ଲେଖା: ଦେଵ ତ୍ରିପାଠୀ
ଜଗତର ହିତ ନିମନ୍ତେ ହଳାହଳ ବିଷ ପାନକରି ନୀଳକଣ୍ଠ ଭାବେ ଖ୍ୟାତ ମହାଦେବଙ୍କ ପ୍ରତ୍ୟେକ ମନ୍ଦିରରେ ଭକ୍ତଙ୍କ ଦ୍ବାରା ଜଳାଭିଷେକ ଦୈନିକ ପୂଜାର୍ଚ୍ଚନାର ଏକ ପ୍ରମୁଖ ଅଂଶ ହୋଇଥିବା ବେଳେ ନଦୀର ଜଳପତ୍ତନ ବୃଦ୍ଧି ଯୋଗୁଁ ବର୍ଷରେ ଅନ୍ୟୂନ ଚାରିମାସ ଜଳ ମଧ୍ୟ ରେ ଅବସ୍ଥାନ କରନ୍ତି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଠାରୁ ପ୍ରାୟ ଚାରି କି.ମି. ଦୂରରେ ବୈତରଣୀର ଦକ୍ଷିଣ ତୀରସ୍ଥ ଅନନ୍ୟ ମନୋରମ ପୀଠ କୁଣ୍ଡେଶ୍ୱର ମନ୍ଦିରର ମହାପ୍ରଭୁ କୁଣ୍ଡେଶ୍ୱର ମହାଦେବ । ସମ୍ଭବତଃ ଏହା ପ୍ରଭୁଙ୍କର ପ୍ରାକୃତିକ ଉପାୟରେ ସ୍ବୟଂ ଜଳାଶାୟୀ ହେବାର ଏକ ବିଧି, ଯାହା ଅନ୍ୟତ୍ର ପ୍ରାୟ ଦୃଷ୍ଟିଗୋଚର ହୁଏ ନାହିଁ ।
କେନ୍ଦୁଝରର ଶୈବ ଉପାସନା ଓ କୁଣ୍ଡେଶ୍ୱର ଆଦି କ୍ରୋଶଲିଙ୍ଗ ସ୍ଥାପନ ପୃଷ୍ଠଭୂମିରେ ଜନମାନସରେ ଅଙ୍କିତ ଅଛି ଏକ ସୁନ୍ଦର ଆଖ୍ୟାୟିକା । ଏକଦା ସୋମବଂଶୀ ନରପତି ଦ୍ଵିତୀୟ ଯଯାତିକେଶରୀ ତତ୍କାଳୀନ ଯଯାତି ନଗର ଅବା ଆଧୁନିକ ଯାଜପୁର ଠାରେ ଦଶାଶ୍ବମେଧ ଯଜ୍ଞ ସମ୍ପାଦନ କରିବାକୁ ମନସ୍ଥ କରି କାନ୍ୟକୁବ୍ଜରୁ ଦଶସହସ୍ର ବେଦାଧ୍ୟାୟୀ ବ୍ରାହ୍ମଣଙ୍କୁ ଆମନ୍ତ୍ରଣ ପୂର୍ବକ ମହାଯଜ୍ଞ ଆରମ୍ଭ କଲେ । ଯଜ୍ଞପୁରୋଧା ବ୍ରହ୍ମା ସମସ୍ତ ଦେବଦେବୀଙ୍କ ସହ ପାତକନାଶିନୀ ଦେବୀ ଗଙ୍ଗାଙ୍କୁ ଯଜ୍ଞସ୍ଥଳକୁ ଆମନ୍ତ୍ରଣ କଲେ । ଘଞ୍ଚଜଙ୍ଗଲ ପରିବେଷ୍ଟିତ ସରଳ ଆଦିବାସୀ ଜୁଆଙ୍ଗ ବାସସ୍ଥଳୀ ଗୋନାସା ପର୍ବତର ନିରୂପିତ ସ୍ଥାନରେ ଅବତରଣ କଲେ ମା’ ଗଙ୍ଗା । ଶୀତଳ ଜଳଧାର ଦର୍ଶନରେ ସମସ୍ତ ଜୀବଜଗତ ସହ ବନଭୂମି ହେଲେ ଆନନ୍ଦିତ । ଆଦିବାସୀଙ୍କ ଆନନ୍ଦ ବିମୁଗ୍ଧ ନୃତ୍ୟରେ ଚତୁର୍ଦ୍ଦିଗ ପ୍ରକମ୍ପିତ ହେଲା ।
ହଠାତ୍ କେହିଜଣେ ସଦ୍ୟକଟା ଗୋମସ୍ତକଟିଏ ସ୍ଥାପନ କଲା ନିର୍ମଳ ଜଳଧାରା ଉପରେ । ରକ୍ତରଞ୍ଜିତ ହେଲା ଜଳଧାରା ।ବିଷାଦଗ୍ରସ୍ତ ଗଙ୍ଗା ସେହି ସ୍ଥାନରେ ହେଲେ ପାତାଳଗାମୀ । ଏବେ ମଧ୍ୟ ସେହି ସ୍ଥାନରେ ସେ ଗୁପ୍ତଗଙ୍ଗା ଭାବେ ପରିଚିତା ।
ଏଣେ ଗଙ୍ଗାଙ୍କ ଆଗମନରେ ବିଳମ୍ବ ଯୋଗୁଁ ପ୍ରତୀକ୍ଷାରତ ବ୍ରାହ୍ମଣକୁଳ ଅତିଷ୍ଠ । ବ୍ରହ୍ମା ତପୋବଳରେ ସମସ୍ତ ବୃତ୍ତାନ୍ତ ଜାଣି ପାରି ପୁନଃ ଗଙ୍ଗାଙ୍କୁ ଆବାହନ କରନ୍ତେ ଦେବୀଙ୍କ ସର୍ତ୍ତ ରହିଲା କାୟାଶୁଦ୍ଧି ପାଇଁ ବୈତରଣୀର ଆଦ୍ୟସ୍ଥଳୀ ଠାରୁ ଯଜ୍ଞସ୍ଥଳୀ ପର୍ଯ୍ୟନ୍ତ ପ୍ରତି ଏକ କ୍ରୋଶ ବ୍ୟବଧାନରେ ସ୍ଥାପିତ ହେବ ଦେବାଧିଦେବ ମହାଦେବଙ୍କ ବିଗ୍ରହମାନ । ତାଙ୍କରି ପଦସ୍ପର୍ଶରେ ଜଳଧାର ପୁଣି ହେବ ପବିତ୍ର ।
ମା’ଙ୍କ ଇଚ୍ଛା ଅନୁଯାୟୀ ପ୍ରଥମ କ୍ରୋଶଲିଙ୍ଗ ସ୍ଥାପିତ ହେଲେ ବ୍ରହ୍ମେଶ୍ୱର ନାମରେ ଚମ୍ପକ ବୃକ୍ଷ ପରିବେଷ୍ଟିତ ପବିତ୍ର ଗୋନାସିକା ଭୂମିରେ । ଗୁପ୍ତଗଙ୍ଗା ବ୍ରହ୍ମକୁଣ୍ଡରେ ପୁନଃ ଆବିର୍ଭୁତା ହେଲେ । ଆଉ ସେହି ପବିତ୍ର ଜଳଧାରାର ପାର୍ଶ୍ଵରେ ସ୍ଥାପିତ ହେଲେ ଶହେ ଆଠଗୋଟି ଶୈବପୀଠ । ଏବେ ଗୋନାସିକା ଠାରେ ଆଦ୍ୟଲିଙ୍ଗ ବ୍ରହ୍ମେଶ୍ୱରଙ୍କ ମନ୍ଦିର ଓ ଆଦ୍ୟ ବୈତରଣୀ ଶିଳାସ୍ତମ୍ଭ ଏହି କିମ୍ବଦନ୍ତୀର ଆଲେଖ୍ୟ ବହନ କରି ଉଦଭାସିତ ।
ମହାକାଳର ଚିରନ୍ତନ ଭିତରେ ଅତୀତ ପାଲଟେ ଇତିହାସ । ପୁନର୍ବାର ଇତିହାସ ହୁଏ କିମ୍ବଦନ୍ତୀ – ସମୟର ବାଲୁକାଶଯ୍ୟାରେ ଅସ୍ପଷ୍ଟ ପାଦଚିହ୍ନ ପରି ରହେ ପୁଣି ଲିଭିଯାଏ ।
Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

2 weeks ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

3 weeks ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

4 weeks ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago