ଉପସ୍ଥାପନା: ବିଶ୍ୱରଞ୍ଜନ ମହାପାତ୍ର

ଗୁପ୍ତେଶ୍ୱର କୋରାପୁଟ ଜିଲ୍ଲାର ବୈପାରିଗୁଡ଼ା ନିକଟରେ ଅବସ୍ଥିତ ଏକ ଶୈବପୀଠ। ସ୍ଥାନଟି କୋରାପୁଟ ଠାରୁ ୮୦ କି.ମି ଓ ଜୟପୁରଠାରୁ ୬୦ କି.ମି. ଦୂର ।

ଗୁପ୍ତେଶ୍ୱର ପାହାଡ଼ର ଶୀର୍ଷଦେଶରେ ଏକ ଗୁମ୍ଫା ମଧ୍ୟରେ ଗୁପ୍ତେଶ୍ୱର ଲିଙ୍ଗ ଅବସ୍ଥିତ । ଛତିଶଗଡ଼ର ଲୋକମାନେ ଏହାଙ୍କୁ ଗୁପ୍ତକେଦାର ବା ‘Hidden God’ ବୋଲି କହିଥାନ୍ତି । ଗୁମ୍ଫା ଭିତରେ ୧୦ଫୁଟ ଗୋଲେଇ ଓ ୩ଫୁଟ ଉଚ୍ଚତାର ଶିବଲିଙ୍ଗ ରହିଛି ।  

ପୌରାଣିକ କଥା ଅନୁଯାୟୀ ଶ୍ରୀରାମଚନ୍ଦ୍ର ଭାଇ ଲକ୍ଷ୍ମଣ ଓ ପତ୍ନୀ ସୀତାଙ୍କ ସହିତ ବନବାସ କାଳରେ ଏହି ଗୁମ୍ଫାରେ ଶିବଲିଙ୍ଗ ସ୍ଥାପନ କରି ପୂଜାର୍ଚ୍ଚନା କରିଥିଲେ । ପାହାଡ଼ଠାରୁ ସାମାନ୍ୟ ଦୁରରେ ରାମକୁଣ୍ଡସୀତାକୁଣ୍ଡ ରହିଛି । ଏଠାରେ ରାମ ଓ ସୀତା ସ୍ନାନ କରୁଥିବା ଲୋକକଥାରୁ ଜଣାଯାଏ ।

ଗୁପ୍ତେଶ୍ୱର ପୀଠର ଆଖପାଖ ଆଦିବାସୀ ପଲ୍ଲୀରେ ରହୁଥିବା ଦୁରୁଆ ସମ୍ପ୍ରଦାୟର ଲୋକମାନଙ୍କଦ୍ୱାରା ମହାପ୍ରଭୁ ଗୁପ୍ତେଶ୍ୱରଙ୍କ ସେବାକାର୍ଯ୍ୟ ସମ୍ପନ୍ନ ହୋଇଥାଏ । ଆଉ ଏକ ବିଶେଷତ୍ୱ ହେଲା, ପ୍ରଭୁଙ୍କ ଧର୍ମ ଛତ୍ର ଆଗରେ ଏକ ମହୁଫେଣା ରହିଛି, ଯେଉଁ ମହୁ ଫେଣାରୁ ବର୍ଷକୁ ମାତ୍ର ତିନିଥର ମହୁ ଝରେ । ପୂର୍ବେ ଏହି ମହୁରେ ପ୍ରଭୁଙ୍କ ମାଜଣା କରାଯାଉଥିଲା ।

ଗୁପ୍ତେଶ୍ୱର ଶିବଲିଙ୍ଗ ଓ ପାହାଡ଼ର ପାଦଦେଶରେ ଶାବେରୀ ନଦୀ । ପଡ଼ୋଶୀ ରାଜ୍ୟ ଛତିଶଗଡ଼, ଆନ୍ଧ୍ରପ୍ରଦେଶ ଓ ଓଡ଼ିଶାର କୋଣ ଅନୁକୋଣରୁ ପର୍ଯ୍ୟଟକଙ୍କର ଭିଡ଼ ଏଠାରେ ଲାଗିରହେ । ଗୁମ୍ଫା ଭିତରେ କାଳୀଗାଈ, ସ୍ୱର୍ଗଦ୍ୱାର, ପାରାଭାଡ଼ି, ବାଲିବନ୍ଧ, ଦେବକୁଣ୍ଡ ଇତ୍ୟାଦି ରହିଅଛି ।

ଗୁମ୍ଫା ଅନ୍ଧାରିଆ ହୋଇଥିବାରୁ ସାଙ୍ଗରେ ଟର୍ଚ ଲାଇଟ୍ ଧରି କୌଣସି ଅଭିଜ୍ଞ ପଥପ୍ରଦର୍ଶକଙ୍କ ସହାୟତାରେ ଯିବାକୁ ହୋଇଥାଏ । ଶିବରାତ୍ରି ସମୟରେ ନଦୀରେ ଅସ୍ଥାୟୀ ବାଉଁଶ ଚାଞ୍ଚଡ଼ା ତିଆରି କରାଯାଏ । ଏ ସମୟରେ ଛତିଶଗଡ଼ ଘାଟ ଦେଇ ଅନେକ ପର୍ଯ୍ୟଟକଙ୍କର ଭିଡ଼ ହୁଏ । ଶାବେରୀ ନଦୀ ଓ ନଦୀ ଘାଟରେ ପଥୁରିଆ ଚଟାଣ ମନୋମୁଗ୍ଧକର। ନଦୀଟି ବିପଦପୂର୍ଣ୍ଣ ହୋଇଥିବାରୁ କେବଳ ଶାବେରୀ ଘାଟରେ ଶିକୁଳିକୁ ଧରି ଗୋଧୋଇବାର ବ୍ୟବସ୍ଥା କରାଯାଇଛି।

ଏଠାକାର ମୁଖ୍ୟ ପର୍ବ ହେଲା ଶିବରାତ୍ରି । ଏହା ଛଡ଼ା କାର୍ତ୍ତିକପୂର୍ଣ୍ଣିମା, ଶ୍ରାବଣ ପୂର୍ଣ୍ଣିମା, ଆଦି ମଧ୍ୟ ଏଠାରେ ପାଳିତ ହୋଇଥାଏ ।ଯିବା ଆସିବା କରିବାପାଇଁ ଜୟପୁରଠାରୁ ସବୁଦିନିଆ ଯାନବାହନ ବ୍ୟବସ୍ଥା ରାମଗିରି ପର୍ଯ୍ୟନ୍ତ ରହିଛି । ଅବଶିଷ୍ଟ ୧୩କି.ମି. ପାଦରେ ଚାଲି ଚାଲି କିମ୍ବା ଭଡ଼ାଗାଡ଼ିରେ ଯିବାକୁ ହୋଇଥାଏ । ତେବେ କୋରାପୁଟ ସେମିଳିଗୁଡ଼ାଠାରୁ ମଧ୍ୟ ଯାନବାହାନର ସୁବିଧା ରହିଛି ।                    

ଗୁପ୍ତେଶ୍ଵର ମନ୍ଦିର ବିଷୟରେ କିଛି ତଥ୍ୟ:
୧. ଶିବ ଲିଙ୍ଗର ଉଚ୍ଚତା ସମୟର ସହ ବଢୁଛି ।
୨.ବିଶ୍ୱାସ କରାଯାଏ ରାତ୍ରି ସମୟରେ ବାଘ, ହାତୀ, ଭାଲୁ ଭଳି ଜନ୍ତୁ ମନ୍ଦିରକୁ ଜଗିଥାନ୍ତି ।
୩.ଗୁପ୍ତେଶ୍ଵରର ଅର୍ଥ ହେଉଛି ଗୁପ୍ତରେ ଥିବା ଭଗବାନ, ଏପରି ନାମର କାରଣ ହେଉଛି ଏହି ମନ୍ଦିର ଅନେକ ଦିନ ପର୍ଯ୍ୟନ୍ତ ଅଜଣା ଥିଲା I
୪.ମନ୍ଦିରରେ ଏକ ଗୁମ୍ଫା ରହିଛି, ବିଶ୍ୱାସ କରାଯାଏ ଏହି ଗୁମ୍ଫାଟି ବହୁତ ବଡ଼ ଓ ଆଜି ପର୍ଯ୍ୟନ୍ତ ଏହା ଶେଷ ଭାଗକୁ କିଏ ମଧ୍ୟ ଯାଇନାହିଁ ଓ ଏହା ଭିତରେ ବିଭିନ୍ନ ଜନ୍ତୁ ଅଛନ୍ତି ।
୫. ଏହି ମନ୍ଦିରରେ ଏକ ଗାଈର ପ୍ରତିମା ଅଛି ଯେଉଁଥିରୁ ବର୍ତମାନ ପାଣି ବାହାରୁଚି, ବିଶ୍ୱାସ କରାଯାଏ ପୂର୍ବରୁ ଏଥିରୁ ଖୀର ବାହାରୁଥିଲା ।
ତଥ୍ୟ: ସୁନିଲ୍ ମାହାଳିକ୍
Spread the love
admin

Recent Posts

ମା’ ନାରାୟଣୀ

~ ମା' ନାରାୟଣୀ ~ ଉପସ୍ଥାପନା: ନୟାଗଡ଼ ଇତିହାସ ଖୋର୍ଦ୍ଧା ଗଜପତି ଦ୍ୱିତୀୟ ରାମଚନ୍ଦ୍ର ଦେବଙ୍କ ନିର୍ଦେଶରେ ଆଠଗଡ, ନୟାଗଡ଼,…

1 month ago

ପଣ୍ଡିତ ଗୋଦାବରୀଶ ମିଶ୍ର

~ ପଣ୍ଡିତ ଗୋଦାବରୀଶ ମିଶ୍ର ~ ଉପସ୍ଥାପନା: ଅମୃତେଶ ଖଟୁଆ "ତୁଙ୍ଗ ଶିଖରୀ ଚୂଳ କୁଞ୍ଜ କାନନ-ମାଳ ପୁଣ୍ୟ ଜଳଧି-ଜଳ…

2 months ago

ଅଖିଳ ମୋହନ ପଟ୍ଟନାୟକ

ଅଖିଳ ମୋହନ ପଟ୍ଟନାୟକ ଉପସ୍ଥାପନା: ଅମୃତେଶ ଖଟୁଆ "ବାସ୍ତବତା କଳ୍ପନା ଠାରୁ ପୃଥକ୍ ରହିକି କେବେ ବି ସମାଜରେ ଦର୍ପଣ…

2 months ago

ସର୍ପେଶ୍ୱର ମହାଦେବ

~ ସର୍ପେଶ୍ୱର ମହାଦେବ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଜନଶ୍ରୁତି ଅନୁସାରେ ଓଡ଼ିଶାର ପ୍ରାଚୀନ ଶୈବପୀଠ ଆଠଗଡ଼ ଅନ୍ତର୍ଗତ ବଳରାମପୁର…

2 months ago

ମହାଲକ୍ଷ୍ମୀ

~ ଶ୍ରୀମନ୍ଦିରରେ ମାଆ ମହାଲକ୍ଷ୍ମୀ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମାଆ ମହାଲକ୍ଷ୍ମୀ ହେଉଛନ୍ତି ଧନ, ଐଶ୍ୱର୍ଯ୍ୟର ଦେବୀ l…

2 months ago

ଅଟ୍ଟାଳି ଜଗନ୍ନାଥ

~ ଆଠଗଡ଼ ବିଜେ ମହାପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ସ୍ପନ୍ଦନ…

2 months ago