ସୌରଭିତ ସୃଷ୍ଟି: କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର

ବିଧାତାର ଅଭିସମ୍ପାତରେ ଦାରୁଣ ବ୍ୟାଧିଗ୍ରସ୍ତ କବିମଣିଷ ସିଏ! ତଥାପି ଓଡ଼ିଆ ଜାତୀୟ ସଙ୍ଗୀତର ପ୍ରାଣବନ୍ତ କବି। କାନ୍ତକୋମଳ ଲଳିତ ପଦାବଳୀରେ କବିତା ତାଙ୍କର ମଞ୍ଜୁଳ ଓ ହୃଦୟସ୍ପର୍ଶୀ। ସେ ‘ଜୀବନ ସଙ୍ଗୀତ‘ର କବି। ‘ବନ୍ଦେ ଉତ୍କଳ ଜନନୀ’ ଯୁଗ ଯୁଗକୁ ତାଙ୍କର କୀର୍ତ୍ତି। ସେ ଉତ୍କଳ ଖଣ୍ଡରେ ନମସ୍ୟ। ବ୍ୟଥିତ ପ୍ରାଣର କବିତା ‘ସବୁଥିରୁ ବଞ୍ଚିତ କରି’ ତାଙ୍କର ଅନ୍ତଃସ୍ଵର। ସେ କୋଟି କୋଟି ଓଡିଆଙ୍କ ନିକଟରେ ନମସ୍ୟ ‘କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର‘। କେତେ ମର୍ମସ୍ପର୍ଶୀ କବିତା ଛନ୍ଦ ହୋଇପାରେ !

~ ସବୁଥରୁ ବଞ୍ଚିତ କରି ~

ସବୁଥିରୁ ବଞ୍ଚିତ କରି କେଉଁ ଯଶବାନା ଉଡାଇବ ହେ ?
ଯାହା ଦେଇଥିଲ ସବୁତ ନେଲଣି, ଆଉ ଏବେ କିସ ଛଡାଇବ ହେ ।।

ସଂସାରେ ଯେ କରଇ ଆଶ, ଧାଏଁ ସିନା ସେ ତୁମ୍ଭ ପାଶ,
ସକଳ ଭରସା ଯାର ତୁଟିଲାଣି, କିସ ବୋଲି ତାକୁ ଡରାଇବ ହେ ।।

ଠକି ଠକି ଥରକୁ ଥର, ବୁଝିଲିଣି ତୁମ୍ଭ ଚାତର,
ମନେ ପାଞ୍ଚିଛ କି ହାଟ ମଝିଟାରେ, ଛିଡ଼ା କରି ବାଟ ହୁଡାଇବ ହେ ।।

ତୁମ୍ଭ ଫନ୍ଦା ଏଡିବି ବୋଲି, ସବୁ ଧନ୍ଦା ଦେଲିଣି ଠେଲି,
ଚାରି ଦଉଡି ଯେ କାଟି ସାରିଲାଣି, କେଉଁ ଫାନ୍ଦେ ତାକୁ ଜଡାଇବ ହେ ।।

ହାତ ଠାରି ଲୋଭ ଦେଖାଇ, ଡାକ ନାଟ ଦେଖିବା ପାଇଁ,
ସିହାଣ କରୁଛ ଆହୁରି ଥରେ କି, ନାକ ଘଷି କାନ ମୋଡାଇବ ହେ ।।

ଉପସ୍ଥାପନା: ଅନ୍ନପୂର୍ଣ୍ଣା ସାହୁ 

Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

1 month ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

1 month ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago