ସୌରଭିତ ସୃଷ୍ଟି: ଚନ୍ଦନ ହଜୁରୀ (ଚାଖିଖୁଣ୍ଟିଆ)

ସେ ଥିଲେ ସିପାହୀ ବିଦ୍ରୋହର ଅନ୍ୟତମ ରଥୀ। ଦେଶପ୍ରେମୀ। ପୁଣି ଶ୍ରୀଜଗନ୍ନାଥଙ୍କ ପରମ ସେବକ। ସେ ଚନ୍ଦନ ହଜୁରୀ, ସିପାହୀ ବିଦ୍ରୋହର ଚାଖି ଖୁଣ୍ଟିଆ। ପ୍ରାତଃ ସ୍ମରଣୀୟ ଅସାଧାରଣ ଓଡ଼ିଆ ବୀର । ସେବକ ଜଗନ୍ନାଥଙ୍କର ସିଏ। ସମର୍ପିତ ଭକ୍ତ, ଭଣିତା କରିଛନ୍ତି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ‘ଚକାନୟନକୁ ପତିତ କେହି’ ଜଣାଣ ମାଧ୍ୟମରେ। ତାଙ୍କ ଲିଖିତ ଭଣିତା ଉପସ୍ଥାପନ କରି ସେହି ମହାନ ଦେଶପ୍ରେମୀଙ୍କୁ ଭକ୍ତିପୂତ ପ୍ରଣାମ କରୁଛି ‘ଅନ୍ତରଙ୍ଗ କଳିଙ୍ଗ’। ଏହି ଜଣାଣ ୧୮୫୦ ମସିହାର ବୋଲି ସମାଲୋଚକ ମାନେ ମତ ଦେଇଛନ୍ତି।


~ ଚକାନୟନକୁ ପତିତ କେହି ~

ଚକାନୟନକୁ ପତିତ କେହି
ତକାଇ ଖର ନିଶ୍ଵାସ ପକାଇ
ଡକା ପକାଇ ଗରୁଡ ପଛରେ
ବକାରି ! ମୋ’ ଆର୍ତ୍ତ ଶୁଣ ସତ୍ଵରେ ହେ
ଢକକା ବାଜୁଛି ମହିମା ହେ
ଠକାର କରି କର୍ଣ୍ଣେ ଗିର ନଶୁଣ
କାହିଁକି ବିଚିତ୍ର କର୍ମା ହେ। (୧)

କରୀ-ହରିଣୀ ଦ୍ରୌପଦୀ-ବିପତ୍ତି
ହରି ! ହରିଛ ପରା ଡେରି ଶ୍ରୁତି
ଦରିଦ୍ର ସୁଦାମାକୁ କୋଟିନିଧି
ପରିପୂର୍ଣ୍ଣେ ଦେଲେ କୃପାବାରିଧି ହେ
ଧରିଯା ମହିମା ଚିତ୍ତେ ହେ
ସରି ତ ଯାଉଛି ହରି ! ଆଉ ଥରେ
ନ ଚାହିଁଲ କୃପା ନେତ୍ରେ ହେ । (୨)

ଅଜାନୁବାହୁ ! ମୁଁ ପତିତ ଜଣେ
ଅଜାମିଳୁଁ ବଳି ସହସ୍ର ଗୁଣେ
ଲଜ୍ଵା ହରି ନ ତାରିଲେ ନିକର
ଧ୍ଵଜା ଚକ୍ର ରୁ ବହନ ଉତ୍ତାର ହେ
ମଜ୍ଜାରେ ମୁଁ ଏହା ଭାବେ ହେ
ବଜାଇ ଜୟ ଆର୍ତ୍ତତ୍ରାଣ ଡିଣ୍ଡିମ
ହଜାଇ ଦେଉଛି ଏବେ ହେ । (୩)

ଧଣ୍ଡାମାଳ ବୁହା ! ଦୁର୍ଦ୍ଦଶା ରାହୁ
ଚଣ୍ଡାଳ ଗ୍ରାସୁଅଛି ଚାହୁଁ ଚାହୁଁ
ଭଣ୍ଡାରେ ଖଣ୍ଡା ନାହିଁକି ମଣିମା।
ଗଣ୍ଡାକର ଦିଶୁନାହିଁ ମଣିମା ହେ
ହଣ୍ଡା ମୋ’ ଯାଉଛି ଫାଟି ହେ
ଥଣ୍ଡା କରି କୃପା ଜଳ ବୃଷ୍ଟି କରି
ମୋ’ ଚିତ୍ତ-ଚାତକ ପାଟି ହେ । (୪)

ମନ୍ଦରଧର ନୀଳଗିରିବାସୀ
କନ୍ଦରବାସୀ ପ୍ରାୟେ ଅଛ ବସି
ପନ୍ଦର ନେତ୍ର ଧାତା ପୁରନ୍ଦର
ବନ୍ଦନ କରନ୍ତି ଯେଉଁ ପୟର ହେ
ଛନ୍ଦ ଛାଡ଼ ଦେବରାଜେ ହେ !
ନନ୍ଦନନ୍ଦନ ଶ୍ରୀ ଚରଣାର ବିନ୍ଦେ
ଚନ୍ଦନ ହଜୁରୀ ଭଜେ ହେ । (୫)

ଉପସ୍ଥାପନା: ଅନ୍ନପୂର୍ଣ୍ଣା ସାହୁ 

Spread the love
admin

Recent Posts

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

3 days ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

1 week ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

4 weeks ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

1 month ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

1 month ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…

1 month ago