ଲେଖା: ରବୀନ୍ଦ୍ର କୁମାର ରଣା

ନୟାଗଡ଼ ଜିଲ୍ଲାର ଖଣ୍ଡପଡ଼ା ବଜାରରେ ଅଷ୍ଟାଦଶ ଶତାବ୍ଦୀର ମଧ୍ୟ ଭାଗରେ ନିର୍ମିତ ଜଗନ୍ନାଥ ମନ୍ଦିର ଓଡ଼ିଶା କଳା ସ୍ଥାପତ୍ୟର ଏକ ସୁନ୍ଦର ନିଦର୍ଶନ ଅଟେ।

ଜଗନ୍ନାଥ ସଂସ୍କୃତିର ଇତିହାସ ଅତି ପ୍ରାଚୀନ। ଇତିହାସର ତଥ୍ୟ ଅନୁସାରେ କୁଷାଣ ରାଜତ୍ଵ କାଳରେ ଖ୍ରୀଷ୍ଟୀୟ ପ୍ରଥମ ଶତାବ୍ଦୀ ସମୟରେ ଶ୍ରୀକୃଷ୍ଣ, ବଳରାମ ଓ ସୁଭଦ୍ରାଙ୍କ ମୂର୍ତ୍ତି ପୂଜିତ ହେଉଥିବା ଜଣାଯାଏ। ସେହିପରି ପୁରୁଷୋତ୍ତମ କ୍ଷେତ୍ରରେ ଶ୍ରୀଜଗନ୍ନାଥ ସଂସ୍କୃତିର ଇତିହାସ ମଧ୍ୟ ଅତି ପ୍ରାଚୀନ। କିନ୍ତୁ ୧୫୭୦ ମସିହାରେ ଖୋର୍ଦ୍ଧା ଗଡ଼ଜାତ ରାଜ୍ୟ ପ୍ରତିଷ୍ଠା ପରେ ଓଡ଼ିଶାର ବିଭିନ୍ନ ଗଡଜାତ ଅଞ୍ଚଳରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ହୋଇଥିବା ଜଣାଯାଏ । ତେବେ ଖଣ୍ଡପଡ଼ା ଗଡ଼ର ଜଗନ୍ନାଥ ମନ୍ଦିର ୧୭୫୦ ଖ୍ରୀଷ୍ଟାବ୍ଦରେ ଖଣ୍ଡପଡ଼ା ରାଜାଙ୍କ ଦ୍ଵାରା ନିର୍ମିତ ହେଇଥିଲା।


ରାଜବାଟିକୁ ଲାଗି ମନ୍ଦିର ପରିସର। ମନ୍ଦିର ପରିସରରେ ବିଶାଳ ଆକାରର ଶ୍ରୀଜଗନ୍ନାଥଙ୍କ ମନ୍ଦିର ସହିତ ଦୟାସାଗରଙ୍କ ମନ୍ଦିର, କରୁଣାସାଗର ମନ୍ଦିର ଓ ଗୋପୀନାଥ ମନ୍ଦିର ଅବସ୍ଥିତ। ମନ୍ଦିର ପରିସରଟି ଅତୀବ ସୁନ୍ଦର। ବହୁ ସୁନ୍ଦର କାରୁକାର୍ଯ୍ୟରେ ପୂର୍ଣ୍ଣ ରେଖା ଶୈଳୀର ଜଗନ୍ନାଥ ମନ୍ଦିର, ପିଢ଼ ଜଗମୋହନ, ନାଟମଣ୍ଡପ ଆଦି ଅବସ୍ଥିତ। ଏହି ମନ୍ଦିରର ଏକ ସ୍ଵତନ୍ତ୍ର ବିଶେଷତ୍ଵ ଏହି ଯେ, ଏଠାରେ ରତ୍ନବେଦୀ ଉପରେ କେବଳ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଦାରୁମୂର୍ତ୍ତି ପୂଜା ପାଉଛନ୍ତି । ବଳଭଦ୍ର ଓ ସୁଭଦ୍ରା ପୂଜା ପାଉନାହାନ୍ତି ଏବଂ ଶ୍ରୀମନ୍ଦିରର ନିତିକାନ୍ତି ପରି ଏଠାରେ ମଧ୍ୟ ଶ୍ରୀଜଗନ୍ନାଥଙ୍କ ସମସ୍ତ ନୀତି ଓ ରଥଯାତ୍ରା ହୋଇଥାଏ। ଓଡ଼ିଶା ସଂସ୍କୃତି ବିଭାଗ ଅଧିନରେ ଏହି ମନ୍ଦିରଟି ରହିଛି।


ଖଣ୍ଡପଡ଼ା ଦେଇ କଣ୍ଟିଲୋ ନୀଳମାଧବ ମନ୍ଦିର ଦର୍ଶନ କରିବାକୁ ଯାଉଥିବା ପର୍ଯ୍ୟଟକମାନେ ଏଠାରେ କିଛି ସମୟ ରହି ଏହି ସୁନ୍ଦର ଜଗନ୍ନାଥ ମନ୍ଦିର ଦର୍ଶନ କରିବା ସହିତ ମନ୍ଦିରର ଆଗରେ ଥିବା ପ୍ରାଚୀନ  ଓ ଗୁଣ୍ଡିଚା ମନ୍ଦିରକୁ ମଧ୍ୟ ଦର୍ଶନ କରି ପାରିବେ।

 

 

Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

3 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

3 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

4 weeks ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

4 weeks ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago