ଲେଖା: ଶିଶିର ସାହୁ ମନୋଜ
ସମ୍ବଲପୁରୀରେ ପ୍ରଚଳିତ ଖରନ୍ ଶବ୍ଦର ମୂଳ ଖର ଏଵଂ ଏହି ଶବ୍ଦରୁ ଏ ଶବ୍ଦଟି ଆସିଛି । ମୁର୍ଦଙ୍ଗରେ ଖର ଦେଵା ଓ ଉତ୍ପାତ ହେଲେ ଖର ଛଡା଼ତେଲ ପିଟାମରା କରି ଦେଵା ହେଉଛି ଏହି ଖରନ୍ ଶବ୍ଦର ମୁଖ୍ୟ ଅର୍ଥ ।
ଏଇ ଶବ୍ଦର ଅନେକ ଅର୍ଥ ମଧ୍ୟରେ ଚାଲନ୍ତୁ ଏ ଦୁଇ ଅର୍ଥକୁ ଅନ୍ଵେଷଣ କରି ଦେଖିଵା !
ଖର ଶବ୍ଦର ଶାସ୍ତ୍ରୀୟ ଅର୍ଥ
■ଗର୍ଦ୍ଦଭ; ଗଧ
■ବକ; ବଗ
■ଅଶ୍ବତର
■ କାକ; କୁଆ
■ରାବଣର ସାବତ ଭାଇ; ଦୈତ୍ଯବିଶେଷ
■ଅସୁର
■ପୁରାଣୋକ୍ତ ବର୍ଷ ବା ଉପମହାଦେଶବିଶେଷ
■ସୂର୍ଯ୍ୟାନୁଚର ବିଶେଷ
■ଶିବାନୁଚର ବିଶେଷ
■ଘର୍ମ; ଝାଳ
■ଉଷ୍ଣତା
■କଣ୍ଟକୀ ଗୁଳ୍ମବିଶେଷ (Alhagi maurorum.)
■ବାର୍ହଷ୍ପତ୍ଯ ଯୁଗର ପଞ୍ଚବିଂଶ ବର୍ଷ
■ସୁଗନ୍ଧବିଶେଷ
■ମୂଳଦୁଆ; ଘରତିଆରି ହେବା ପାଇଁ ମାଟି ପଡ଼ିଥିବା ଡ଼ିହ
■ହରିବଂଶୋକ୍ତ ଧେନୁକ ଅସୁର
■ତୃଣ; ଘାସ (ହିନ୍ଦି ଶବ୍ଦସାଗର)
ଵିଶେଷଣ
■ତୀକ୍ଷ୍ମସ୍ପର୍ଶ; ଟାଆଁଶା
■ଉଷ୍ଣ; ତାତିଲା
■ଉଗ୍ରସ୍ବାଦ; ରାଗ
■ଅତିଉତ୍କଟ
■କଠିନ
■ଦାଢୁ଼ଆ; ତୀକ୍ଷ୍ଣ
■ଅମ୍ବିଳା
■ଦ୍ରୁତ; କ୍ଷିପ୍ର
(ଚାଲି ଖର ବୋଝ ବଡ଼, ଯାକୁ ଜାଣିବ କପା—ଢ଼ଗ।)
■ନିଷ୍ଠୁର
■କର୍କଶ; ଅତିଚିକ୍କଣ; ରାଡ଼ୁରାଡ଼ୁଆ
■ଘନ
■ଅନିଷ୍ଟକର
■ଅସ୍ଥିର
■ମର୍ମଭେଦୀ; ଯାତନାପ୍ରଦ
●●ଓଡ଼ିଆ ଭାଷାରେ ଏ ଶବ୍ଦର ସ୍ଵତନ୍ତ୍ର ଵ୍ଯଵହାର ●●
■ଯେଉଁ ତିଅଣ ବା ଭଜା ଆଦି ଆତ୍ଯଧିକ ପକ୍ବ ବା ଭଜା ହୋଇ ଥାଏ
■ବଘାରିଲା ବେଳେ ହାଣ୍ଡି ମସଲା ବେଶିପୋଡ଼ିଯିବା ଯୋଗୁଁ ବିସ୍ବାଦୁ ହୋଇଥିବା ତିଅଣ, ଦେ. କ୍ରି. ବିଣ
■ଶ୍ରୀଘ୍ର (ଚାଲିବ ଖର, ଖାଇବ ସହଳ, ପିନ୍ଧିବ ମହଳ, ଦାଣ୍ଡ ଘର ଖଣ୍ଡି ଅଛୁଆଁ କର, ତେବେ ଓଡ଼ିଶାରେ କରିବ ଘର—ଢଗ।)
■ସ୍ରୋତ; ସୁଅ
■ନଡ଼ା
■ତତଲା (ସଂ–ଖର = ଉଷ୍ଣ)
ପୁଣି “ଢେଙ୍କାନାଳୀ ଓଡ଼ିଆରେ” ଏଇ ଶବ୍ଦର ଆଉ ଏକ ନିଆରା ଵ୍ଯଵହାର ରହିଛି ।
କାହାକୁ କୁତୁରୁକାଳିଆ (ଢେଙ୍କାନାଳ; କୁତୁକୁତୁ) କଲାଵେଳେ ଯଦି ତାକୁ ଅଧିକ ସଲ ସଲ ଲାଗେ ଲୋକେ କୁହନ୍ତି ତାହାର “ଖର ଅଛି”, ଏଠାରେ ଶାସ୍ତ୍ରୀୟ ଏଇ ଶବ୍ଦର ଅସ୍ଥିର ଓ ଅତିଚିକ୍କଣ ଅର୍ଥର ଭାଵ ଲୁକ୍କାୟିତ ରହିଛି । ଜଣେ ଲୋକକୁ ହଟାତ୍ କୁତୁକୁତୁ କଲେ ସେ ଅସ୍ଥିର ହୋଇପଡେ଼ ପୁଣି ସାଧାରଣତଃ ଯାହାର ଚର୍ମ ଅଧିକ ଚିକ୍କଣ ତାକୁ କୁତୁକୁତୁ କଲେ ସେ ତାହା ଅଧିକ ଅନୁଭଵ କରିଥାଏ ।
ତେଣୁ ସମ୍ବଲପୁରୀର ଖରନ୍ ଶବ୍ଦର ଦୁଇଟି ଅର୍ଥ ମୃଦଙ୍ଗକୁ ଖର ଦେବା ଅର୍ଥାତ୍ କ୍ଷିପ୍ର ଗତିରେ ବଜାଇବା ତଥା ଖରନ୍ ଛଡା଼ତେଲ୍ ମାନେ ଉତ୍ତପ୍ତ ଛଡା଼ତେଲ ଏଇ ଶବ୍ଦରୁ ଆସିଥିଵା ଅଧିକ ଯୁକ୍ତିଯୁକ୍ତ ଅଟେ ।
ଏଇଭଳି ଯେ କୌଣସି ଭାଷାର ପ୍ରତ୍ୟେକ ଶବ୍ଦର କେଉଁଠି କେଉଁଠି ଗୋଟାଏ ମୂଳ ନିଶ୍ଚୟ ଥାଏ । ତାକୁ ଉଣ୍ଡି ସଂକଳନ କଲେ ଭଵିଷ୍ଯତ ପିଢ଼ି ଉପକୃତ ହେଵେ । ଶବ୍ଦକୁ ନେଇ ଅଭିମାନ ଓ ଦ୍ଵେଷ କରି ବସିଲେ ଆପଣା ଭାଷାର ଆଦୌ ଉନ୍ନତି ହେଵନାହିଁ ।
© ଶିଶିର ସାହୁ ମନୋଜ
~ ତ୍ରିଲୋଚନେଶ୍ୱର ମହାଦେବ ମନ୍ଦିର ~ ଲେଖା: ତ୍ରିଲୋଚନ ସ୍ୱାଇଁ ଅନନ୍ତ ଓ ଅସୁମାରୀ କୀର୍ତ୍ତିରାଜିରେ ଭରା ଆମ ଏ…
~ ରଘୁନାଥ ମଠ ~ ଲେଖା: ଶ୍ରୀକାନ୍ତ ସିଂହ ମହା ଐତିହ୍ୟକ୍ଷେତ୍ର କଟକ ସହରରେ ଯେଉଁ କେତୋଟି ପ୍ରାଚୀନ ମଠ…