ଲେଖା: ନିରଞ୍ଜନ ସାହୁ
ଚନ୍ଦ୍ରଶେଖର ବେହେରା ଥିଲେ ସମ୍ବଲପୁରରେ ଜାତୀୟ ଆନ୍ଦୋଳନର ଆଦିନେତା। ଓଡ଼ିଶା ତଥା ଓଡିଆ ଜାତିର ସମୂହ କଲ୍ୟାଣ ନିମନ୍ତେ ଯେଉଁ କେତେଜଣ ବୀରପୁରୁଷ ଆଜୀବନ ସଙ୍ଗ୍ରାମ କରି ସ୍ମରଣୀୟ ହୋଇ ଅଛନ୍ତି, ସେମାନଙ୍କ ମଧ୍ୟରେ ସେ ଥିଲେ ଅନନ୍ୟ। ସର୍ବଭାରତୀୟ ଭାବନାରେ ଉଦବୁଦ୍ଧ ହୋଇ ଆଞ୍ଚଳିକ ମନୋଭାବ ଛାଡ଼ି ଉତ୍କଳ ସମ୍ମିଳନୀକୁ ଭାରତୀୟ ଜାତୀୟ କଂଗ୍ରେସର ଏକ ଅଂଶ ଭାବରେ ମିଶାଇ ଦେବାକୁ ଆହ୍ବାନ ଦେଇଥିଲେ ଓ ଉଦ୍ୟମ ଜାରି ରଖିଥିଲେ।
         
୧୯୦୦ ମସିହା ବେଳକୁ ସମ୍ବଲପୁର ଜିଲ୍ଲାରେ ଭାଷା ଆନ୍ଦୋଳନ ତେଜି ଉଠିଥିଲା। ମଧ୍ୟ ପ୍ରଦେଶ ଚିଫ୍ କମିଶନର ଫ୍ରେଜର ସାହେବଙ୍କ ଆଗମନ ହେଲା, ଭାଷା ଆନ୍ଦୋଳନ ବାବଦରେ ଆଲୋଚନା କରିବା ପାଇଁ। ତାହା ଥିଲା ୧୯୦୧ ମସିହା ସେପ୍ଟେମ୍ବର ମାସ ଛବିଶ ତାରିଖ। ସାକ୍ଷ୍ୟ ଦେବାର ପୁରୋଧା ଥିଲେ ସଙ୍ଗ୍ରାମୀ ଚନ୍ଦ୍ରଶେଖର ବେହେରା। ଅକ୍ଟୋବର ମାସ ପାଞ୍ଚ ତାରିଖ ଦିନ ଫ୍ରେଜର ସାହେବ ସମ୍ବଲପୁରର କୋର୍ଟରେ ହିନ୍ଦୀ ପରିବର୍ତ୍ତନ କରି ଓଡ଼ିଆ ଭାଷା ଚଳାଇବାକୁ ସରକାରଙ୍କୁ ରିପୋର୍ଟ ପ୍ରଦାନ କଲେ ଏବଂ ସମ୍ବଲପୁରକୁ ଓଡ଼ିଶାରେ ମିଶାଇ ଦେବାକୁ ସୁପାରିଶ କଲେ। ଚନ୍ଦ୍ରଶେଖର ବେହେରା ମହୋଦୟଙ୍କ ଶ୍ରମ ସାର୍ଥକ ହେଲା। ଏହି ଆନ୍ଦୋଳନ ଫଳରେ ୧୯୦୫ ସାଲରେ ସମ୍ବଲପୁର ଆଉ ମଧ୍ୟପ୍ରଦେଶରେ ନ ରହି ଓଡ଼ିଶାରେ ମିଶିଗଲା।
୧୯୧୯ ମସିହାରେ ଡିସେମ୍ବର ମାସ ଛବିଶ ତାରିଖ ଦିନ ଅନୁଷ୍ଠିତ ହେଉଥିବା ଉତ୍କଳ ସମ୍ମିଳନୀର ସଭାପତି ଆସନରେ ତାଙ୍କୁ ସଭାପତି ଆସନରେ ଅଳଙ୍କୃତ କରିବାରେ ସବୁ ଓଡ଼ିଆମାନେ ବରଣ କରିଥିଲେ।
   
ଆଜି ଦିନରେ ସେହି ମହାନ ପ୍ରତିଭାଙ୍କର ଜନ୍ମ ହୋଇଥିଲା, (୧୮୭୩ ମସିହା ମଇ ମାସ ୨୦ ତାରିଖ)। ଆଜି ସମ୍ବଲପୁର ଜିଲ୍ଲା ସ୍କୁଲ ସେହି ମହାନ ପ୍ରତିଭାଙ୍କ ନାମରେ ନାମିତ।
‘ଅନ୍ତରଙ୍ଗ କଳିଙ୍ଗ’ ଓଡ଼ିଶାର ସମସ୍ତ ଭାଇଭଉଣୀ ମାନଙ୍କ ସମେତ ସେହି ଉତ୍ତୁଙ୍ଗ ମହାପୁରୁଷଙ୍କୁ ପ୍ରଣାମ ଜଣାଉଛି।
Spread the love
admin

Recent Posts

ମା’ ନାରାୟଣୀ

~ ମା' ନାରାୟଣୀ ~ ଉପସ୍ଥାପନା: ନୟାଗଡ଼ ଇତିହାସ ଖୋର୍ଦ୍ଧା ଗଜପତି ଦ୍ୱିତୀୟ ରାମଚନ୍ଦ୍ର ଦେବଙ୍କ ନିର୍ଦେଶରେ ଆଠଗଡ, ନୟାଗଡ଼,…

1 month ago

ପଣ୍ଡିତ ଗୋଦାବରୀଶ ମିଶ୍ର

~ ପଣ୍ଡିତ ଗୋଦାବରୀଶ ମିଶ୍ର ~ ଉପସ୍ଥାପନା: ଅମୃତେଶ ଖଟୁଆ "ତୁଙ୍ଗ ଶିଖରୀ ଚୂଳ କୁଞ୍ଜ କାନନ-ମାଳ ପୁଣ୍ୟ ଜଳଧି-ଜଳ…

1 month ago

ଅଖିଳ ମୋହନ ପଟ୍ଟନାୟକ

ଅଖିଳ ମୋହନ ପଟ୍ଟନାୟକ ଉପସ୍ଥାପନା: ଅମୃତେଶ ଖଟୁଆ "ବାସ୍ତବତା କଳ୍ପନା ଠାରୁ ପୃଥକ୍ ରହିକି କେବେ ବି ସମାଜରେ ଦର୍ପଣ…

2 months ago

ସର୍ପେଶ୍ୱର ମହାଦେବ

~ ସର୍ପେଶ୍ୱର ମହାଦେବ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଜନଶ୍ରୁତି ଅନୁସାରେ ଓଡ଼ିଶାର ପ୍ରାଚୀନ ଶୈବପୀଠ ଆଠଗଡ଼ ଅନ୍ତର୍ଗତ ବଳରାମପୁର…

2 months ago

ମହାଲକ୍ଷ୍ମୀ

~ ଶ୍ରୀମନ୍ଦିରରେ ମାଆ ମହାଲକ୍ଷ୍ମୀ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମାଆ ମହାଲକ୍ଷ୍ମୀ ହେଉଛନ୍ତି ଧନ, ଐଶ୍ୱର୍ଯ୍ୟର ଦେବୀ l…

2 months ago

ଅଟ୍ଟାଳି ଜଗନ୍ନାଥ

~ ଆଠଗଡ଼ ବିଜେ ମହାପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ସ୍ପନ୍ଦନ…

2 months ago