କୁମ୍ଭେଶ୍ୱର ମହାଦେବ ମନ୍ଦିର

ଉପସ୍ଥାପନା: ଅମର ପ୍ରସାଦ ଓ ଶ୍ରୀକାନ୍ତ ସିଂହ 

ଆଠଗଡ଼ର ଚିର ହରିତ ପ୍ରକୃତି, ଶାନ୍ତ-ସ୍ନିଗ୍ଧ ବାତାବରଣ ଯେତିକି ଅନନ୍ୟ ତା’ର ସବୁଜିମା ତଥା ମନୋରମ ମନ୍ଦିର ବି ସେତିକି ଅନନ୍ୟ l ସତରେ ମହାଐତିହ୍ୟ କ୍ଷେତ୍ର କଟକ ଉପକଣ୍ଠର ଏ ଯେ ଗୁପ୍ତ ଐତିହ୍ୟ କହିଲେ କମ ହେବ ନାହିଁ ।
କଟକ ଉପକଣ୍ଠ ଆଠଗଡ଼ ସନ୍ନିକଟ ଗ୍ରାମରେ ଅବସ୍ଥିତ ଏକ ପୁରାତନ ମନ୍ଦିର ହେଉଛି କୁମ୍ଭେଶ୍ୱର ମହାଦେବ ମନ୍ଦିର, ଯାହାର ଇତିହାସ ସାଉଁଟିବାକୁ ଚେଷ୍ଟା କରି ନିରାଶ ହୋଇଥିଲେ ବି ସେହି ମନ୍ଦିରଟିର କେତେଗୁଡ଼ିଏ ଛବି ଏଠାରେ ସ୍ଥାନିତ କରିବାକୁ ଚେଷ୍ଟା କରିଛୁ । ଖୁବ୍ ସୁନ୍ଦର ପ୍ରାକୃତିକ ପରିବେଶ, ସବୁଜ କ୍ଷେତ ତଥା ବୃକ୍ଷଲତା ଘେରା ବନାନୀର ମଧ୍ୟଭାଗରେ ଏହି ମହାଦେବ ମନ୍ଦିରଟିର ଅବସ୍ଥିତି ଅତୀବ ମନୋରମ l ମନ୍ଦିରଟି ବହୁ ପ୍ରାଚୀନ ନ ହେଲେ ବି ତିନିଶହ ଚାରିଶହ ବର୍ଷରୁ କମ ହେବ ନାହିଁ l
ମନ୍ଦିର ପରିସରରେ କେତେକ ପୁରାତନ, ସୁକ୍ଷ୍ମ କାରୁକାର୍ଯ୍ୟ ଖଚିତ ମୂର୍ତ୍ତି ବି କାଳର କଷାଘାତରେ ଭଗ୍ନ ଓ ଅର୍ଦ୍ଧ ଭଗ୍ନ ଅବସ୍ଥାରେ ପଡ଼ି ରହିଛି l ମନ୍ଦିରରେ ଥିବା ଉମା ମହେଶ୍ୱର ଓ ଦୁଇଟି ନାରାୟଣଙ୍କ ମୂର୍ତ୍ତିର କାରୁକାର୍ଯ୍ୟ ଖୁବ୍ ସୁନ୍ଦର ଏବଂ ମନ୍ଦିର ପରିସରରେ ଆଜି ବି ପ୍ରଭୁ ତ୍ରିବିକ୍ରମ, ବରାହ ଆଦି ତଥା ଏକ ଚକ୍ରର ମୂର୍ତ୍ତି ଟିଏ ଦେଖିବାକୁ ପାଇଲୁ । ଉମା ମହେଶ୍ୱରଙ୍କ ମୂର୍ତ୍ତି ଦେଖିବା ସମୟରେ ଏକ ଅଦ୍ଭୁତ କଥା ଟିଏ ହେଲା, ନାରାୟଣଙ୍କ ମୂର୍ତ୍ତି ଦେଖିବା ବେଳେ ହଠାତ୍ ପବନ ହେଇ ଉମା ମହେଶ୍ୱରର ବିଗ୍ରହ ଉପରେ ଥିବା ବସ୍ତ୍ରଟି ଉଡ଼ି ଯାଇ ପଡିଗଲା, ଯଦିଓ ଏହି ମୂର୍ତ୍ତିଟି ଆମେ ପୂର୍ବରୁ ଦେଖିଥିଲୁ, ଉକ୍ତ ଘଟଣାଟି ଆମକୁ ମୂର୍ତ୍ତି ଆଡ଼କୁ ଟାଣି ନେଇଥିଲା ।
ପାଖରେ ମନ୍ଦିରର ପୂଜକଙ୍କ ସହ ମନ୍ଦିର ବୁଲି ଆମେ ଅନ୍ୟ ଏକ ସ୍ଥାନ ନିମନ୍ତେ ବାହାରିଲୁ । କିନ୍ତୁ ଫେରିବା ବାଟରେ ସେମିତି ପଛକୁ ଆଖି ଲାଗିଥାଏ ମନ୍ଦିରର କାରୁକାର୍ଯ୍ୟ ଓ ତାର ସୁନ୍ଦରତା ଆଡ଼କୁ । ସାଧାରଣ ଲୋକର ଜ୍ଞାତସାରରୁ ଅନେକ ଦୂରରେ ଥିବା ଏହି ଅନନ୍ୟ ଶୈବପୀଠକୁ ଥରେ ବୁଲି ଆସିଲେ ବେଶ ଭଲ ହୁଅନ୍ତା l
Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

3 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

3 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

4 weeks ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

4 weeks ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago