ଲେଖା: ବନ୍ଧନ ଦଳେଇ
~ ଘୋଷଯାତ୍ରା ~
ଉତ୍କଳ ଜନଜୀବନର ପ୍ରାଣକେନ୍ଦ୍ର ହେଉଛନ୍ତି ଶ୍ରୀଜଗନ୍ନାଥ । ଶ୍ରୀଜଗନ୍ନାଥ ହେଉଛନ୍ତି ଉତ୍କଳୀୟ ସାମାଜିକ, ସାଂସ୍କତିକ ତଥା ଆଧ୍ୟାତ୍ମିକ ଜନପ୍ରାଣୀଙ୍କର ଧ୍ରୁବତାରା।
ଆଷାଢ ଶୁକ୍ଲ ଦ୍ୱିତୀୟା ହେଉଛି ପବିତ୍ର ଦିନ ସବୁବର୍ଷ ଏହି ଶୁଭ ଲଗ୍ନରେ ନୀଳାଚଳ ଧାମ ଶ୍ରୀକ୍ଷେତ୍ରରେ ବିଶ୍ଵପ୍ରସିଦ୍ଧ ଘୋଷଯାତ୍ରା (#ରଥଯାତ୍ରା) ପାଇଁ ବହୁ ପ୍ରସ୍ତୁତି ପର୍ଯ୍ୟାୟକ୍ରମେ ହୋଇଥାଏ। ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖେ ଦଣ୍ଡାୟମାନ ସୁସଜ୍ଜିତ ନଭଶ୍ଚୁମ୍ବୀ ଦିବ୍ୟ ତିନିରଥ। ତାଳଧ୍ଵଜ, ନନ୍ଦିଘୋଷ, ଓ ଦେବଦଳନ ରଥରେ ଯଥାକ୍ରମେ ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ, ମା’ ସୁଭଦ୍ରାଙ୍କ ସହିତ ଚକ୍ରରାଜ ସୁଦର୍ଶନ ଗୋଟି ପହଣ୍ଡି ହୋଇ ବିଜେ ହୁଅନ୍ତି ବଡଦାଣ୍ଡ କୁ ରଥାରୂଢ ହେବା ପାଇଁ ଏହି ଯାତ୍ରା ଦେଖିବା ପାଇଁ ପୃଥିବୀର କୋଣ ଅନୁକୋଣରୁ ଛୁଟି ଆସନ୍ତି ଅଗଣିତ ଭକ୍ତ, ସାଧୁ ସନ୍ଥ ମହାତ୍ମାମାନେ। ପୁରୀ ବଡଦାଣ୍ଡ ପାଲଟି ଯାଏ ଜନସମୁଦ୍ର, ଘଣ୍ଟ, ଘଣ୍ଟା, ଭେରୀ, ତୁରୀ, କାହାଳୀ, ଶଙ୍ଖ, ହୁଳହୁଳି, ହରିବୋଲ ଶବ୍ଦରେ ପ୍ରକମ୍ପିତ ହୁଏ ଗଗନପବନ। ଭକ୍ତିଭାବରେ ତଲ୍ଲୀନ ଭକ୍ତଗଣ ଗିନି, ମୃଦଙ୍ଗର ତାଳେ ତାଳେ ଦଳ ଦଳ ହୋଇ ନୃତ୍ୟ ଓ କୀର୍ତ୍ତନରେ ହୋଇଯାଆନ୍ତି। ଘୋଷଯାତ୍ରାରେ ମହାପ୍ରଭୁଙ୍କର ଲୀଳା ଅବଲୋକନ କରିବା ପାଇଁ ଦେବତାମାନେ ମଧ୍ୟ ସ୍ବର୍ଗରେ ଅପେକ୍ଷାରତ।
ସବୁ ଅପେକ୍ଷାର ଅନ୍ତଘଟି ମଣିମା ଆସିବେ ସପରିବାର ସହ । ‘ମଣିମା ଆନନ୍ଦେ ମଣିମା ଆନନ୍ଦେ’ ଡାକରେ କମ୍ପିବ ସାରା ଓଡ଼ିଶା ମାଟି। ଘଣ୍ଟ କାହାଳୀ ଧ୍ବନିରେ କମ୍ପିବ ବଡ଼ଦେଉଳ । ଭକ୍ତି, ପ୍ରୀତି, ପ୍ରେମ, ଆନନ୍ଦର ଲୁହରେ ଭିଜିବ ସାରା ବଡ଼ଦାଣ୍ଡ । ପାବନ ହେବାପାଇଁ ମଣିମା ମଣିମା ଡାକରେ ହାତ ଟେକିଦେବେ ପତିତଜନ ଏକାକାର ହୋଇଯିବେ ଭକ୍ତ ଏବଂ ଭଗବାନ, ଆତ୍ମା ଏବଂ ପରମାତ୍ମା । ଏକାକାର ହୋଇଯିବ ଲୁହ ଆଉ କୋହ । ଲାଗିବ ସତେ ଯେମିତି ଏକାକାର ହୋଇଛନ୍ତି ରଥ, ପଥ, ଜଗନ୍ନାଥ ଶରୀରୀରେ ବହୁଥିବା ପ୍ରତି ରକ୍ତ କଣିକା ହୋଇଯିବେ ଜଗନ୍ନାଥମୟ । ଆମ ନିଶ୍ବାସ, ବିଶ୍ଵାସ, ପ୍ରଶ୍ୱାସ, ଉଶ୍ୱାସ ହୋଇଯିବେ ଜଗନ୍ନାଥମୟ । ଏ ଧରଣୀର ଶରୀର, ଅଶରୀର, ଭୂତ, ଭବିଷ୍ୟ, ଦେବ, ଦାନବ ସବୁ ହୋଇଯିବେ ଜଗନ୍ନାଥମୟ । ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଧ୍ବନିରେ କମ୍ପିବ ଏ ଧରାଧାମ ଦୁଃଖୀପ୍ରାଣୀ ଆର୍ତ୍ତଜନ ଚିତ୍କାର କରିଉଠିବ ବିଜେ କରିବା ହେଉ ସାଆନ୍ତ ବିଜେ କରିବା ହେଉ ।
ନିଜ ସପରିବାର ସହ ଘୋଷଯାତ୍ରା ଅବସରରେ ବଡ଼ଦାଣ୍ଡକୁ ଓହ୍ଲାଇ ଆସି ମହାପ୍ରଭୁ ଏ ନିତ୍ସକ ଓଡ଼ିଆ ଜାତିକୁ ଶିଖାଇଥାନ୍ତି ଅନେକ କଥା । ଏ ସ୍ନେହ କାଙ୍ଗାଳ ଜାତିକୁ ସେ ଦିଅନ୍ତି ସ୍ନେହାର୍ଶୀବାଦ । ପରିବାରବାଦ ବିଷୟରେ ଜ୍ଞାନ ଦିଅନ୍ତି । ଜଣେ ଗୃହସ୍ତି ଜଞ୍ଜାଳି ଭାବେ କେମିତି ପରିବାରର ସମସ୍ତ ସଦସ୍ୟଙ୍କୁ ଆପଣେଇ ରଖିବେ ସେ ବିଷୟରେ ମଧ୍ଯ ଶିକ୍ଷା ଦିଅନ୍ତି ।
ଏ ଜାତିକୁ ଶିକ୍ଷାଦେବା ଯେ ଯେତେ କର୍ମ ଜଞ୍ଜାଳର ଶୃଙ୍ଖଳରେ ବାନ୍ଧି ହୋଇଥିଲେ ସୁଦ୍ଧା ନିଜ ମା’, ମାଟି, ଗ୍ରାମ, ଜନ୍ମଭୂମିକୁ କେବେ ମଧ୍ୟ ଭୂଲିବ ନାହିଁ । ନିଜ ମାତା ଏବଂ ନିଜ ସହଧର୍ମିଣୀ ମଧ୍ୟରେ ସାମଞ୍ଜସ୍ୟ ରଖିବାର ଶିକ୍ଷା ମଧ୍ୟ ଦେଇଥାନ୍ତି ଭାଇ ଭାଇ ମଧ୍ଯ ରେ ନିବିଡ ସମ୍ପର୍କ ନିଜ ସାନଭଉଣୀକୁ କେମିତି ଗେହ୍ଲେଇ ରଖିବେ ସେ ବିଷୟ ମଧ୍ୟ କହିଥାଆନ୍ତି କେବଳ ଏତକ ନୁହଁ ! ଜାତି, ଧର୍ମ, ବର୍ଣ୍ଣ ନିର୍ବଶେଷରେ ସମସ୍ତଙ୍କୁ ଭଲ ପାଇବାର ବାର୍ତ୍ତା ମଧ୍ୟ ପ୍ରଚାର କରି ପ୍ରେମ କରିବାର ମହତ୍ତ୍ଵବୋଧ କଣ ସମସ୍ତଙ୍କୁ ଶିଖାଇଥାନ୍ତି “ରଥେତ୍ଵ° ବାମନ ଦୃଷ୍ଟ୍ବା ” ଏହି କଥାମାନ ବୁଝାଇ । ଧନ୍ୟ କରନ୍ତି ଓଡ଼ିଆ ପ୍ରାଣକୁ । ଆପଣ ଏମିତି ରଙ୍ଗ ଅଧରରେ ହସୁଥାନ୍ତୁ ଏବଂ ଏକ ନିତ୍ସକ ଓଡ଼ିଆଟିଏ ପରି ଏ ଜାତିକୁ ସବୁବେଳେ ଚକ୍ର ଆଢ଼ୁଆଳରେ ରଖିଥାନ୍ତୁ । ଏତକ ହିଁ ଓଡ଼ିଆ ଜାତିର ପ୍ରାର୍ଥନା।
ପତିତପାବନ ଯାତ୍ରା କରି ପତିତ ଉଦ୍ଧାର କରନ୍ତୁ ହେ ସାଆନ୍ତେ;
ନବଦିନାତ୍ମକ ଯାତ୍ରା କରି ରାଣୀ ଗୁଣ୍ଡିଚାଙ୍କ ମାନ ରକ୍ଷା କରୁଛ;
ହେ ମାନ ଉଦ୍ଧାରଣ ତୁମକୁ କୋଟି କୋଟି ପ୍ରଣାମ।
ଧନ୍ୟ ସେ ବଡଦାଣ୍ଡ !
ଧନ୍ୟ ଶରଧାବାଲି !
ଧନ୍ୟ ସେ ରଥତ୍ରୟ !
ଧନ୍ୟ ସେ ଘୋଷଯାତ୍ରା !
ଧନ୍ୟ ତୁମ ଲୀଳା !
Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

2 weeks ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

3 weeks ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

4 weeks ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago