ଲେଖା: ଅରବିନ୍ଦ ମହାନ୍ତି

ଚୈତ୍ର ମାସ। କେବଳ ମାସ ନୁହେଁ ଦେବୀ ଉପାସନାର ପ୍ରକୃଷ୍ଟ ସମୟ। ମହାମାୟୀଙ୍କୁ ଆବହନ କରି ସମସ୍ତ ଆପଦବିପଦରୁ ମୁକ୍ତି ପାଇଁ ସମସ୍ତେ ଚେଷ୍ଟିତ ହୋଇଥାନ୍ତି। ଦେବୀ ଉପାସନା ନିମନ୍ତେ ପ୍ରତେକ ବାର ବିଶେଷ କରି ମଙ୍ଗଳବାର ଦିନ ଦେବୀପୀଠ ମାନ ଲୋକରଣ୍ଯ ହୋଇଉଠେ। ମାନସିକଧାରୀମାନେ ନାନା ଉପାୟରେ ନାନା କାମନା ନିମନ୍ତେ ଦେବୀଙ୍କୁ ଉପାସନା କରିଥାନ୍ତି।

ଘଣ୍ଟପାଟୁକା ରୂପେ ମା’ଙ୍କ ଘଟକୁ ଧାରଣ କରି ପଣାସଂକ୍ରାନ୍ତିର ବେଶ୍ କିଛି ଦିନ ପୂର୍ବରୁ ରାଉଳ ସେବାୟତମାନେ ଗ୍ରାମ ଗ୍ରାମ ପରିକ୍ରମା କରି ମା’ର ମହିମାର ପ୍ରଚାର କରିଥାନ୍ତି। କିଏ ନୂଆ ମାନସିକ କରିଥିଲେ ମା’କୁ ଶାଢ଼ି ଲୁଗା ଦେଇ ବରଣି କରିନିଏ ତ ପୂର୍ବରୁ ବରଣ ହୋଇଥିଲେ ହଳଦୀ ପାଣିରେ ପାଟୁଆଙ୍କ ପାଦ ଧୋଇ ଦେଇ ମା’ ଙ୍କୁ ସ୍ଵାଗତ କରିଥାଏ।


ଏହି ଘଟ ହିଁ ଏହି ଘଣ୍ଟପାଟୁକା (ଲୋକମୁଖରେ ଘଣ୍ଟପାଟୁଆ ନାମରେ ପରିଚିତ) ସେବାର ସବୁକିଛି। ମା’ଙ୍କ ସ୍ଵରୂପ ଯେ ଇଏ। ମା’ଙ୍କ ପ୍ରତୀକସ୍ଵରୁପ ପଞ୍ଚମୁଖୀ ଘଟରେ ପବିତ୍ର ନଦୀଘାଟରୁ ପାଣି ତୋଳି ସୂର୍ଯ୍ୟ ଦେବତାଙ୍କର ଉପସ୍ଥିତିରେ ରାଉଳ ସେବକମାନେ  ଏହି ଘଟକୁ ଅଭିମନ୍ତ୍ରିତ କରି ସ୍ଥାପନା କରିଥାନ୍ତି। ଏକ କାଷ୍ଠନିର୍ମିତ ଦଣ୍ଡ ଉପରେ ଏହି ଘଟକୁ ସ୍ଥାପନା କରାଯାଇଥାଏ। ଦେବୀଙ୍କ ସ୍ଵରୁପକୁ ଏହି ଘଟରେ ଆବହନ କରି ନାନାଦି ଶାଢ଼ି, ନାନା ଜାତି ଫୁଲରେ ସଜାଇ ଦେବୀ ସ୍ଵରୂପ ଦିଆଯାଇଥାଏ। ହଳଦୀଚନ୍ଦନ ମଖା ଘଟ ଦେହକୁ ମନ୍ଦାର, ଅରଖ ଆଉ କନିଅର ଫୁଲର ସାଜ ଦେଖିଲେ ସତେ ଯେମିତି ମା’ କୁ ଦେଖିଲା ଭଳି ଅନୁଭବ ହୁଏ।

ମା’ ଶାରଳା, ମା’ ମଙ୍ଗଳା, ମା’ ହରଚଣ୍ଡୀ, ମା’ ସିଦ୍ଧଦେବୀ ଆଦି ବିଭିନ୍ନ ଦେବୀପୀଠମାନଙ୍କରେ ଏହି ପାଟୁଆ ନୃତ୍ୟ ହୋଇଥାଏ। ଆଉ ଏହି ଦେବୀପୀଠମାନଙ୍କରୁ ଆସିଥିବା ଏହି ଘଟ ସହ ବିଜେ କରୁଥିବା ରାଉଳ ସେବାୟତମାନେ ନିଜକୁ ପାଟୁକା ବେଶରେ ସଜାଇଥାନ୍ତି। ଦେହରେ ଶାଢୀ, ମଥାରେ ଓଢଣୀ ଓ ମା’ ଙ୍କ ସିନ୍ଦୂର, ବାହୁରେ ବାଜୁବନ୍ଧ, ହାତରେ ମୁଠାଚୁଡି଼ ଏବଂ ଗଳାରେ ମନ୍ଦାର ମାଳ ପରିଧାନ କରନ୍ତି। ସତରେ, ସେମାନେ ଦେବୀସ୍ଵରୂପ ମନେ ହୁଅନ୍ତି। ଏହାଙ୍କ ସହାୟକ ରୂପେ ଜଣେ କିମ୍ବା ଦୁଇଜଣ ସହାୟକ ବ୍ୟକ୍ତି ଆସିଥାନ୍ତି। ଦୁହେଁ ଘଣ୍ଟ ବଜାଇଥା’ନ୍ତି ଓ ପୂଜା ଶେଷରେ ଦାନ ଦକ୍ଷିଣା ଇତ୍ୟାଦି ଗ୍ରହଣ କରିଥା’ନ୍ତି।


ଏହି ଘଣ୍ଟବାଦନ ଶୈଳୀ ପୀଠ ଅନୁସାରେ ସ୍ଵତନ୍ତ୍ର। ଜାଣି ହୋଇଯାଏ କେଉଁ ଘଣ୍ଟରେ କେଉଁ ଦେବୀ ଆସିଛନ୍ତି। ଏହି ଭ୍ରମଣର ଶେଷ ହୁଏ ପଣାସଂକ୍ରାନ୍ତି ଦିନ। ମା’ ଶାରଳାଙ୍କ ଦଶ ଘଟ ଗ୍ରାମ ଗ୍ରାମ ପରିକ୍ରମା କରେ କିନ୍ତୁ ମା’ ମଙ୍ଗଳାଙ୍କ ଘଟ ଗ୍ରାମ ପରିକ୍ରମା କରେ ନାହିଁ କିନ୍ତୁ ଘଣ୍ଟପାଟୁକା ଯାତ୍ରା ଶେଷ ପାଳି ମଙ୍ଗଳବାରରେ ସମାପ୍ତ ହୋଇଥାଏ।

ଦାନଦ୍ରବ୍ୟ ଦେବୀଙ୍କୁ ସମର୍ପଣ କରି ପୁଣି ମା’ଙ୍କ ସେବାରେ ଲାଗି ଯାଆନ୍ତି ଏହି ଘଣ୍ଟପାଟୁକା ସେବାୟତମାନେ।

@ Shree Lingaraja Mahaprabhu Facebook Page
Photos: ‘SAMAJA’ and Soicial Media 

Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

2 weeks ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

3 weeks ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

4 weeks ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago