ଲେଖା: ଦେଵ ତ୍ରିପାଠୀ

ଦୂରରୁ ଦେଖିଲେ ମନେ ହୁଅନ୍ତି ଜଣେ ଦୀର୍ଘକାୟ ଯୋଦ୍ଧା । ପ୍ରଶାନ୍ତିମୟ ସୈନିକ। କେବେ କେବେ ମନେ ହୁଅନ୍ତି ଦାର୍ଶନିକ । ତାଙ୍କର ପରିଚୟ ବିବିଧ, ପୁନଶ୍ଚ ବିଚିତ୍ର । ଗୋଟିଏ ନଦୀର ଅନେକ ଶାଖା ସେ ।

ସେ ଓଡ଼ିଆ ସାହିତ୍ୟର ଯଶସ୍ୱୀ କଥାକାର‘ରଥସପ୍ତକ’ର ଚନ୍ଦ୍ରଶେଖର । ଚନ୍ଦ୍ରଶେଖର ରଥ । ସ୍ଥପତି, ମୁଗୁନି ମୂର୍ତ୍ତିର ମଗ୍ନମଣିଷ, ପୁଣି କବି, ପ୍ରାବନ୍ଧିକ, ରମ୍ୟ ରଚନାର ଅନନ୍ୟ ଲେଖକ । ତାଙ୍କର ବକ୍ତୃତା ସ୍ତବ୍ଧ କରିରଖେ ଅଗଣିତ ଶ୍ରୋତାଙ୍କୁ, ସତେ ଯେପରି ଦୂରନ୍ତ ଏକ ପର୍ବତର ଦେହରେ ଗମ୍ଭୀର ଓ ଉଦାତ୍ତ ଉଚ୍ଚାରଣ ସବୁ ଧକ୍କାଖାଇ ଫେରିଆସୁଛନ୍ତି ବଜ୍ରଧ୍ୱନି ହୋଇ ।

ତାଙ୍କର ‘ଯନ୍ତ୍ରାଋଢ’, ‘ଅସୂର୍ଯ୍ୟ ଉପନିବେଶ’ ‘ନବଜାତକ’ ଉପନ୍ୟାସର ଚର୍ଚ୍ଚା ସର୍ବଦା ଜୀବନ୍ତ । ଆହୁରି ମଧ୍ୟ ଚଉଦଟି ଗଳ୍ପସଂକଳନ, ବାରଟି ନିବନ୍ଧଗ୍ରନ୍ଥ ସମେତ ‘ତୁମ ପାଇଁ ପକ୍ଷୀଗାନ’, ‘ଆଗକୁ ବନସ୍ତ’, ‘ମୋ ଘର ବହୁତ ଦୂର’ ଇତ୍ୟାଦି କବିତା ସଙ୍କଳନ ତଥା ‘ଅତିବଡ଼ୀ ଶ୍ରୀମଦ୍‌ ଭାଗବତ ଗୀତା ଭାଷ୍ୟ’, ରିଚାର୍ଡ ବାକ୍‌ ଜନାଥନ୍’ଙ୍କ ସି’ଗଲ୍‌ର ଓଡ଼ିଆ ଅନୁବାଦ ‘ସାଗର ବିହଙ୍ଗ’, ପାଠଚକ୍ର ଡାଏରୀ, ‘ମୃତ୍ୟୁ ଆରପାରିରୁ ସଙ୍କେତ’ ପରି ବହୁ ଅମୂଲ୍ୟ ରଚନା ଦ୍ୱାରା ଓଡ଼ିଆ ସାହିତ୍ୟକୁ କରିଛନ୍ତି ଋଦ୍ଧିମନ୍ତ ।

ଓଡ଼ିଆ ସାହିତ୍ୟଜଗତରେ ତାଙ୍କର ଅନବଦ୍ୟ ଅବଦାନ ପାଇଁ ଉତ୍କଳ ଏବଂ ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟ ତାଙ୍କୁ ସମ୍ମାନସୂଚକ ଡି.ଲିଟ୍ ପ୍ରଦାନ କରିଛନ୍ତି । ସାହିତ୍ୟଭାରତୀ ସମ୍ମାନ, ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ଶାରଳା ପୁରସ୍କାର, ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ଝଙ୍କାର ପୁରସ୍କାର, ପ୍ରଜାତନ୍ତ୍ର ବିଷୁବ ପୁରସ୍କାର ପରି ଅନେକ ପୁରସ୍କାରରେ ସମ୍ମାନିତ ହୋଇ ସେ ରାଜ୍ୟବାସୀଙ୍କୁ କରିଛନ୍ତି ଗୌରବାନ୍ଵିତ । ଚଳିତବର୍ଷ ଦେଶ ମଧ୍ୟ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଛି ।

ଚିନ୍ତନରେ ଚିର ଆଧ୍ୟାତ୍ମିକ, ସର୍ଜନାରେ ସୌନ୍ଦର୍ଯ୍ୟ-ରହସ୍ୟ ଓ ସମାଜର ସମାହାର ତାଙ୍କୁ ଜଣେ ସିଦ୍ଧ ସାହିତ୍ୟିକର ସ୍ୱୀକୃତି ଦେଇଛି । ସବୁ ବିଶେଷଣର ଊର୍ଦ୍ଧ୍ବରେ ସ୍ଵାଭିମାନୀ ପୁରୁଷ, ସଚ୍ଚୋଟ ଶବ୍ଦଶିଳ୍ପୀ, ବାକ୍ ବିନ୍ୟାସରେ ବୁଦ୍ଧିଦୀପ୍ତ ।

୧୯୨୯ ମସିହା ଏପ୍ରିଲ ୧୮ ତାରିଖରେ ବଲାଙ୍ଗୀର ଜିଲ୍ଲା ମାଲପଡାରେ ଧରାବତରଣ କରିଥିବା ଏହି ମହାନ ସାହିତ୍ୟରଥୀ ଡଃ ଚନ୍ଦ୍ରଶେଖର ରଥ ୨୦୧୮ ମସିହା ଫେବୃଆରୀ ୯ ତାରିଖରେ ପରଲୋକ ଗମନ କରିଥିଲେ I

Spread the love
admin

View Comments

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

3 weeks ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

1 month ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

1 month ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago