ଲେଖା: ଦେଵ ତ୍ରିପାଠୀ
ପଦ୍ମଭୂଷଣ ଡ଼ଃ ଗୋପୀନାଥ ମହାନ୍ତି I ଓଡ଼ିଶାର ପ୍ରଥମ ଜ୍ଞାନପୀଠ ପୁରସ୍କାର ସମ୍ମାନିତ ଓଡ଼ିଆ ଔପନ୍ୟାସିକ । ତାଙ୍କ ରଚନାସବୁ ଆଦିବାସୀ ଜୀବନଚର୍ଯ୍ୟା ଓ ସେମାନଙ୍କ ଉପରେ ଆଧୁନିକତାର ଅତ୍ୟାଚାରକୁ ନେଇ । ସ୍ଵାଧୀନତା ପରବର୍ତ୍ତୀ କାଳର ସାଧାରଣ ଲୋକ, ଆଦିବାସୀ ଓ ଅନ୍ୟାନ୍ୟ ଜନଜାତିର ଗାଉଁଲି ସରଳ, ନିରଳସ ଜୀବନଧାରଣ ଆଦିକୁ ନେଇ ତାଙ୍କ ରଚନା ସମୃଦ୍ଧ ହୋଇଥିଲା । ତାଙ୍କ ଲେଖାରେ ଓଡ଼ିଆ ଚଳଣି, ସମତଳ ଓ ପାହାଡ଼ି ଜୀବନର କାହାଣୀ, ସାଧାରଣ ମଣିଷର କଥାଭାଷା ଆଦିର ବ୍ୟବହାର ଦେଖିବାକୁ ମିଳିଥାଏ ।
ଗୋପୀନାଥଙ୍କ ଲେଖାମାନ ଓଡ଼ିଆ ଓ ଅନ୍ୟାନ୍ୟ ଭାଷାରେ ଅନୁଦିତ ହୋଇ ପ୍ରକାଶିତ ହୋଇଛି । ତାଙ୍କ ପ୍ରମୁଖ ରଚନା ମଧ୍ୟରେ “ପରଜା”, “ଦାଦିବୁଢ଼ା”, “ଅମୃତର ସନ୍ତାନ”, “ଛାଇଆଲୁଅ” ଗଳ୍ପ ଆଦି ଅନ୍ୟତମ । ୧୯୮୬ରେ ଗୋପୀନାଥ ମହାନ୍ତି ଆମେରିକାର ସାନ୍‍ଜୋସ୍‍ ଷ୍ଟେଟ୍‍ ୟୁନିଭର୍ସିଟିରେ ସମାଜବିଜ୍ଞାନ ପ୍ରାଧ୍ୟାପକ ଭାବେ ଯୋଗ ଦେଇଥିଲେ ।
ସେ ୨୪ଟି ଉପନ୍ୟାସ, ୧୦ଟି କ୍ଷୁଦ୍ରଗଳ୍ପ, ୩ଟି ନାଟକ, ୨ଟି ଆତ୍ମଜୀବନୀ, ୨ଟି ନିବନ୍ଧ, କନ୍ଧ, ଗଡ଼ବା, ସଉରାଙ୍କ ଭାଷା ଉପରେ ୫ଟି ବହି ଲେଖିଥିଲେ । ଲିଓ ଟଲଷ୍ଟୟଙ୍କ “ଉଆର ଆଣ୍ଡ ପିସ”କୁ ଓଡ଼ିଆରେ ଅନୁବାଦ କରିଥିଲେ (ଯୁଦ୍ଧ ଓ ଶାନ୍ତି, ୩ଟି ଖଣ୍ଡ, ୧୯୮୫-୮୬) ଓ ତାଙ୍କର ଆଉ ଏକ ଅନୁବାଦ କୃତି ଥିଲା ଟାଗୋରଙ୍କ “ଯୋଗାଯୋଗ” ।
ଗୋପୀନାଥଙ୍କ ଅନବଦ୍ୟ ଓ ଅମର ଉପନ୍ୟାସ ଗୁଡ଼ିକ ମଧ୍ୟରେ “ମନ ଗହୀର ଚାଷ” (୧୯୪୦ରେ ପ୍ରକାଶିତ ତାଙ୍କର ପ୍ରଥମ ଉପନ୍ୟାସ), “ଦାଦିବୁଢ଼ା”, “ପରଜା”, “ଅମୃତର ସନ୍ତାନ”  (କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାରପ୍ରାପ୍ତ), “ହରିଜନ”, “ଶରତବାବୁଙ୍କ ଗଳି”, “ରାହୁର ଛାୟା”, “ଦୁଇପତ୍ର”, “ସପନମାଟି”, “ଦାନାପାଣି”, “ଲୟ ବିଲୟ”, “ମାଟିମଟାଳ”, “ଦିଗଦିହୁଡ଼ି”, “ବୁନ୍ଦାଏ ପାଣି” ଇତ୍ୟାଦି ଅନ୍ୟତମ I
ତାଙ୍କର ଅନେକ ଗପ ମଧ୍ୟ ଇଂରାଜୀ ଓ ବାକି ଭାଷାରେ ଅନୁବାଦ କରାଯାଇଛି । ତେବେ ନିରୁତା ଓଡ଼ିଆ ଭାଷାର ବ୍ୟବହାରରେ ବଳିଷ୍ଠ ତାଙ୍କଲେଖାକୁ ଅନୁବାଦ କଲାବେଳେ ଅନୁବାଦକମାନଙ୍କୁ ତାଙ୍କ ଲେଖାର ସେହି ଭାବକୁ ଅଣଓଡ଼ିଆ ପାଠକମାନଙ୍କ ପାଖରେ ପହଞ୍ଚାଇବାକୁ ଅନେକ କଷ୍ଟ ସ୍ଵୀକାର କରିବାକୁ ପଡ଼ିଛି ।
ସେହି ମହାନ ସାହିତ୍ୟକ ଗୋପୀନାଥ ମହାନ୍ତି ୧୯୧୪ ମସିହା ଅପ୍ରେଲ ୨୦ରେ ଜନ୍ମଗ୍ରହଣ କରିଥିଲେ ଏବଂ ୧୯୯୧ ମସିହା ଅଗଷ୍ଟ ୨୦ ତାରିଖରେ ଇହଲୀଳା ସମ୍ବରଣ କରିଥିଲେ ।
Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

3 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

4 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

4 weeks ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

4 weeks ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago