ଲେଖା: ଶ୍ରୀକାନ୍ତ ସିଂହ

ଢେଙ୍କାନାଳର ଚିରହରିତ ପ୍ରକୃତି, ଶାନ୍ତସ୍ନିଗ୍ଧ ବାତାବରଣ ଯେତିକି ଅନନ୍ୟ ତା’ର ସବୁଜିମା ତା’ର ଝରଣା, ତଥା ମନ୍ଦିର ବି ସେତିକି ଅନନ୍ୟ l

ଢେଙ୍କାନାଳ ଜିଲ୍ଲାର ଶେଷ ପ୍ରାନ୍ତରେ ଆଠଗଡ଼ ସନ୍ନିକଟରେ ଏକ ପୁରାତନ ମନ୍ଦିର ହେଉଛି କୁମ୍ଭେଶ୍ୱର ମହାଦେବ ମନ୍ଦିର (Kumbheswar Temple) l ଯାହାର ଇତିହାସ ସାଉଁଟିବାକୁ ଚେଷ୍ଟା କରି ନିରାଶ ହୋଇଥିଲେ ବି ସେହି ମନ୍ଦିରଟର କେତେଗୁଡ଼ିଏ ଛବି ଆମେ ଏଠାରେ ସ୍ଥାନିତ କରିବାକୁ ଚେଷ୍ଟା କରିଛୁ l


ଖୁବ ସୁନ୍ଦର ପ୍ରାକୃତିକ ପରିବେଶ, ସବୁଜ କ୍ଷେତ ତଥା ବୃକ୍ଷଲତା ଘେରା ବନାନୀର ମଧ୍ୟଭାଗରେ ଏହି କୁମ୍ଭେଶ୍ୱର ମହାଦେବ ମନ୍ଦିରର ଅବସ୍ଥିତି ଅତୀବ ମନୋରମ l ମନ୍ଦିରଟି ବହୁ ପ୍ରାଚୀନ ନ ହେଲେ ବି ତିନିଶହ ଚାରିଶହ ବର୍ଷରୁ କମ ହେବ ନାହିଁ l ମନ୍ଦିର ପରିସରରେ କେତେକ ପୁରାତନ, ସୁକ୍ଷ୍ମ କାରୁକାର୍ଯ୍ୟ ଖଚିତ ମୂର୍ତ୍ତି ବି କାଳର କଷାଘାତରେ ଭଗ୍ନ ଓ ଅର୍ଦ୍ଧ ଭଗ୍ନ ଅବସ୍ଥାରେ ପଡ଼ି ରହିଛି l

ସାଧାରଣ ଲୋକର ଜ୍ଞାତସାରରୁ ଅନେକ ଦୂରରେ ଥିବା ଏହି ଅନନ୍ୟ ଶୈବପୀଠ କୁମ୍ଭେଶ୍ୱର ମନ୍ଦିରଟିକୁ ଥରେ ବୁଲି ଆସିଲେ ବେଶ ଭଲ ହୁଅନ୍ତା । 

Spread the love
admin

Recent Posts

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

4 days ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

1 week ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

4 weeks ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

1 month ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

1 month ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…

1 month ago