୍କର ଆଦ୍ୟ ଅବଦାନ, ବିତର୍କିତ ନାଟକ “ବାବାଜୀ” I ନାଟକ ମାଧ୍ୟମରେ ସତୀପ୍ରଥା ବିରୁଦ୍ଧରେ ତାଙ୍କର ସ୍ୱର ଉତ୍ତୋଳନ ତତ୍କାଳୀନ ସମାଜରେ ହିଁ ରଚିଥିଲା ଗୁଞ୍ଜରଣର ବୁଦ୍ ବୁଦ୍ I ସେ ଥିଲେ ଐତିହାସିକ, ସମାଜ ସଂସ୍କାରକ, ସମାଜସେବକ, ନାଟ୍ୟକାର, ନାଟ୍ୟ ନିର୍ଦ୍ଦେଶକ, ନାୟକ, ମଞ୍ଚ ପ୍ରସ୍ତୁତକାରୀ – ବହୁ ବିନିଦ୍ର ରଜନୀର ଅଭିନେତା, ନିଜ ନାଟକରେ ନିଜେ I 

‘ଓଡ଼ିଆ ଏକ୍ଟା ସ୍ୱତନ୍ତ୍ର ଭାଷା ନଏ’ – ପରି ଅଯୌକ୍ତିକ ସ୍ଲୋାଗାନ୍ ଓ ଚକ୍ରାନ୍ତ ବିରୁଦ୍ଧରେ ଏକଦା ଓଡ଼ିଶାରେ ତେଜି ଉଠିଥିଲା ଭାଷା ଆନ୍ଦୋଳନର ଅଗ୍ନିଶିଖା I ସେହି ଆନ୍ଦୋଳନର ଅନ୍ୟତମ ସାରଥୀ ଥିଲେ ଜଗନ୍ମୋହନ ଲାଲା । ତାଙ୍କ ସାହିତ୍ୟ-ପ୍ରାଣରେ ସଞ୍ଚାର ହୋଇଥିଲା ଦୁର୍ବାର ସଙ୍କଳ୍ପ । ସାହିତ୍ୟିକ ଜୀବନର ଉନ୍ମେଷ କାଳ ଓ ପ୍ରେରଣା ଅଜ୍ଞାତ ଥିଲେ ହେଁ ୧୮୬୮ ମସିହାରେ ରଚିତ “ଭ୍ରମଭଞ୍ଜନ” ଥିଲା ଜଗନ୍ମୋହନଙ୍କ କାବ୍ୟପ୍ରୟାସର ପ୍ରଥମ ପଦଟୀକା । 

ଓଡିଶା ମାଟିରେ ଇଂରାଜୀ ଓ ବଙ୍ଗଳା ଭାଷାର ଅବାଞ୍ଛିତ ଓ ଅଯୌକ୍ତିକ ପ୍ରାଦୁର୍ଭାବକୁ ଛିନ୍ନ କରିବା ପାଇଁ ଜଗନ୍ମୋହନ ସାର୍ ଟଏନବୀଙ୍କ ‘ଓଡିଶା ଇତିହାସ’ର ଅନୁବାଦ କରି “ଓଡିଶା ବିଜୟ” ନାମକ ପୁସ୍ତକ ରଚନା କରି ସେ ବନିଯାଇଥିଲେ ଏ ମାଟିର ପ୍ରଥମ ଐତିହାସିକ । 

ସାଂସ୍କୃତିକ ମହାନଗର କଟକଠାରୁ ଅଳ୍ପ ଦୂରରେ ଅବସ୍ଥିତ ସାହିତ୍ୟରଥୀମାନଙ୍କ ସ୍ବର୍ଗ ଭାବେ ପରିଚିତ ମାହାଙ୍ଗାରେ ଜନ୍ମି, ନାଟକ ରଚନା କରି ସେସବୁକୁ ସର୍ବସାଧାରଣରେ ଅଭିନୟପୂର୍ବକ, ଜାତୀୟ ଜୀବନରେ ସ୍ପନ୍ଦନ ସଞ୍ଚାର କରିବା ଥିଲା ଜଗନ୍ମୋହନଙ୍କ ଅଭିପ୍ରାୟ । ଜୀବନରେ ସର୍ବଦା ଆହ୍ୱାନକୁ ପସନ୍ଦ କରୁଥିବା ଜଗନ୍ମୋହନ, ନାଟକ ବ୍ୟଙ୍ଗ ଓ ସମାଲୋଚନାର ଶିକାର ହେଉଥିବାର ସନ୍ଧିକ୍ଷଣରେ ସେ ମାହାଙ୍ଗା ମାଟିରେ ଗଢିଥିଲେ ରାଧାକାନ୍ତ ରଙ୍ଗମଞ୍ଚ, ତା’ ସହିତ ସୂତ୍ରପାତ ହେଲା ନାଟକ ଅଭିନୟର ଆଦ୍ୟ ସଙ୍କଳ୍ପ । ପରେ ପରେ କଟକ ପ୍ରିଣ୍ଟିଂ କମ୍ପାନୀରୁ ପ୍ରକାଶ ପାଇଲା ଆମ ଭାଷାର ପ୍ରଥମ ପ୍ରକାଶିତ ନାଟକ “ବାବାଜୀ” । 

ସମାଜ ସଚେତନ ସତର୍କପ୍ରହରୀ ଜଗନ୍ମୋହନ ତାଙ୍କ ସୃଜନଶିଳ୍ପରେ ସମାଜର ସମସ୍ତ ଦୋଷଦୁର୍ବଳତା ନାଟକର ରୂପରେ ପରିସ୍ଫୁଟ । ସମାଜର ସମସ୍ତ କୁସଂସ୍କାର, ଅନ୍ଧବିଶ୍ୱାସ ତଥା ଜଡତା ବିରୁଦ୍ଧରେ ତାଙ୍କ ସଂଗ୍ରାମ ଥିଲା “ସତୀ”, “ପ୍ରୀତି” ପରି ତାଙ୍କ ସୃଜନ ନାଟକଗୁଡିକର ଏକକ ସଙ୍କଳ୍ପ । 

ପ୍ରଚଣ୍ଡ ଆଦର୍ଶବାଦୀ ଜଗନ୍ମୋହନ ଆତ୍ମପ୍ରଚାରେ ବିମୁଖ ଓ ନିରବ ସାରସ୍ଵତ ସନ୍ଧାନର ଏହି ବିରଳ ବ୍ୟକ୍ତିତ୍ବ ନିଜେ ଗୋଟିଏ ବଳଦ ଗାଡ଼ିରେ ଗ୍ରାମସଫେଇ ଓ ପାନୀୟଜଳ ପାଇଁ ବିଭିନ୍ନ ସ୍ଥାନରେ କୂପଖନନ ପରି ସାମାଜିକ କାର୍ଯ୍ୟରେ ମନୋନିବେଶ କରିଥିଲେ । ୧୯୧୧ ମସିହାରେ ମାହାଙ୍ଗାରେ ୭୦ଜଣ ଜମିଦାରଙ୍କୁ ସମବେତ କରି “ପ୍ରଜାସତ୍ତ୍ୱ ଆଇନ” ସମ୍ପର୍କରେ ଦିଗଦର୍ଶନ ଦେଇଥିଲେ, ୧୯୩୮ ମସିହାରେ ବିଶ୍ୱନାଥ ଦାଶ ଏହି ଆଦର୍ଶର ପ୍ରଚଳନ କଲେ । 

ଅନେକ ମୌଳିକ ଚିନ୍ତାଧାରାରେ ପ୍ରଥମ, ସୃଜନ-ସଙ୍କଳ୍ପର ଆଦର୍ଶ, ରାଜନୀତି ଓ ସମାଜସେବାରେ ଅଗ୍ରଣୀ ଅନେକ ନାଟକର ନାୟକ, ସମୟ ସୁଅରେ ଆଜି ବିସ୍ମୃତ । କିନ୍ତୁ ବିରଳ ତାଙ୍କ ନାଟକ ଓ ଜୀବନାଦର୍ଶର କାହାଣୀ । ଆଧୁନିକ ଜୀବନର ଫାଙ୍କା ଆଦର୍ଶ ଭିତରେ ତଥାପି ଲୁପ୍ତ ବିସ୍ମୃତ ନୁହଁନ୍ତି ଜଗନ୍ମୋହନ ଲାଲା ।

Spread the love
admin

Recent Posts

ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ

~ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ ~ ଉପସ୍ଥାପନା: ଶିଶିର ସାହୁ ମନୋଜ ଭାରତୀୟ ସ୍ଵାଧୀନତା ସଂଗ୍ରାମର ଇତିହାସ…

52 minutes ago

ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ

ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ ଉପସ୍ଥାପନା: ଶାନ୍ତନୁ କୁମାର ସାହୁ ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟ କେବଳ ଦେଶପ୍ରେମର କବିତାଗୁଛ କିମ୍ବା…

1 day ago

ସୀତାବିଞ୍ଜ

ସୀତାବିଞ୍ଜ ଉପସ୍ଥାପନା: ଘନଶ୍ୟାମ ପଲେଇ କେନ୍ଦୁଝର ଜିଲ୍ଲାର ଘନ ଅରଣ୍ୟର ବକ୍ଷରେ ଅବସ୍ଥିତ #ସୀତାବିଞ୍ଜ ଓଡ଼ିଶାର ଅନ୍ୟତମ ପ୍ରାଚୀନ ପ୍ରତ୍ନତାତ୍ତ୍ୱିକ କ୍ଷେତ୍ର।…

1 day ago

ନବକୃଷ୍ଣ ଚୌଧୁରୀ

ଲୋକସେବକ ନବକୃଷ୍ଣ ଚୌଧୁରୀ  ଉପସ୍ଥାପନା: ବିଜୟ ସାହୁ 1956 ମସିହା । ସେଦିନ ସନ୍ଧ୍ୟାରେ ନବକୃଷ୍ଣ ଚୌଧୁରୀ ରେଭେନ୍ସାର ପୂର୍ବ…

1 day ago

ବଙ୍କାଡ଼ଗଡ଼(ବାଣପୁର)ର ଆରାଧ୍ୟଦେବତା ଶ୍ରୀ ଶ୍ରୀ ରଙ୍କନାଥ ଦେବ

ବଙ୍କାଡ଼ଗଡ଼(ବାଣପୁର)ର ଆରାଧ୍ୟଦେବତା ଶ୍ରୀ ଶ୍ରୀ ରଙ୍କନାଥ ଦେବ ଉପସ୍ଥାପନା: ଶ୍ରୀ ପ୍ରଶାନ୍ତ କୁମାର ଦାସ ଲୋକକଥା ଏବଂ କିମ୍ବଦନ୍ତୀ ଅନୁସାରେ…

1 week ago

Ananta Purushottam Deba Mandira

Ananta Purushottam Deba Mandira Ashoka Nayak It's just 4 kilometres from Khorda towards Nayagarh. My…

2 weeks ago