ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ

ମନରେ ବେଳେବେଳେ ପ୍ରଶ୍ନ ଆସେ ଯେ ଭାରତଵର୍ଷରେ ଵିଶେଷତଃ ଆମ କଳିଙ୍ଗଦେଶରେ ନାଆଁ ଓ ସାଙ୍ଗିଆ ମଝିରେ କୁମାର କାହିଁକି ଲଗାଯାଇଥାଏ । ଉଦାହରଣ ସ୍ୱରୂପ:
*ପ୍ରଦ୍ୟୁମ୍ନ କୁମାର ସ୍ଵାଇଁ
*ପଵନ କୁମାର ପାତ୍ର
ଇତ୍ୟାଦି ଇତ୍ୟାଦି…

ସାରା ଭାରତରେ ଏଭଳି ନାମକରଣ ପ୍ରକ୍ରିୟା ସବୁଠାରୁ ଅଧିକ ଦେଖାଯାଏ ଆମ କଳିଙ୍ଗ ଦେଶରେ ହେଲେ କେଵେ ଆପଣଙ୍କ ମନକୁ ଏ ପ୍ରଶ୍ନ ଅସିଛି କି କାହିଁକି ଏହି ‘କୁମାର’ ସଂଯୁକ୍ତ କରାଯାଏ ?

ଏହି ପ୍ରଶ୍ନର ଉତ୍ତର ପାଇଵାକୁ ହେଲେ ଆମକୁ ପ୍ରଥମେ ଏହି ଶବ୍ଦ ଵିଷୟରେ ଜାଣିଵାକୁ ହେଵ ।

ଏହା ଏକ ସର୍ଵଭାରତୀୟ ଶାସ୍ତ୍ରୀୟ ଶବ୍ଦ ଯାହାର ପ୍ରାଚୀନ ଭାରତୀୟ ଭାଷା ଵିଜ୍ଞାନୀମାନେ  ଅନେକ ସମ୍ଭାଵିତ ନିରୁକ୍ତି ନିରୂପଣ କରିଅଛନ୍ତି । ଯଥା:
୧. କୁ(କୁତ୍ସିତ; ଅଳ୍ପ)+ମାର=କନ୍ଦର୍ପ(ବହୁଵ୍ରୀହି ସମାସ)
୨. କୁମାର୍=କ୍ରୀଡା କରିବା+କର୍ତ୍ତୃ. ଅ(ଧାତୁ ପ୍ରତ୍ଯୟାନ୍ତ)

ଏ ଶବ୍ଦର ଵିଭିନ୍ନ ଅର୍ଥରେ ଵ୍ୟଵହାର ରହିଛି, ଯଥା:
୧. ପୁତ୍ର – ରାଜକୁମାର ଓ ଅଶ୍ବାନୀ କୁମାର ଇତ୍ଯାଦି ଶବ୍ଦରେ ଥିଵା କୁମାର ଶବ୍ଦ ପୁତ୍ର ଅର୍ଥରେ ଲାଗିଛି । ଓଡ଼ିଆ ଭାଷାରେ ପୁତ୍ର ଅର୍ଥରେ କୁମାର ଶବ୍ଦ କୁମରରେ ପରିଣତ ହୋଇଛି ।
୨. ପଞ୍ଚମ ବର୍ଷୀୟ ବାଳକ
୩. ଯୁଵକ
୪. କାର୍ତ୍ତିକେୟ
୫. ଟିକାଏତ; ରାଜପୁତ୍ର;ଯୁଵରାଜ
୬. ପାଞ୍ଚଵର୍ଷରୁ କମ୍ ଵୟସ୍କ ବାଳକ ଶିଶୁ
୭. ନିର୍ମଳ ସ୍ବର୍ଣ୍ଣ; ଖାଣ୍ଟି ସୁନା
୮. ସିନ୍ଧୁନଦୀର ଗୋଟିଏ ନାମ, ସମ୍ଭଵତଃ ସିନ୍ଧୁ ନଦୀର ଏ ନାମାନୁସାରେ ଭାରତଵର୍ଷକୁ କୁମାରଵର୍ଷ ମଧ୍ୟ କୁହାଯାଏ ।
୯. ସହିସ; ଅଶ୍ବବାରକ
୧୦. ଭାରତ ବର୍ଷର ନାମାନ୍ତର (ବାମନ ପୁରାଣ)
୧୧. ମଙ୍ଗଳଗ୍ରହ (ନବଗ୍ରହ ସ୍ତୋତ୍ର)
୧୨. କୁମାରପକ୍ଷୀ ଵା ଶୁକପକ୍ଷୀ
୧୩. କୁମାରପର୍ଵତ
୧୪. ବରୁଣ ଗଛ
୧୫. ସନକ, ସନଦ, ସନାତନ, ସନତ୍କୁମାର ଋଷିଙ୍କୁ କୁମାର କୁହାଯାଏ । ଏମାନେ ଶୈଶଵରୁ ବ୍ରହ୍ମଚାରୀ ଥିଵାରୁ ଏମନ୍ତ କୁହାଯାଏ ।
୧୬. ଅଶ୍ବଵାରକ ବୃକ୍ଷ
୧୭. ଅଵିଵାହିତ ବାଳକ
୧୮. କୁମ୍ଭକାର

ଏହି ଶବ୍ଦଟି ସାଧାରଣତଃ ପୁତ୍ର ଓ ରାଜପୁତ୍ର ଏଇ ଦୁଇଟି ଅର୍ଥରେ ଵିଶେଷ ଭାବେ ଵ୍ଯଵହୃତ ହୋଇଥାଏ । ଯେହେତୁ ଆମ୍ଭ ଦେଶରେ ରାଜାଙ୍କର ସମସ୍ତ ପ୍ରଜା ପୁତ୍ର ଵିଵେଚିତ ହୋଇଥାଆନ୍ତି ତେଣୁ ଏହି ଶବ୍ଦର ପ୍ରଚଳନ ନାମ ପରେ ଓ ସାଙ୍ଗିଆ ପୂର୍ଵରୁ ଲାଗିଵା ଆରମ୍ଭ ହୋଇଥିଵା ସମ୍ଭଵ।

ପ୍ରତ୍ୟେକ ମାତାପିତାଙ୍କ ପାଇଁ ତାଙ୍କ ପୁତ୍ରପୁତ୍ରୀମାନେ ଯେତେ ଦୁଷ୍ଟଦୁଷ୍ଟା ହେଲେ ବି ଖାଣ୍ଟି ସୁନା ! ପୁଣି ଯେତେ ବଡ଼ ହେଇଗଲେ ବି ବାପାମାଆଙ୍କ ଦୃଷ୍ଟିରେ ସେମାନେ ସବୁ ଛୋଟପିଲା । ପ୍ରତ୍ୟେକ ମାତାପିତାଙ୍କ ପାଇଁ ତାଙ୍କ ପିଲାଏ ରାଜକୁମାର ଓ ରାଜକୁମାରୀ ସଦୃଶ ଏଥିଯୋଗୁଁ ବି ଅନେକ ଅଵିଭାଵକ ନିଜ ସନ୍ତାନମାନଙ୍କ ନାମ ପରେ ଏହି ଶବ୍ଦ ଲଗେଇଵାକୁ ସୁଖ ପାଆନ୍ତି ।

ଉତ୍ତର ଭାରତୀୟ ଲୋକେ ଆପଣାର ସାଙ୍ଗିଆ ନଥିଲେ କିଂଵା କୌଣସି କାରଣରୁ ଲୁଚେଇଵାକୁ ଚାହୁଁଥିଲେ ନାମପରେ ଏହି ଶବ୍ଦ ଲଗାଇଥାଆନ୍ତି । ଏହି ଅଞ୍ଚଳରେ ତଥାକଥିତ ଉଚ୍ଚ ଓ ନିମ୍ନଵର୍ଗର ସନାତନୀ ତଥା ଧର୍ମ ପରିଵର୍ତ୍ତନ କରି ହିନ୍ଦୁ ହୋଇଥିଵା ଲୋକେ ଏମନ୍ତ କରିଥାଆନ୍ତି ।

ବେଳେ ବେଳେ ଦୁଇ ଓ ତିନି ଵର୍ଣ୍ଣ ଵିଶିଷ୍ଟ ନାମଗୁଡି଼କରେ ଭଲ ଶୁଣାଯିଵ ଏହି ଆଶାରେ ଏ ଶବ୍ଦ ଯୋଡ଼ା ଯାଇଥାଏ । ସନକାଦି ବ୍ରହ୍ମଚାରୀ ବ୍ରାହ୍ମଣ ପୁତ୍ରମାନଙ୍କୁ କୁମାର କୁହାଯାଏ ବୋଲି ବ୍ରାହ୍ମଣ ପୁତ୍ରମାନଙ୍କର ନାମ ପରେ ଏ ଶବ୍ଦ ଲାଗିଵାର ପ୍ରଥା ଆରମ୍ଭ ହୋଇଥିଵା ସମ୍ଭଵ ।

ଏହିଭଳି ନାମପରେ କୁମାର ଲଗାଯିଵା ପରମ୍ପରାର ସ୍ଥାନ ଓ ପରିସ୍ଥିତି ଭେଦରେ ନାନାଦି କାରଣ ଥାଇପାରେ ।

Spread the love
admin

Recent Posts

ମା’ ଚର୍ଚ୍ଚିକା

~ ବାଙ୍କୀଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା' ଚର୍ଚ୍ଚିକା ଠାକୁରାଣୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ବା ଉତ୍କଳ…

21 hours ago

ଓଡ଼ିଆ ସାହିତ୍ୟର ଇତିହାସ

~ ଓଡ଼ିଆ ସାହିତ୍ୟର ଇତିହାସ ~ ଉପସ୍ଥାପନା: ନିରଞ୍ଜନ ସାହୁ ସାହିତ୍ୟ ହେଉଛି ମୂଳତଃ ମଣିଷର। ଜୀବନର ବିବିଧ ପରିଧି…

2 days ago

ଔପନ୍ୟାସିକ କାହ୍ନୁଚରଣ ମହାନ୍ତି

ଔପନ୍ୟାସିକ କାହ୍ନୁଚରଣ ମହାନ୍ତି ଉପସ୍ଥାପନା: ଅନିଲ କୁମାର ପାଣିଗ୍ରାହୀ ଆବିର୍ଭାବ: ୧୧ ଅଗଷ୍ଟ ୧୯ଠ୬ ତିରୋଧାନ: ୬ ଏପ୍ରିଲ ୧୯୯୪…

2 days ago

ଶ୍ରୀଚୈତନ୍ୟଙ୍କ ଦେହାବସାନ

~ ଶ୍ରୀଚୈତନ୍ୟଙ୍କ ଦେହାବସାନ: ବିଭିନ୍ନ ସୂତ୍ର ଆକଳନ ~ ଉପସ୍ଥାପନା: ଅମ୍ବିକା ପଟନାୟକ ଷୋଡଶ ଶତାବ୍ଦୀରେ ଭାରତରେ ଯେଉଁ ଭକ୍ତିଧାରା…

2 days ago

ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ

~ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ ~ ଉପସ୍ଥାପନା: ଶିଶିର ସାହୁ ମନୋଜ ଭାରତୀୟ ସ୍ଵାଧୀନତା ସଂଗ୍ରାମର ଇତିହାସ…

1 week ago

ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ

ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ ଉପସ୍ଥାପନା: ଶାନ୍ତନୁ କୁମାର ସାହୁ ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟ କେବଳ ଦେଶପ୍ରେମର କବିତାଗୁଛ କିମ୍ବା…

1 week ago