ଲେଖା: ଦେଵ ତ୍ରିପାଠୀ
୧୧୮୦ ଖ୍ରୀଷ୍ଟାବ୍ଦ ପାଖାପାଖି କୌଣସି ସମୟ ।
ମହାରାଜା ଦ୍ଵିତୀୟ ଅନଙ୍ଗଭୀମ ଦେଵ ଚଉଦ୍ଵାର ରାଜବାଟୀରୁ ମହାନଦୀ ପାର ହୋଇ ଆସି ପହଞ୍ଚିଲେ ସେଠାରେ । ସେ ସ୍ଥାନଟିର କି ଅଜଣା ଆକର୍ଷଣ ଓ ମାହାତ୍ମ୍ୟ ସେ ଅନୁଭବ କଲେ, କ୍ଷଣିକେ ଯୋଜନା କରିଥିଲେ ସେଠାରେ ଗଡ଼ଟିଏ ପ୍ରତିଷ୍ଠା କରିବା ପାଇଁ ! ପରେ ପରେ ଗଢିଦେଲେ ବୀରରକ୍ତେ ଗଢା ଯା’ର ପିଣ୍ଡ ପୁଣ୍ୟମାଟି ବାରବାଟୀ ଦୁର୍ଗ, ଦୁର୍ଗ ମଧ୍ୟରେ ଦେଵୀ ଗଡଚଣ୍ଡୀଙ୍କୁ ପ୍ରତିଷ୍ଠା କରିଥିଲେ ମଧ୍ୟ ଦୁର୍ଗର ଈଶାଣକୋଣରେ ସ୍ଥାପିଲେ ଗଡେଶ୍ୱର ମହାଦେବଙ୍କ ମନ୍ଦିର । ବାରବାଟୀ ଦୁର୍ଗ, ଯାହାକୁ ପୁରୁଣା କାଳରେ ଗଡ଼ ବୋଲି କୁହାଯାଉଥିଲା ସେ ଗଡ଼ର ରକ୍ଷାକର୍ତ୍ତା ସାଜିଥିଲେ ସେ ଗଡ଼ର ଈଶ୍ୱର ଗଡେଶ୍ୱର । (କେହି କେହି ଗଡ଼ଗଡେଶ୍ୱର ମଧ୍ୟ କହିଥା’ନ୍ତି ।)
ଏ ଐତିହାସିକ ଗଡଗଡେଶ୍ୱର ମନ୍ଦିର ଶୈବପୀଠର ସ୍ଥାପନା ବାବଦରେ ଐତିହାସିକ ଗଣ ଭିନ୍ନ ଭିନ୍ନ ମତ ପୋଷଣ କରୁଥିଲେ ମଧ୍ୟ କଟକରୁ ପ୍ରାପ୍ତ ରାଜା ଅନଙ୍ଗଭୀମଙ୍କ ଜମିଦାନର ତାମ୍ରପଟ୍ଟା ଏବଂ ସେଥିରେ ନାଗରୀଲିପିରେ ଉଲ୍ଲିଖିତ ସମୟକୁ ତର୍ଜମା କରି ଏଇ ଭବ୍ୟ ଦେଉଳଟି ୧୨୨୯ରୁ ୧୨୩୯ ଖ୍ରୀଷ୍ଟାବ୍ଦ ମଧ୍ୟରେ ସ୍ଥାପନା ହେବାର ବିଚାର କରାଯାଏ ।
ଏଇ ଦେଉଳରେ ମହାପ୍ରଭୁ ଶିବଙ୍କ ଲିଙ୍ଗ ସାଙ୍ଗକୁ ଦେଵୀ ପାର୍ବତୀ, ଏକାଦଶ ରୁଦ୍ରାବତାର ଶ୍ରୀହନୁମାନ, ମା’ ଦକ୍ଷିଣକାଳୀ ଏବଂ ଅନ୍ୟାନ୍ୟ ପାର୍ଶ୍ଵଦେବାଦେଵୀ ପୂଜା ପାଇଥା’ନ୍ତି । ମନ୍ଦିରର ପ୍ରବେଶ ଦ୍ଵାର ନିକଟରେ ଦୃଶ୍ୟମାନ ହୁଏ ଚୈତନ୍ୟଙ୍କ ପଥରଖୋଦିତ ପାଦଚିହ୍ନ ।
ଏ ଦେଉଳର ମାହାତ୍ମ୍ୟ ଏପରି, ଶ୍ରାବଣ ମାସରେ ମହାଦେବଙ୍କୁ ଜଳଲାଗି କରିବା ନିମନ୍ତେ ନୈଷ୍ଠିକ ଶିବଭକ୍ତଗଣ ଗଡ଼ଗଡିଆ ଘାଟରୁ ମହାନଦୀର ପବିତ୍ର ଜଳ ସଂଗ୍ରହ କରି ଯାତ୍ରାରେ ବାହାରିବା ପୂର୍ବରୁ ପ୍ରଥମେ ଆରାଧନା କରିଥା’ନ୍ତି ମହାପ୍ରଭୁ ଗଡ଼େଶ୍ୱରଙ୍କୁ ।
କିମ୍ବଦନ୍ତୀ କହେ, ୧୫୧୦ ଖ୍ରୀଷ୍ଟାବ୍ଦରେ ଚୈତନ୍ୟଦେବ ଶ୍ରୀକ୍ଷେତ୍ର ଯିବା ବାଟରେ ହିଁ କଟକର ଗଡଗଡେଶ୍ୱର ଘାଟରେ ପହଞ୍ଚିଥିଲେ, ଏଠାକାର ନୈସର୍ଗିକ ପ୍ରାକୃତିକ ଶୋଭାରେ ବିମୋହିତ ହୋଇ ଏ ବାଲିରେ ଗଡିଯାଇଥିଲେ । ସେଥିପାଇଁ ଏ ଘାଟର ନାମ ହେଲା ଗଡ଼ଗଡ଼ିଆ ।
ତେବେ ଚୈତନ୍ୟଙ୍କ ଆଗମନର ବହୁ ଆଗରୁ ଏ ଦେଉଳବେଢାରେ ଆରମ୍ଭ ହୋଇସାରିଥିଲା ବାଲିଯାତ୍ରା । ଓଡ଼ିଆ ସାଧବପୁଏ ନୌକାରେ ଏ ଘାଟ ଦେଇ ଜାଭା, ସୁମାତ୍ରା ଆଦି ଅଞ୍ଚଳକୁ ବଣିଜ କରି ଫେରନ୍ତା ସମୟରେ ଏଇ ଗଡଗଡେଶ୍ୱର ମନ୍ଦିର ପ୍ରାଙ୍ଗଣରେ ସେସବୁ ଅଞ୍ଚଳରୁ ଆଣିଥିବା ଚିଜଗୁଡିକର ବିପଣି ଲଗାଉଥିଲେ । ସେଇ ବିପଣିରାଶି ହିଁ ପରବର୍ତ୍ତୀ ସମୟରେ ଜନ୍ମଦେଲା ଐତିହାସିକ ଗଣଯାତ୍ରା ବାଲିଯାତ୍ରାକୁ !
ପ୍ରଭୁ ଗଡେଶ୍ୱର ମଧ୍ୟ ମା’ କଟକଚଣ୍ଡୀଙ୍କ ପରି ନଗରବାସୀଙ୍କ ଜୀବନକୁ କରିଆସିଛନ୍ତି କରୁଣାସିକ୍ତ, ଭାବାପ୍ଳୁତ । କଟକିଆ ବି ନଗରୀର ଅନ୍ୟତମ ଇଷ୍ଟଦେବ ପ୍ରଭୁ ଗଡେଶ୍ୱରଙ୍କୁ ଗ୍ରହଣ କରିନେଇଛନ୍ତି ଅତି ଆପଣାର ସାଥୀଭଳି ।
Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

4 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

4 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago