ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ

“ଆଲୋ ମୁକୁତି !
ଗୁରୁଵାର ଦିନ ହବୁ ପୋଖତି
ପୁଅ ନାଆଁ ଦବୁ ଚକରଧର
ମୁତି ପକେଇଵ ଚର୍ ଚର୍ ।”

ଏ ଢଗର ଅର୍ଥ କ’ଣ ହେଇପାରେ ? ମୋତେ ତାହା ଜଣା ପଡିନାହିଁ ତେଵେ ଅନୁମାନ କରାଯାଉ ଏ ଢଗର କ’ଣ ସମ୍ଭାଵିତ ଅର୍ଥ ହୋଇପାରେ . .

ମୋ ମତରେ ବୋଧହୁଏ . .

✓ଆଲୋ ମୁକତି = ମୁକ୍ତା ଵା ମୁକ୍ତାଦେଈ ନାମକ ଝିଅ ଵା ପ୍ରକାରାନ୍ତରେ ଶ୍ରୋତା କିମ୍ବା ପାଠକ; ଯାହାକୁ କହିଲାଵାଲା କହୁଛି

✓ଗୁରୁଵାର = ଏକ ଶୁଭଵାର ଓ ସ୍ତ୍ରୀ ଲୋକଙ୍କ ପାଇଁ ମହତ୍ତ୍ଵପୂର୍ଣ୍ଣ ଵାରଟିଏ

✓ପୋଖତି = ପ୍ରଥମ ଥର ( ଯେମିତି କି ଜନ୍ମ କରିଵା ) କିଛି କରିଵା

✓ପୁଅ ନାଆଁ ଦେବୁ ଚକରଧର
=> ତା ଚକରଧର ନାମ୍ନି ପୁତ୍ର ବଡ଼ ପାରିଲାଵାଲା ବୋଲି ମୁକ୍ତାଦେଈର ଦୃଢ଼ ଵିଶ୍ଵାସ

✓ମୁତି ପକେଇଵ ଚର୍ ଚର = ତାଡ଼ି ପକେଇଵ ବୋଲି ଵ୍ୟଙ୍ଗରେ କହିଲାଵାଲା କହୁଛି

ସଂକ୍ଷେପରେ …

“କ” ନାମକ ଵ୍ଯକ୍ତି ଜାଣିଛି ଯେ “ଖ” ନାମକ ଵ୍ୟକ୍ତି ଗୋଟିଏ କାର୍ଯ୍ୟ ବଡ଼ ମନଧ୍ୟାନ ଦେଇ କରୁଛି କିନ୍ତୁ ସେ ନିଜ ଅଭିଜ୍ଞତାରୁ ଜାଣିଛି ଯେ “ଖ” ନିଶ୍ଚିତ ଅକୃତକାର୍ଯ୍ୟ ହେଵ ତେଣୁ ସେ ସେତିକି ବେଳେ ଏଇ ଢଗଟି ମାରିଛି !

ମୋ ସ୍ଵଳ୍ପ ବୁଦ୍ଧିରେ ମୁଁ ଏ ‘ଆଲୋ ମୁକୁତି’ ଢଗର ଏମନ୍ତ ଅର୍ଥ ହୋଇଥାଇପାରେ ବୋଲି ଅନୁମାନ କରୁଛି ! ଆପଣଙ୍କ ମତରେ ଏହାର ଭାଵାର୍ଥ କିସ ହୋଇଥିଵ ? 

Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

2 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

2 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

3 weeks ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

3 weeks ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

3 weeks ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

3 weeks ago