All Rights ReservedView Non-AMP Version
  • Homepage
  • କୋଥଳି
  • ହଜିଲା ଦିନର କଥା
ହଜିଲା ଦିନର କଥା

ଚାଳଘର

 

ଲେଖା: ଅକ୍ଷୟ ଓଝା

ଚାଳଘର । ପିଲାଦିନେ ଆଠ ଖୁଣ୍ଟିଆ ଚାଳ ଛପର ଘର ଆମର ଥିଲା । ପିଢ଼ାରେ ବର୍ଷସାରା କିଛି ନା କିଛି ପରିବା ଫସଲ ଲତା ଟିଏ ମାଡ଼ି ଥାଏ  ଆମ ଚାଳ ଉପରେ । ଲାଉ, କଖାରୁ, ପୋଇ, ଶିମ ଇତ୍ୟାଦି ଇତ୍ୟାଦି ।

ବର୍ଷା ଋତୁରେ ବର୍ଷା ବେଳେ ଚାଳ ଆଖିରୁ ଲୁହ ଗଡିଲା ପରି ବର୍ଷାପାଣି ବହେ । ଅଳ୍ପ ବର୍ଷାରେ ବେଳେ ବେଳେ ଟପ୍ ଟପ୍ ହେଇ ବିନ୍ଦୁ ବିନ୍ଦୁ ବର୍ଷା । ପିଣ୍ଡାରେ ବସି ଆମେ ଚାଳରୁ ଖସି ପଡୁଥିବା ବର୍ଷା ବିନ୍ଦୁର ଦୃଶ୍ୟ ଅତି ଆନନ୍ଦ ଉଠାଇ ଥାଉ । ରୋଷେଇ ଘରୁ କାଠ ଜାଳର ଚୁଲି ଧୂଆଁ ବର୍ଷା ଋତୁରେ ଏକ ବିଶେଷ ଆକର୍ଷଣ ରୂପେ ପରିଦର୍ଶିତ ହେଇ ଥାଏ । ବେଳେ ବେଳେ ସୁନେଲି କଖାରୁ ଫୁଲରେ ସଜେଇ ହେଇଥାଏ ଚାଳ ତ କେବେ କେବେ ଧଳା ଲାଉ ଫୁଲରେ କିମ୍ବା ଶିମ୍ବ ଫୁଲରେ।

ଚାଳଘର କୋଣରେ କେଉଁଠି ନା କେଉଁଠି ଚୁଳିଆ ଚଢେଇର ବସା, ବାଇ ଚଢେଇ ବସା, ଅଣ୍ଡା ଦେବା, ଶାବକ ଆସିବା ପୁଣି ବଡ଼ ହେଇ ଉଡିଯିବା ଏକ ସୁନ୍ଦର ଅନୁଭୂତି ଚାଳଘର ସହିତ ଯୋଡି ହେଇ ରହି ଥାଏ ।

ଚାଳରେ ବସି କାଉ ରାବିଲେ ବିଦେଶରୁ କିଛି ଖବର ଆସିଛି ବୋଲି କାଉକୁ ଚାଉଳ ଦେଇଥାଆନ୍ତି । ଭାଉଜ ବିଦେଶିଆ  ଭାଇଙ୍କ ଚିଠିକୁ ଅନେଇ କାଉକୁ ଚାଉଳ ଖୋଇବା ଏକ ପ୍ରାଚୀନ ଗ୍ରାମ୍ୟକଥନ ।

ଘର ଛାଆ ହେବା ଏକ ଅନନ୍ୟ ଅନୁଭବ ଚାଳଘର ବାସିନ୍ଦା ପାଇଁ । ରାତିରୁ ଘର ଛାଆଳି ଆସି ପହଂଚିଯା’ନ୍ତି । ଘରୁ କିଛି ଜିନିଷ ପତ୍ର ବାହାର କରି ଦିଆ ଯାଇଥାଏ । ଯେଉଁ ମାନଙ୍କର  ସଙ୍ଗାଘର  ସେମାନଙ୍କୁ ଘର ଭିତରୁ ଘର ଛାଇବା ବେଳେ ବେଶି କିଛି ବାହାର କରିବାକୁ ପଡିନି । ପ୍ରାୟ ଦିନ ଦୁଇଟା ପର୍ଯ୍ୟନ୍ତ ଘର ଛାଇବା କାମ ଚାଲେ ପୁଣି ଘର ଛାଅାଳି ବିଦା ହେବା ପରେ ଘରକୁ ଠିକ୍ କରୁ କରୁ ଦୁଇଦିନ ପ୍ରାୟ ଲାଗି ଯାଏ ।

ଚାଳଘର କାନ୍ଥକୁ ଓଡ଼ିଆ ପର୍ବପର୍ବାଣୀରେ ଚିତାରେ ସଜେଇବା, ବିଶେଷ କରି ଗୁରୁବାର ମାଣ ଓଷାରେ କାନ୍ଥରେ ଝୋଟିଚିତା ଘର ଅଗଣାରେ ଲକ୍ଷ୍ମୀପାଦ ମାଟି ଘରକୁ ଖୁବ୍ ମାନେ । ସକାଳୁ ସକାଳୁ ଗୋବର ପାଣିରେ କାନ୍ଥ ପିଣ୍ଡା ଲିପା ଅଗଣାର ଚୁଲି ରେ ପଲମ୍ ପିଠା, ସହିତ ଚାଳ ଘର ଆଜି ଆମ ପାଇଁଁ ଇତିହାସ ହେଇ ଯାଇଛି ।ଆଜିକାଲି ଆଉ ଚାଳଘର ଗାଆଁଗଣ୍ଡାରୁ ବିଲୁପ୍ତପ୍ରାୟ । ସେ ସମୟର ଚାଳଘର ଅନୁଭବ ଏକ ବହୁ ବିଶେଷ ଅନୁଭବ ଭଳି ଲାଗୁଥିଲା, ଯାହା ଆଜି ଆଉ ନାହିଁ ।
Spread the love
admin

Next ମାଆ ମାଆ ବୋଲି ଡାକୁଛ କି ମୋତେ  »
Previous « ଆମ ଢଗଢମାଳି
Leave a Comment
Share
Published by
admin
Tags: ଚାଳଘର
5 years ago

    Related Post

  • ତଅପୋଇ
  • ହାଣ୍ଡିଧୁଡୁ଼କା
  • ଚିଠିପତ୍ର

Recent Posts

  • ଇତିହାସ

ମା’ ନାରାୟଣୀ

~ ମା' ନାରାୟଣୀ ~ ଉପସ୍ଥାପନା: ନୟାଗଡ଼ ଇତିହାସ ଖୋର୍ଦ୍ଧା ଗଜପତି ଦ୍ୱିତୀୟ ରାମଚନ୍ଦ୍ର ଦେବଙ୍କ ନିର୍ଦେଶରେ ଆଠଗଡ, ନୟାଗଡ଼,…

2 weeks ago
  • ମହାମନିଷୀଗଣ

ପଣ୍ଡିତ ଗୋଦାବରୀଶ ମିଶ୍ର

~ ପଣ୍ଡିତ ଗୋଦାବରୀଶ ମିଶ୍ର ~ ଉପସ୍ଥାପନା: ଅମୃତେଶ ଖଟୁଆ "ତୁଙ୍ଗ ଶିଖରୀ ଚୂଳ କୁଞ୍ଜ କାନନ-ମାଳ ପୁଣ୍ୟ ଜଳଧି-ଜଳ…

3 weeks ago
  • ମହାମନିଷୀଗଣ

ଅଖିଳ ମୋହନ ପଟ୍ଟନାୟକ

ଅଖିଳ ମୋହନ ପଟ୍ଟନାୟକ ଉପସ୍ଥାପନା: ଅମୃତେଶ ଖଟୁଆ "ବାସ୍ତବତା କଳ୍ପନା ଠାରୁ ପୃଥକ୍ ରହିକି କେବେ ବି ସମାଜରେ ଦର୍ପଣ…

3 weeks ago
  • ପର୍ଯ୍ୟଟନ କ୍ଷେତ୍ର

ସର୍ପେଶ୍ୱର ମହାଦେବ

~ ସର୍ପେଶ୍ୱର ମହାଦେବ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଜନଶ୍ରୁତି ଅନୁସାରେ ଓଡ଼ିଶାର ପ୍ରାଚୀନ ଶୈବପୀଠ ଆଠଗଡ଼ ଅନ୍ତର୍ଗତ ବଳରାମପୁର…

1 month ago
  • ଶ୍ରୀଜଗନ୍ନାଥ

ମହାଲକ୍ଷ୍ମୀ

~ ଶ୍ରୀମନ୍ଦିରରେ ମାଆ ମହାଲକ୍ଷ୍ମୀ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମାଆ ମହାଲକ୍ଷ୍ମୀ ହେଉଛନ୍ତି ଧନ, ଐଶ୍ୱର୍ଯ୍ୟର ଦେବୀ l…

1 month ago
  • ଶ୍ରୀଜଗନ୍ନାଥ

ଅଟ୍ଟାଳି ଜଗନ୍ନାଥ

~ ଆଠଗଡ଼ ବିଜେ ମହାପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ସ୍ପନ୍ଦନ…

1 month ago
All Rights ReservedView Non-AMP Version
  • L