ଲେଖା: ଦେଵ ତ୍ରିପାଠୀ

ଓଡ଼ିଆ ଭାଷା ଆନ୍ଦୋଳନର ଅନ୍ୟତମ ସାରଥୀ ଜଗନ୍ମୋହନ ଲାଲା । 

ଓଡ଼ିଶାର ଆଦି ନାଟକର ନାୟକ ଜଗନ୍ମୋହନ ଲାଲା ଆଜି ସମୟର କ୍ଷିପ୍ର ସୁଅରେ ନିଖୋଜ I ଓଡ଼ିଆ ନାଟ୍ୟସାହିତ୍ୟକୁ ତାଙ୍କର ଆଦ୍ୟ ଅବଦାନ, ବିତର୍କିତ ନାଟକ “ବାବାଜୀ” I ନାଟକ ମାଧ୍ୟମରେ ସତୀପ୍ରଥା ବିରୁଦ୍ଧରେ ତାଙ୍କର ସ୍ୱର ଉତ୍ତୋଳନ ତତ୍କାଳୀନ ସମାଜରେ ହିଁ ରଚିଥିଲା ଗୁଞ୍ଜରଣର ବୁଦ୍ ବୁଦ୍ I ସେ ଥିଲେ ଐତିହାସିକ, ସମାଜ ସଂସ୍କାରକ, ସମାଜସେବକ, ନାଟ୍ୟକାର, ନାଟ୍ୟ ନିର୍ଦ୍ଦେଶକ, ନାୟକ, ମଞ୍ଚ ପ୍ରସ୍ତୁତକାରୀ – ବହୁ ବିନିଦ୍ର ରଜନୀର ଅଭିନେତା, ନିଜ ନାଟକରେ ନିଜେ I 

‘ଓଡ଼ିଆ ଏକ୍ଟା ସ୍ୱତନ୍ତ୍ର ଭାଷା ନଏ’ – ପରି ଅଯୌକ୍ତିକ ସ୍ଲୋାଗାନ୍ ଓ ଚକ୍ରାନ୍ତ ବିରୁଦ୍ଧରେ ଏକଦା ଓଡ଼ିଶାରେ ତେଜି ଉଠିଥିଲା ଭାଷା ଆନ୍ଦୋଳନର ଅଗ୍ନିଶିଖା I ସେହି ଆନ୍ଦୋଳନର ଅନ୍ୟତମ ସାରଥୀ ଥିଲେ ଜଗନ୍ମୋହନ ଲାଲା । ତାଙ୍କ ସାହିତ୍ୟ-ପ୍ରାଣରେ ସଞ୍ଚାର ହୋଇଥିଲା ଦୁର୍ବାର ସଙ୍କଳ୍ପ । ସାହିତ୍ୟିକ ଜୀବନର ଉନ୍ମେଷ କାଳ ଓ ପ୍ରେରଣା ଅଜ୍ଞାତ ଥିଲେ ହେଁ ୧୮୬୮ ମସିହାରେ ରଚିତ “ଭ୍ରମଭଞ୍ଜନ” ଥିଲା ଜଗନ୍ମୋହନଙ୍କ କାବ୍ୟପ୍ରୟାସର ପ୍ରଥମ ପଦଟୀକା । 

ଓଡିଶା ମାଟିରେ ଇଂରାଜୀ ଓ ବଙ୍ଗଳା ଭାଷାର ଅବାଞ୍ଛିତ ଓ ଅଯୌକ୍ତିକ ପ୍ରାଦୁର୍ଭାବକୁ ଛିନ୍ନ କରିବା ପାଇଁ ଜଗନ୍ମୋହନ ସାର୍ ଟଏନବୀଙ୍କ ‘ଓଡିଶା ଇତିହାସ’ର ଅନୁବାଦ କରି “ଓଡିଶା ବିଜୟ” ନାମକ ପୁସ୍ତକ ରଚନା କରି ସେ ବନିଯାଇଥିଲେ ଏ ମାଟିର ପ୍ରଥମ ଐତିହାସିକ । 

ସାଂସ୍କୃତିକ ମହାନଗର କଟକଠାରୁ ଅଳ୍ପ ଦୂରରେ ଅବସ୍ଥିତ ସାହିତ୍ୟରଥୀମାନଙ୍କ ସ୍ବର୍ଗ ଭାବେ ପରିଚିତ ମାହାଙ୍ଗାରେ ଜନ୍ମି, ନାଟକ ରଚନା କରି ସେସବୁକୁ ସର୍ବସାଧାରଣରେ ଅଭିନୟପୂର୍ବକ, ଜାତୀୟ ଜୀବନରେ ସ୍ପନ୍ଦନ ସଞ୍ଚାର କରିବା ଥିଲା ଜଗନ୍ମୋହନଙ୍କ ଅଭିପ୍ରାୟ । ଜୀବନରେ ସର୍ବଦା ଆହ୍ୱାନକୁ ପସନ୍ଦ କରୁଥିବା ଜଗନ୍ମୋହନ, ନାଟକ ବ୍ୟଙ୍ଗ ଓ ସମାଲୋଚନାର ଶିକାର ହେଉଥିବାର ସନ୍ଧିକ୍ଷଣରେ ସେ ମାହାଙ୍ଗା ମାଟିରେ ଗଢିଥିଲେ ରାଧାକାନ୍ତ ରଙ୍ଗମଞ୍ଚ, ତା’ ସହିତ ସୂତ୍ରପାତ ହେଲା ନାଟକ ଅଭିନୟର ଆଦ୍ୟ ସଙ୍କଳ୍ପ । ପରେ ପରେ କଟକ ପ୍ରିଣ୍ଟିଂ କମ୍ପାନୀରୁ ପ୍ରକାଶ ପାଇଲା ଆମ ଭାଷାର ପ୍ରଥମ ପ୍ରକାଶିତ ନାଟକ “ବାବାଜୀ” । 

ସମାଜ ସଚେତନ ସତର୍କପ୍ରହରୀ ଜଗନ୍ମୋହନ ତାଙ୍କ ସୃଜନଶିଳ୍ପରେ ସମାଜର ସମସ୍ତ ଦୋଷଦୁର୍ବଳତା ନାଟକର ରୂପରେ ପରିସ୍ଫୁଟ । ସମାଜର ସମସ୍ତ କୁସଂସ୍କାର, ଅନ୍ଧବିଶ୍ୱାସ ତଥା ଜଡତା ବିରୁଦ୍ଧରେ ତାଙ୍କ ସଂଗ୍ରାମ ଥିଲା “ସତୀ”, “ପ୍ରୀତି” ପରି ତାଙ୍କ ସୃଜନ ନାଟକଗୁଡିକର ଏକକ ସଙ୍କଳ୍ପ । 

ପ୍ରଚଣ୍ଡ ଆଦର୍ଶବାଦୀ ଜଗନ୍ମୋହନ ଆତ୍ମପ୍ରଚାରେ ବିମୁଖ ଓ ନିରବ ସାରସ୍ଵତ ସନ୍ଧାନର ଏହି ବିରଳ ବ୍ୟକ୍ତିତ୍ବ ନିଜେ ଗୋଟିଏ ବଳଦ ଗାଡ଼ିରେ ଗ୍ରାମସଫେଇ ଓ ପାନୀୟଜଳ ପାଇଁ ବିଭିନ୍ନ ସ୍ଥାନରେ କୂପଖନନ ପରି ସାମାଜିକ କାର୍ଯ୍ୟରେ ମନୋନିବେଶ କରିଥିଲେ । ୧୯୧୧ ମସିହାରେ ମାହାଙ୍ଗାରେ ୭୦ଜଣ ଜମିଦାରଙ୍କୁ ସମବେତ କରି “ପ୍ରଜାସତ୍ତ୍ୱ ଆଇନ” ସମ୍ପର୍କରେ ଦିଗଦର୍ଶନ ଦେଇଥିଲେ, ୧୯୩୮ ମସିହାରେ ବିଶ୍ୱନାଥ ଦାଶ ଏହି ଆଦର୍ଶର ପ୍ରଚଳନ କଲେ । 

ଅନେକ ମୌଳିକ ଚିନ୍ତାଧାରାରେ ପ୍ରଥମ, ସୃଜନ-ସଙ୍କଳ୍ପର ଆଦର୍ଶ, ରାଜନୀତି ଓ ସମାଜସେବାରେ ଅଗ୍ରଣୀ ଅନେକ ନାଟକର ନାୟକ, ସମୟ ସୁଅରେ ଆଜି ବିସ୍ମୃତ । କିନ୍ତୁ ବିରଳ ତାଙ୍କ ନାଟକ ଓ ଜୀବନାଦର୍ଶର କାହାଣୀ । ଆଧୁନିକ ଜୀବନର ଫାଙ୍କା ଆଦର୍ଶ ଭିତରେ ତଥାପି ଲୁପ୍ତ ବିସ୍ମୃତ ନୁହଁନ୍ତି ଜଗନ୍ମୋହନ ଲାଲା ।

admin

Recent Posts

କପାଳୀ ମଠ

ଲେଖା: ଅମ୍ବିକା ପଟ୍ଟନାୟକ   ∼ କପାଳୀ ମଠ : ଓଡ଼ିଆ ସାମରିକ ଶକ୍ତିର ଅଭ୍ୟୁତ୍ଥାନ ପୀଠ ∼ ଭୁବନେଶ୍ୱରର…

2 weeks ago

ଶ୍ରୀଧର ସ୍ୱାମୀ

ଲେଖା: ଅମ୍ବିକା ପଟ୍ଟନାୟକ ∼ ଆଚାର୍ଯ୍ୟ ଶ୍ରୀଧର ସ୍ୱାମୀ : ଭାବାର୍ଥ ଦୀପିକା ବାଣୀ ∼ ମୂକଂ କରୋତି ବାଚାଳମ…

2 weeks ago

ଜାତି ଐରାବତ

ଲେଖା: ଅମୃତେଶ ଖଟୁଆ ∼ କବି ଲେଖନୀରେ ଜାତି ଐରାବତ ∼ ଓଡ଼ିଆ ଜାତି ପାଇଁ ତାଙ୍କର ଅପରିମେୟ ଅବଦାନ…

2 weeks ago

ଉତ୍ତରେଶ୍ଵର ମହାଦେବ ମନ୍ଦିର

ଲେଖା: ଅମର ପ୍ରସାଦ ଓ ଶ୍ରୀକାନ୍ତ ସିଂହ ~ ଉତ୍ତରେଶ୍ଵର ମହାଦେବ ମନ୍ଦିର ~ ଦିନ ଥିଲା, ବିରୂପା ତଟରେ…

3 weeks ago

କୁମ୍ଭେଶ୍ୱର ମହାଦେବ ମନ୍ଦିର

କୁମ୍ଭେଶ୍ୱର ମହାଦେବ ମନ୍ଦିର ଉପସ୍ଥାପନା: ଅମର ପ୍ରସାଦ ଓ ଶ୍ରୀକାନ୍ତ ସିଂହ  ଆଠଗଡ଼ର ଚିର ହରିତ ପ୍ରକୃତି, ଶାନ୍ତ-ସ୍ନିଗ୍ଧ ବାତାବରଣ…

3 weeks ago

ମାଣବସା ଗୁରୁବାର

ମାଣବସା ଗୁରୁବାର  ଉପସ୍ଥାପନା: ଅମୃତେଶ ଖଟୁଆ ଲକ୍ଷ୍ମୀ ମାଆ ଦେଖିଲେ ଯାଇ ନଗରୀ-ପ୍ରାନ୍ତରେ ଚଣ୍ଡାଳର କୁଟୀରଟିଏ ଅତୁଳ ଛବି ଧରେ…

3 weeks ago