ଲେଖା: ମିହିର ପଟ୍ଟନାୟକ
କାର୍ତ୍ତିକ ପଞ୍ଚୁକର ୨ୟ ଦିନକୁ କୁହାଯାଏ ଗରୁଡ଼ ଉତ୍ଥାପନ ଦ୍ୱାଦଶୀ। ପୂର୍ବଦିନ ଭଗବାନ ବିଷ୍ଣୁ ନିଦରୁ ଉଠିଲା ପରି ପରଦିନ ଗରୁଡ଼ ଉତ୍ଥାପନ ନୀତି ଶ୍ରୀମନ୍ଦିରରେ ପାଳିତ ହୋଇଥାଏ। ୪ମାସ ଧରି ଶୋଇଥିବା ଗରୁଡ ମଧ୍ୟ ନିଦ୍ରାରୁ ଉଠିଥାନ୍ତି। ବୁଝିପାରୁଛନ୍ତି ତ ! ଯେମିତି ଦିଅଁ, ସେମିତି ସେବକ। ଏହି ଭାବକୁ ଶ୍ରୀ ଜଗନ୍ନାଥ ସଂସ୍କୃତିରେ କିଭଳି ଭାବେ ଯୋଡି ଦିଆଯାଇଛି।
ବାସ୍ତବରେ ହରିଶୟନ ବଡ଼ ଏକାଦଶୀ (ଆଷାଢ ଶୁକ୍ଳ)ରେ ବିଷ୍ଣୁ ଶୟନ ପରେ ଗରୁଡ଼ ଶୟନ ଦ୍ୱାଦଶୀ ପାଳିତ ହୋଇଥାଏ। ମହାପ୍ରଭୁଙ୍କ ଶୟନ ବିଗ୍ରହଙ୍କୁ ରୂପା ପେଡିରେ ଶୟନ ନୀତି ସମ୍ପର୍ନ୍ନ ବେଳେ ତାଙ୍କ ଗଦୀ ତଳେ ଗରୁଡ଼ ଶୋଇପଡନ୍ତି ବୋଲି କୁହାଯାଏ।
ଆଉ କାର୍ତ୍ତିକ ମାସରେ ହରି ଉତ୍ଥାପନ ପରଦିନ ଗରୁଡ଼ ଉତ୍ଥାପନ ନୀତି ପାଳିତ ହୁଏ। ଗରୁଡ଼ ସ୍ତମ୍ଭ ନିକଟରେ ଚୁନରା ସେବକଙ୍କ ଦ୍ୱାରା ଗରୁଡ଼ ମହାସ୍ନାନ ପରେ ନୀତି ବଢେ।
କିଏ ଏହି ଗରୁଡ଼?
ମହର୍ଷି କଷ୍ୟପଙ୍କ ୨ ଜଣ ପତ୍ନୀ ଥିଲେ ବୀନତା ଆଉ କଦ୍ରୁ। ଦୁହେଁ ୨ ଭଉଣୀ ଥିଲେ । ଏକଦା ମହର୍ଷିଙ୍କ ପାଖରେ ଉଭୟ ଉଭଣୀ ପୁତ୍ର କାମନା କଲେ। କଦ୍ରୁ ୧୦୦୦ ନାଗଙ୍କ ଜନନୀ ହେବାକୁ ଇଚ୍ଛା କଲେ। ଏହା ଦେଖି ବୀନତାଙ୍କ ମନରେ ଅହଂକାର ଆସିଲା। ସେ ନାଗମାନଙ୍କଠାରୁ ବଳଶାଳୀ ପୁତ୍ର ଚାହିଁଲେ। ମହର୍ଷି ଉଭୟଙ୍କୁ ପୁତ୍ରବତୀ ହେବାକୁ ବର ଦେଲେ। ଆଉ ସମ୍ପର୍କ କ୍ରମେ ପ୍ରଥମେ ଗର୍ଭବତୀ ହୋଇଥିବା, କଦ୍ରୁ ବାସୁକୀ ଓ ଶେଷନାଗଙ୍କ ଭଳି ବଳବାନ ନାଗପୁତ୍ରଙ୍କ ଜନନୀ ହେଲେ । ଏହା ଦେଖି ବୀନତା ଦୁଃଖି ହେଲେ। ସେ ପ୍ରସବ କରିଥିବା ୨ଟି ଅଣ୍ଡା ଫୁଟୁ ନ ଥାଏ। ପରିପକ୍ଵ ହୋଇ ନ ଥିବାରୁ ଅଣ୍ଡାରୁ ଛୁଆ ବାହାରୁ ନ ଥାନ୍ତି। ଏଣୁ ଦୁଃଖ ଆଉ ଚଞ୍ଚଳ ମନରେ ବୀନତା ନିଜ ହାତରେ ଗୋଟିଏ ଅଣ୍ଡା ଫୁଟାଇ ଦିଅନ୍ତି।
ଆଉ ଏଥିରୁ ଛୋଟ ଅପରିପକ୍ଵ ପକ୍ଷୀ ସାବକ ବାହାରେ। ଅଧା ଶରୀର ବିକଶିତ ହୋଇଥିବାରୁ ସେ ଦୁଃଖରେ ମା’ କୋଳରୁ ଉଡିଯାଅ ଓ ସୂର୍ଯ୍ୟଙ୍କ ରଥର ସାରଥୀ ହୁଏ। ନାଁ ହୁଏ ଅରୁଣ (ଶ୍ରୀମନ୍ଦିର ସମ୍ମୁଖରେ ଥିବା ଅରୁଣ ସ୍ତମ୍ଭର ଦେବତା)। ଏହାପରେ ଅନ୍ୟ ଅଣ୍ଡାଟି ଫୁଟି ଆଉ ଗୋଟିଏ ଦିବ୍ୟ ପକ୍ଷୀ ଜନ୍ମହୁଏ। ସେ ହେଉଛନ୍ତି ଗରୁଡ। ଗୋଟିଏ ପୁଅ ପାଖରେ ନ ଥିବାରୁ ଭଉଣୀ କଦ୍ରୁଙ୍କ ଦାସୀ ପାଲଟିଥିବା ଦେଖି ଗରୁଡ କ୍ରୋଧିତ ହୁଅନ୍ତି। ଆଉ ମା’ଙ୍କୁ ମୁକୁଳାଇବାକୁ କଦ୍ରୁଙ୍କୁ ନିବେଦନ କରନ୍ତି। କଦ୍ରୁଙ୍କ ଭୟ ଥାଏ ଯେ, ବୀନତାଙ୍କ ପୁଅ ଗରୁଡ ତାଙ୍କ ନାଗପୁତ୍ରମାନଙ୍କୁ ମାରିଦେବାକୁ ଏକମାତ୍ର ସକ୍ଷମ । ଏଣୁ ସେମାନଙ୍କ ଜୀବନକୁ ସୁରକ୍ଷିତ କରିବାକୁ ସ୍ୱର୍ଗରୁ ଅମୃତ ଆଣିଲେ ତାଙ୍କ ମା’ ବୀନତା ଦାସିତ୍ୱରୁ ମୁକ୍ତ ହେବେ ବୋଲି ସର୍ତ୍ତ ରଖନ୍ତି।
ମା’ଙ୍କୁ ମୁକ୍ତ କରିବାକୁ ଗରୁଡ ସ୍ୱର୍ଗରୁ ଅମୃତ କଳସ ନେଇ ଆସନ୍ତି। ଏହା ଦେଖି ଭଗବାନ ବିଷ୍ଣୁ ତାଙ୍କ ପଥ ଅବରୋଧ କରନ୍ତି। ବିଷ୍ଣୁ ଅମୃତ କଳସ ନେଇଯିବାର କାରଣ ପଚାରନ୍ତି ଆଉ ଗରୁଡ ନିଜ ମା’ଙ୍କ ମୁକ୍ତ ପାଇଁ ଅମୃତ ନେଉଥିବା ଓ ଏହାକୁ ପାନ କରିବାକୁ ତାଙ୍କ ମନରେ ତିଳେ ହେଲେ ଇଚ୍ଛା ନ ଥିବା ପ୍ରକାଶ କରନ୍ତି। ଏହା ଦେଖି ଖୁସି ହୁଅନ୍ତି ଭଗବାନ ବିଷ୍ଣୁ । ଅମୃତ କଳସ ଫେରାଇ ଦେବା ସହ ବର ଯାଚନ୍ତି।
ଏହି ସୁଯୋଗରେ ଗରୁଡ ମା’ଙ୍କ ମୁକ୍ତି ଓ ବିନା ଅମୃତ ପାନରେ ନିଜର ଅମରତ୍ୱ ମାଗନ୍ତି। ଭଗବାନ ବିଷ୍ଣୁ ଏହି ବର ଗରୁଡଙ୍କୁ ଦେବା ସହ ମାତୃଭକ୍ତ ଗରୁଡଙ୍କୁ ନିଜ ଧ୍ୱଜାରେ ଧାରଣ କରନ୍ତି ଓ ସବୁଦିନ ପାଇଁ ନିଜ ବାହନ ଭାବେ ନିଯୁକ୍ତ କରନ୍ତି। ଗରୁଡ ନିଜକୁ ଅନୁଗୃହିତ ମନେ କରନ୍ତି ଆଉ ଚିରକାଳ ପ୍ରଭୁଙ୍କ ସେବା ପାଇଁ ସେ ନିଜକୁ ଉତ୍ସର୍ଗ କରନ୍ତି।
Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

1 month ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

2 months ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

2 months ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

3 months ago