ଲେଖା: ତ୍ରିଲୋଚନ ସ୍ୱାଇଁ
~ ଗତେଶ୍ୱର ମନ୍ଦିର ~
ଅନନ୍ତ ଓ ଅସୁମାରୀ କୀର୍ତ୍ତିରାଜିରେ ଭରା ଆମ ଏ ଓଡ଼ିଶା ଭୂଖଣ୍ଡ l ହିରଣ୍ୟଗର୍ଭା ଆମ ଏ ପବିତ୍ର ମାଟିର କୋଣାନୁକୋଣରେ କେତେ ଯେ ଦେଉଳ, କେତେ ମଠ ଓ ମନ୍ଦିର l ଧର୍ମ, ସାହିତ୍ୟ, ସଂସ୍କୃତି, ନୃତ୍ୟ ଓ ସଂଗୀତ କେତେ ଯେ ଉତ୍କୃଷ୍ଟ କଳାରେ ଭରା ଏଇ ଉତ୍କଳ ପ୍ରଦେଶ l ଗୌରବମୟ ଆମ ଅତୀତ ଓ ଇତିହାସ l
ଜଗତସିଂହପୁର ଜିଲ୍ଲାର କେତୋଟି ପ୍ରାଚୀନ ମନ୍ଦିରମାନଙ୍କ ମଧ୍ୟରେ #ବିଅଁଳ ଗାଁର ଗତେଶ୍ୱର ମହାଦେବ (ପ୍ରକାରାନ୍ତରେ ଗତନାଥେଶ୍ୱର ମହାଦେବ)ଙ୍କ ପ୍ରସିଦ୍ଧି ସୁଦୂରପ୍ରସାରୀ l ମନ୍ଦିର ବାବଦରେ ସମ୍ୟକ ଧାରଣା ନ ଥାଇ ଆମେ କେଇଜଣ ଆଗ୍ରହୀ ବନ୍ଧୁ ଯାଇଥିଲୁ ଉକ୍ତ ପୀଠକୁ, ‘ଅନ୍ତରଙ୍ଗ କଳିଙ୍ଗ ଐତିହ୍ୟ ଯାତ୍ରା’ର ଏକ ପର୍ବ ଭାବେ !
ଗତେଶ୍ୱର ମନ୍ଦିର ପୂଜକଙ୍କ କହିବା ଅନୁଯାୟୀ ମନ୍ଦିରର ସମ୍ପୂର୍ଣ୍ଣ ଇତିହାସ ଅଜଣା । ତେବେ ବିଶ୍ୱାସ କରାଯାଏ ଯେ, ଆଜକୁ ପ୍ରାୟ ୪୦୦ ବର୍ଷ ପୂର୍ବେ #ପଟିଆ ରାଜା ଏ ଅଞ୍ଚଳକୁ ବିଜେ କରୁଥିବା ସମୟରେ ଏ ସ୍ଥାନର ମାହାତ୍ମ୍ୟ ବାବଦରେ ଅବଗତ ହେଇଥିଲେ !
କିମ୍ବଦନ୍ତୀ କହେ, ଜଣେ ଗାଈଆଳର ଦୁଧିଆଳୀ ଗାଈର ଚୀରରୁ ପ୍ରତିଦିନ ନିର୍ଦ୍ଧିଷ୍ଟ ଏକ ସ୍ଥାନରେ ନିୟମିତ କ୍ଷୀର ଝରୁଥିଲା l ଏହି ଆଶ୍ଚର୍ଯ୍ୟ ଘଟଣା ଦେଖି ଅଭିଭୂତ ହୋଇଥିଲେ ରାଜା ! ସ୍ଥାନଟି ଯେ ଭଗବତଶକ୍ତିରେ ପ୍ଳାବିତ ଏ କଥା ଅନୁଭଵ କରିଥିଲେ ଶିବଭକ୍ତ ରାଜା ! ଅବିଳମ୍ବେ ଦେଉଳଟିଏ ତୋଳିଦେଇଥିଲେ ସେ ! ଦିଅଁଙ୍କ ନୀତିକାନ୍ତି ନିମନ୍ତେ କିଛି ବ୍ରାହ୍ମଣଙ୍କୁ ଦାୟିତ୍ଵ ଦେବା ସହିତ ଭୂସମ୍ପତ୍ତି ଖଞ୍ଜା ଦେଇଥିଲେ !
ମଣ୍ଡାସାହି, ବିଅଁଳ ଆଦି ଅଞ୍ଚଳ ବାହାରେ ବିଶେଷ ପରିଚିତ ନ ଥିଲେ ମଧ୍ୟ ମନ୍ଦିରଟି ଏକ ଅନନ୍ୟ ପୀଠ ସତ ! ଗତେଶ୍ୱର ମହାଦେବଙ୍କ ଆଶିଷ ତଥା ଆଧ୍ୟାତ୍ମିକତାରେ ସିକ୍ତ ଗ୍ରାମବାସୀ ତଥା ଅନ୍ୟ ଅନେକ ବଦାନ୍ୟ ବ୍ୟକ୍ତିଙ୍କ ଅକୁଣ୍ଠ ସାହାଯ୍ୟ ସହଯୋଗରେ ମହାଦେବଙ୍କ ପାଇଁ କେଇବର୍ଷ ପୂର୍ବେ ଏହି ମନ୍ଦିରର ଆନୁସଙ୍ଗିକ ଉନ୍ନତି ହୋଇପାରିଛି l
ଆମ୍ଭର ଯାତ୍ରା କାଳରେ ଦିଅଁ ଥିଲେ #ଜଳାଶାୟୀ ! ମନ୍ଦିରରେ ଭକ୍ତଙ୍କ ଗହଳି ନ ଥିଲେ ମଧ୍ୟ ଜାଗର ଏବଂ ଅନ୍ୟାନ୍ୟ ପର୍ବପର୍ବାଣରେ ଭକ୍ତଙ୍କ ଭିଡ଼ ଜମେ ! ଭାବଗଦଗଦ ଭାବେ ବରିଷ୍ଠ ପୂଜକ ମହାଶୟଙ୍କ ତୁଣ୍ଡରେ ମହାପ୍ରଭୁଙ୍କ ମହିମାଗାନ ସହିତ ମନ୍ଦିରର ସୁନ୍ଦର ପରିବେଶ, ମନ୍ଦିର ପରିସରର ନୂତନ ଯଜ୍ଞମଣ୍ଡପ ଓ ଆନୁସଙ୍ଗିକ ସୁବିଧାଗୁଡ଼ିକର ନିର୍ମାଣ, ସୁନ୍ଦର କ୍ଷୁଦ୍ର ଉଦ୍ୟାନ ସର୍ବୋପରି ବହୁ କିମ୍ବଦନ୍ତୀର ନାୟିକା ମନ୍ଦିରର ବିଶାଳ ପୁଷ୍କରିଣୀ ଦେଖି ଆମେ ଚକିତ ହେଇଥିଲୁ ନିଶ୍ଚୟ !
ଅନ୍ତରଙ୍ଗ କଳିଙ୍ଗର ବନ୍ଧୁମାନଙ୍କୁ ଅନୁରୋଧ, ଜଗତସିଂହପୁର ଆଉ କଟକ ରାସ୍ତାର ଚାରିପଲୀଆ ଠାରୁ ମାତ୍ର ୧୦/୧୨ କି.ମି. ଦୂରର ଏଇ ଗତେଶ୍ୱର ମନ୍ଦିର ଥରେ ଦର୍ଶନରେ ଯାଆନ୍ତୁ ଆଉ ମହାପ୍ରଭୁଙ୍କ ଦିବ୍ୟଦର୍ଶନ ଓ ଆଶିଷ ଲଭନ୍ତୁ ।
Spread the love
admin

Recent Posts

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 weeks ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

3 weeks ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

4 weeks ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…

4 weeks ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ଜଣେ ଉପେକ୍ଷିତ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ଗୋଟିଏ କଥା ମନରେ ଉଠେ, ଯେଉଁ…

4 weeks ago

ଛଅଟି କୋକେଇ

ଲେଖା: ନିରଞ୍ଜନ ସାହୁ ଶ୍ରଦ୍ଧେୟ ବାଜି ! ସାଷ୍ଟାଂଗ ଦଣ୍ଡବତ ପ୍ରଣାମ ଘେନିବା ହୁଅ। ନା, ତମେ ଯେ ସାଷ୍ଟାଂଗ…

1 month ago