ଲେଖା: ଶିଶିର ସାହୁ ମନୋଜ

କେତେକ ପାଶ୍ଚାତ୍ୟ ଐତିହାସିକମାନଙ୍କ ମତରେ Johann Zahn ସର୍ଵପ୍ରଥମେ ୧୬୮୫ରେ କ୍ଯାମେରା ଯନ୍ତ୍ରର ଡିଜାଇନ୍ ପ୍ରସ୍ତୁତ କରିଥିଲେ କିନ୍ତୁ ପ୍ରଥମ ଚିତ୍ରୋତ୍ତଳନ Joseph Nicephore Niepceଙ୍କ ଦ୍ଵାରା ୧୮୧୪ ମସିହାରେ ହୋଇଥିଲା (ଏଇ ଵର୍ଷ ଭାରତରେ ପ୍ରଥମକରି ରେଳ ଚଳିଥିଲା ଆଉ ଏପଟେ ଓଡ଼ିଶାରେ ବଙ୍ଗାଳି ଜମିଦାରମାନେ ସୂର୍ଯ୍ୟାସ୍ତ ଆଇନ୍ ବଳରେ ଓଡ଼ିଆ ଲୋକଙ୍କୁ ଶୋଷଣ କରିଵା ଆରମ୍ଭ କରିଦେଇଥିଲେ ।)

ତେଵେ ପ୍ରାୟ ସହସ୍ର ଵର୍ଷ ତଳେ ୧୦୨୧ ମସିହାରେ ଜଣେ ଇରାନୀ ଵୈଜ୍ଞାନିକ Ibn- al- Haytham ତାଙ୍କ Book of Optics ପୁସ୍ତକରେ କ୍ଯାମେରା ସମସାଦୃଶ୍ଯ ଏକ ଯନ୍ତ୍ରର ଵର୍ଣ୍ଣନା କରିଥିଵାର ଜଣାପଡ଼ିଛି ।

ପ୍ରଥମ ଚିତ୍ରୋତ୍ତଳନ(୧୮୧୪) ହେଵାର ଦୁଇଶହ ଵର୍ଷ ପରେ ଆଜିର ଏକବିଂଶ ଶତାବ୍ଦୀରେ ଇଣ୍ଟରନେଟ ଓ ମୋବାଇଲ ଵ୍ଯଵହାର ବଢିଲାପରଠାରୁ ସାଧାରଣ କ୍ୟାମେରା ଯନ୍ତ୍ରର ଆଵଶ୍ୟକତା କମିଵାକୁ ଲାଗିଲା ଫଳରେ ଶତ ଵର୍ଷାଧିକ କାର୍ଯ୍ୟକ୍ଷମ ଥିଵା Kodak କମ୍ପାନୀ ୨୦୦୬ ରେ ତାହାର ସେଵା ବନ୍ଦ କରିଵାକୁ ଵାଧ୍ୟ ହୋଇଥିଲା । ଯେଵେଠୁଁ କୋଡାକ୍ କମ୍ପାନୀ କାର୍ଯ୍ୟକ୍ଷମ ହେଲା  ସେଵେଠୁଁ କ୍ୟାମେରା ଶବ୍ଦର ଆଉ ଏକ ପର୍ଯ୍ୟାୟଵାଚକ ଶବ୍ଦ ହୋଇଯାଇଥିଲା Kodak ଏଇ ଯେମିତି ଆଲମାରୀ କହିଲେ ଲୋକେ ଗୋଦ୍ରେଜ୍ ବୋଲି ଭାବୁଥିଲେ ।

ତେଵେ ଆଧୁନିକ ଯୁଗରେ କ୍ୟାମେରା ଯନ୍ତ୍ରଟିର ଵ୍ଯଵହାର ତଥାପି ଅନେକ କ୍ଷେତ୍ରରେ ହେଉଅଛି ଯେମିତିକି ସଂଵାଦପତ୍ର, ଗଣମାଧ୍ୟମ, ମାନଵୀୟ ଏଵଂ ଖଗୋଳୀୟ ‛ତାରକା’ ଚିତ୍ରୋତ୍ତଳନ ଏଵଂ ସର୍ଵ ଶେଷରେ ମୋବାଇଲ୍ ରେ ମଧ୍ୟ ଚିତ୍ରୋତ୍ତଳନ ପାଇଁ କ୍ୟାମେରା ଯନ୍ତ୍ରଟିଏ ନିଶ୍ଚୟ  ରହିଛି ।

ଵିଜ୍ଞାନ କ୍ଷେତ୍ରରେ କ୍ୟାମେରା ଗୁରୁତ୍ବପୂର୍ଣ୍ଣ ହୋଇଥିଵା ହେତୁ ଆମ ଭାରତୀୟ ଭାଷାଗୁଡି଼କରେ କ୍ୟାମେରା ଶବ୍ଦର ଭାରତୀୟ ଶାସ୍ତ୍ରୀୟ ପ୍ରତିଶବ୍ଦ ମଧ୍ୟ ପ୍ରଣୟନ ହୋଇଅଛି । ନିମ୍ନରେ କେତୋଟି ଶବ୍ଦର ଉଲ୍ଲେଖ କରାଗଲା,
✓ଚିତ୍ରଗ୍ରାହିଣୀ
✓ଚିତ୍ରଗ୍ରାହୀ
✓ରୂପିତ୍ର
✓ପ୍ରତିମାନକ
✓ଆଲୋକଲେଖଯନ୍ତ୍ର
✓ପ୍ରତିମାଯନ୍ତ୍ର
✓ଚିତ୍ରକ
✓ପ୍ରତିବିମ୍ବକ
✓ରୂପିତ୍ରିକ
✓ଅଙ୍କୀୟଚିତ୍ରକ
✓ଅଙ୍କୀୟପ୍ରତିମାନକ

ଆମ ସମସ୍ତଙ୍କର ଅତି ପରିଚିତ କ୍ୟାମେରା ଶବ୍ଦଟି ମୂଳତଃ ଏକ ଲାଟିନ୍ ଶବ୍ଦ camera obscūra (ଅନ୍ଧକାର ପ୍ରକୋଷ୍ଠ)ରୁ ଆସିଥିଵା ଜଣାଯାଏ ।

ଏଥିରେ ଥିଵା କ୍ୟାମେରା ଶବ୍ଦର ମୂଳ ଏକ ପ୍ରାଚୀନ ଗ୍ରୀକ୍ καμάρα (kamára) ଏଵଂ ଏହି ଶବ୍ଦର ଆଗକାଳରେ ଅର୍ଥ ଥିଲା ଧନାଗାର, ଧନୁଆକୃତି ବିଶିଷ୍ଟ ଆଵରଣ ଦ୍ଵାରା ଆଵୃତ ଯେକୌଣସି ପଦାର୍ଥ (ସାଧାରଣତଃ ମୂଲ୍ଯଵାନ ପଦାର୍ଥକୁ ଲୁଚାଇ ରଖାଯାଇଥାଏ) ।

ପୁଣି ପାଶ୍ଚାତ୍ୟ ଭାଷାଵିଦ୍ ମାନେ καμάρα ଶବ୍ଦର ମୂଳ ଏକ ପ୍ରୋଟୋ ଇଣ୍ଡୋ ୟୁରୋପୀୟ ଶବ୍ଦ *kh₂em- ବୋଲି ନିର୍ଣ୍ଣୟ କରିଛନ୍ତି । ଏ ମୂଳ ଶବ୍ଦର “ମୋଡି଼ଵା, ବଙ୍କେଇଵା, ନୁଆଁଇଵା ଇତ୍ୟାଦି ଅର୍ଥ ଥିଵା ଉଲ୍ଲେଖ ରହିଛି । ତେଣୁ ପାଶ୍ଚାତ୍ୟ ଭାଷା ଵିଜ୍ଞାନୀମାନେ ସଂସ୍କୃତ କ୍ମରତି (“ଵକ୍ର ହେଵା”) ଶବ୍ଦ ସହିତ ଲାଟିନ୍ ଓ ଇଂରାଜୀ camera ଶବ୍ଦଟି ସମଦ୍ଧୃତ ବୋଲି ନିର୍ଣ୍ଣୟ କରିଛନ୍ତି । ଓଡ଼ିଆ, ହିନ୍ଦୀ ଆଦି ଭାରତୀୟ ଭାଷାରେ ଅଣ୍ଟା ଅର୍ଥରେ ଯେଉଁ ପାର୍ସୀ “କମର” ଶବ୍ଦଟି ଚଳୁଅଛି ତାହା ପ୍ରୋଟୋ ଇରାନୀୟ ଶବ୍ଦ kamáratiର ଆଧୁନିକ ରୂପ । kamárati ଓ କମର ଶବ୍ଦଦ୍ଵୟର ଭାରୋଇରାନୀୟ ପ୍ରାକ୍ ରୂପ *kh₂m-ér-e-ti ତଥା ସଂସ୍କୃତରୂପ क्मरति ଏଵଂ ମୂଳ ପ୍ରାକ୍ ଭାରୋପୀୟ କ୍ଷୁଦ୍ର ଶବ୍ଦରୂପ  *kh₂em- (“ବଙ୍କା; କମର ବଙ୍କା ହୋଇପାରେ) ।

ତେଣୁ ପାର୍ସୀ “କମର” ଶବ୍ଦ ମଧ୍ୟ ଇଂରାଜୀ camera ଶବ୍ଦ ସହିତ ସମଦ୍ଧୃତ ଅଟେ । ସେଇଭଳି ଆଉ ଗୋଟିଏ ଶବ୍ଦ ତାହାର କ୍ଯାମେରା ଶବ୍ଦ ସମ୍ପର୍କ ଵିଷୟରେ ଜାଣିଲେ ଆହୁରି ଆଶ୍ଚର୍ଯ୍ୟ ଲାଗେ ।

ହିନ୍ଦୀ ଭାଷାରେ ଯେଉଁ “कमरा” ଶବ୍ଦଟି ଚଳୁଅଛି ତାହା ମଧ୍ଯ କ୍ୟାମେରା ଶବ୍ଦ ସହ ସମଦ୍ଧୃତ ଅଟେ । ପ୍ରକୃତରେ ହିନ୍ଦୀ “कमरा” ଶବ୍ଦଟି ପର୍ତ୍ତୁଗୀଜ୍  câmara ଶବ୍ଦର ହିନ୍ଦୀରୂପ ଅଟଇ ଏଵଂ ଏହାର ଲାଟିନ୍ ମୂଳ camera ଅଟେ ଯାହା ପ୍ରାଚୀନ
ଗ୍ରୀକ୍ ଶବ୍ଦ καμάρα  (kamára) ଶବ୍ଦ ସହ ସମଦ୍ଧୃତ ।

ତେଵେ ଆମ ଭାଷାରେ କ୍ଯାମେରା ଵାଚକ ସଂପୂର୍ଣ୍ଣ ଶବ୍ଦ camera obscūra (ଅନ୍ଧକାର ପ୍ରକୋଷ୍ଠ) ମଧ୍ୟରେ ଥିଵା ଅନ୍ଧକାର ଅର୍ଥରେ ଵ୍ଯଵହୃତ obscūra ଶବ୍ଦର ବି ସମଦ୍ଧୃତ ଶବ୍ଦ ଚଳୁଅଛି ଏଵଂ ତାହା ହେଲା “କୁଦିଵା” !!!

କିନ୍ତୁ କେମିତି ?

obscūra ଓ କୁଦିଵା ଶବ୍ଦ ତ କେତେ ଭିନ୍ନ ଭିନ୍ନ ପୁଣି ଉଭୟ ଶବ୍ଦର ଅର୍ଥ ବି ଭିନ୍ନ ଅଟଇ ! ତାହେଲେ ଏ ଉଭୟ ଶବ୍ଦ ସମଦ୍ଧୃତ କିପରି ?

କୌଣସି ଶବ୍ଦର ଵିଶେଷତଃ ଭାରୋପୀୟ ଶବ୍ଦର ସୂକ୍ଷ୍ମ ଅଧ୍ୟୟନ ଵିନା ତାହାର ଆନ ଭାଷାରେ ସମଦ୍ଧୃତ ରୂପ ପ୍ରପ୍ତ କରିଵା କାଠିକର ପାଠ ।

ତେଣୁ obscūra ଶବ୍ଦର ସୂକ୍ଷ୍ମ ମୂଳ ପ୍ରୋଟୋ ଇଣ୍ଡୋ ୟୁରୋପୀୟ ମୂଳ ଶବ୍ଦ *skuH-ro ଏଵଂ ମୂଳ ଧାତୁରୂପ *(s)kewH- (ଘୋଡା଼ ଯାଇଥିଵା) ଅଟେ ।

ଭାରତୀୟ ଧାତୁଶବ୍ଦ ସ୍କୁ ଓ ସ୍କୁନ୍ଦ ଧାତୁ ସହିତ ଏହି ମୂଳ P.I.E. root *(s)kewH- ସମଦ୍ଧୃତ ଅଟଇ ।

ସ୍କୁ ଓ ସ୍କୁନ୍ଦ ଧାତୁ ନିମ୍ନଲିଖିତ ଅର୍ଥରେ ଶବ୍ଦ ନିଷ୍ପନ୍ନ ହେତୁ ଵ୍ଯଵହୃତ ହୋଇଥାଏ, ଯଥା:
✓ଉଦ୍ଧୃତ କରିବା
✓ଆପ୍ଲାବନ କରିବା
✓ଡ଼େଇଁବା
✓ଉତ୍ତୋଳନ କରିବା
✓ଘୋଡ଼ାଇ ପକାଇବା

ଆମ ଓଡ଼ିଆ କ୍ରିୟାଶବ୍ଦ କୁଦିଵା ପ୍ରୋକ୍ତ ସମସ୍ତ ଶବ୍ଦଗୁଡି଼କ ସହିତ ସମଦ୍ଧୃତ ଯେହେତୁ ଏ ଶବ୍ଦ ଏକ ସଂସ୍କୃତ ଶବ୍ଦ ସ୍କୁନ୍ଦନ ସହିତ ସମଦ୍ଧୃତ ଅଟେ ଯାହାର ମୂଳଧାତୁ ସ୍କୁନ୍ଦ ଧାତୁ । ଇଂରାଜୀ ଭାଷାର
✓scēo (“sky”)
✓scuwa (“shade, darkness, protection”)
✓hide
✓house
✓hose
✓sky
✓shoe
ଇତ୍ୟାଦି ଶବ୍ଦ ମଧ୍ୟ ସଂସ୍କୃତ ଧାତୁ ସ୍କୁ ଓ P.I.E root *(s)kewH ସହିତ ସମଦ୍ଧୃତ ।

ଭାରୋପୀୟ ଭାଷାପରିଵାରର ଦୁଇଟି ଭିନ୍ନ ଭାଷା ବୋଲୁଥିଵା ଦୁଇଗୋଟି ମାନଵଜାତି ମଧ୍ୟରେ ଶତ୍ରୁତା ହୋଇପାରେ କିନ୍ତୁ ସେମାନେ ଯଦି ତାଙ୍କ ଭାଷାର ଶବ୍ଦଗୁଡ଼ିକର ସୂକ୍ଷ୍ମ ଅଧ୍ୟୟନ କରନ୍ତେ ତେଵେ ସଂସାରରେ ଜାତିଵାଦୀ, ଦେଶଵାଦ, ଆଞ୍ଚଳିକଵାଦ ରୁହନ୍ତା ନାହିଁ କେଵଳ ମାନଵଵାଦ ହିଁ ପ୍ରସ୍ଫୁଟିତ ହେଉଥାଆନ୍ତା ।

ତେବେ କ୍ୟାମେରା ବାବଦରେ ଆଲୋଚନା ଏତିକିରେ ସୀମିତ ରହୁ ।

© ଶବ୍ଦଭେଦ

admin

Recent Posts

କପାଳୀ ମଠ

ଲେଖା: ଅମ୍ବିକା ପଟ୍ଟନାୟକ   ∼ କପାଳୀ ମଠ : ଓଡ଼ିଆ ସାମରିକ ଶକ୍ତିର ଅଭ୍ୟୁତ୍ଥାନ ପୀଠ ∼ ଭୁବନେଶ୍ୱରର…

1 week ago

ଶ୍ରୀଧର ସ୍ୱାମୀ

ଲେଖା: ଅମ୍ବିକା ପଟ୍ଟନାୟକ ∼ ଆଚାର୍ଯ୍ୟ ଶ୍ରୀଧର ସ୍ୱାମୀ : ଭାବାର୍ଥ ଦୀପିକା ବାଣୀ ∼ ମୂକଂ କରୋତି ବାଚାଳମ…

1 week ago

ଜାତି ଐରାବତ

ଲେଖା: ଅମୃତେଶ ଖଟୁଆ ∼ କବି ଲେଖନୀରେ ଜାତି ଐରାବତ ∼ ଓଡ଼ିଆ ଜାତି ପାଇଁ ତାଙ୍କର ଅପରିମେୟ ଅବଦାନ…

1 week ago

ଉତ୍ତରେଶ୍ଵର ମହାଦେବ ମନ୍ଦିର

ଲେଖା: ଅମର ପ୍ରସାଦ ଓ ଶ୍ରୀକାନ୍ତ ସିଂହ ~ ଉତ୍ତରେଶ୍ଵର ମହାଦେବ ମନ୍ଦିର ~ ଦିନ ଥିଲା, ବିରୂପା ତଟରେ…

3 weeks ago

କୁମ୍ଭେଶ୍ୱର ମହାଦେବ ମନ୍ଦିର

କୁମ୍ଭେଶ୍ୱର ମହାଦେବ ମନ୍ଦିର ଉପସ୍ଥାପନା: ଅମର ପ୍ରସାଦ ଓ ଶ୍ରୀକାନ୍ତ ସିଂହ  ଆଠଗଡ଼ର ଚିର ହରିତ ପ୍ରକୃତି, ଶାନ୍ତ-ସ୍ନିଗ୍ଧ ବାତାବରଣ…

3 weeks ago

ମାଣବସା ଗୁରୁବାର

ମାଣବସା ଗୁରୁବାର  ଉପସ୍ଥାପନା: ଅମୃତେଶ ଖଟୁଆ ଲକ୍ଷ୍ମୀ ମାଆ ଦେଖିଲେ ଯାଇ ନଗରୀ-ପ୍ରାନ୍ତରେ ଚଣ୍ଡାଳର କୁଟୀରଟିଏ ଅତୁଳ ଛବି ଧରେ…

3 weeks ago