ଲେଖା: ଶ୍ରୀକାନ୍ତ ସିଂହ

“ଉଠ ଉଠ ଜଗନ୍ନାଥ, କାଶୀ ବିଶ୍ୱନାଥ”

ଦେବୋତ୍ଥାପନ ଏକାଦଶୀରେ ରାଜପୁତ ପରିବାରରେ ଚୌକଲେଖା ହୋଇ ପୂଜା ହୁଏ l ଏହାକୁ ଚିତା ବା ଝୋଟି ବୋଲି କୁହା ନ ଯାଇ ଲେଖା ବୋଲି କୁହାଯାଏ l

ନିଶ୍ଚିତ ଭାବେ ଚୌକଲେଖା ଏକ ଅନନ୍ୟ ପରମ୍ପରା ଯାହା ଆଧୁନିକ ସମୟରେ କ୍ଵଚିତ ପରିବାରରେ ପାଳନ ହେଉଛି l


ଏହା ପଛରେ ଥିବା କିମ୍ବଦନ୍ତୀ ବିଶେଷ ଭାବରେ ଓଡ଼ିଆଙ୍କୁ  ଅଗୋଚର, ମାତ୍ର ରାଜପୁତ ପରମ୍ପରା ହେଲେ ମଧ୍ୟ ଏହା ଓଡ଼ିଶାର ଗର୍ବଗୌରବର ଗାଥା ବହନ କରେ । ଏହି ଚୌକ ଚିତ୍ରରେ ଏକ ନାଵ ବା ବୋଇତର ଚିତ୍ର ଅଙ୍କନ କରାଯାଇ ସେଥିରେ ବିଭିନ୍ନ ଶସ୍ୟ, ଡାଲି, ଗହମ, ସୋରିଷ ଇତ୍ୟାଦି ରଖାଯାଇଥାଏ, ଯାହାକି ଅତୀତ କଳିଙ୍ଗ-ଉତ୍କଳ ନୌବାଣିଜ୍ୟର ସ୍ମୃତିକୁ ଯଥାର୍ଥ ରୋମନ୍ଥନ କରୁଥିବା ମନେହୁଏ l

ଚିତ୍ର ମଧ୍ୟ ଭାଗରେ ପଦ୍ମ ଚିତ୍ର ଅଙ୍କା ଯାଇ ତା’ ମଝିରେ ଚନ୍ଦନରେ ଲକ୍ଷ୍ମୀପାଦ ଅଙ୍କାଯାଏ l ଲକ୍ଷ୍ମୀପାଦ ଉପରେ ଏକ ପିଢ଼ା ରଖାଯାଇ ତା’ ଉପରେ କୋଶଳା ଶାଗ ଓ ପତ୍ର ଥାଇ ମୂଳା, ଦୂବ-ବରକୋଳି ପତ୍ର ଓ ଫୁଲ ଦିଆଯାଏ l ଧୂପ, ଦୀପ ଓ ନୈବେଦ୍ୟ ଦେଇ ପୂଜା କରାଯାଏ l

ଯେହେତୁ ଦେବୋତ୍ଥାପନ ଏକାଦଶୀରେ ପୂଜା ଅନୁଷ୍ଠିତ ହେଉଛି ଏଣୁ “ଓଡିଶା ମେ ଜଗନ୍ନାଥ, କାଶୀ ମେ ବିଶ୍ୱନାଥ – ଉଠୋ ଉଠୋ ଜଗନ୍ନାଥ, କାଶୀ ବିଶ୍ୱନାଥ” ବୋଲି କହି, ଲେଖାକୁ ସାତ ଥର ପ୍ରଦକ୍ଷିଣ କରାଯାଏ l

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଏହି ଦେବୋତ୍ଥାପନ ଏକାଦଶୀ ପରେ ପରେ ରାଜପୁତ ପରିବାରରେ ବିବାହ ବ୍ରତାଦି ଶୁଭ କାର୍ଯ୍ୟମାନ କରାଯାଏ l 

Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

6 days ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

7 days ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

2 weeks ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

2 weeks ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

2 weeks ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

2 weeks ago