ଲେଖା: ଦେଵ ତ୍ରିପାଠୀ

ସେ ଥିଲେ ଆଧୁନିକ ଓଡ଼ିଆ ମଞ୍ଚ ନାଟକର ପ୍ରାଣପ୍ରତିଷ୍ଠାତା, ସେ ଥିଲେ ଓଡ଼ିଆ ନାଟ୍ୟଶାସ୍ତ୍ରର “ଭରତମୁନି”, ସେ ହିଁ ଆରମ୍ଭ କରିଥିଲେ ଓଡ଼ିଆ ସାହିତ୍ୟରେ ଏକାଙ୍କିକାର ଯୁଗ, ସେ ପୁଣି ପ୍ରକାରାନ୍ତରେ ଆଣିଦେଇଥିଲେ ଓଡ଼ିଶୀ ନୃତ୍ୟକୁ ଶାସ୍ତ୍ରୀୟ ମର୍ଯ୍ୟାଦା I

ସେ ଥିଲେ ଏକାଧାରରେ ନାଟ୍ୟକାର, କବି, ପ୍ରାବନ୍ଧିକ, ଗୀତିକାର, ସୁରକାର, କଣ୍ଠଶିଳ୍ପୀ, ସର୍ବୋପରି ସେ ଥିଲେ ଜଣେ ସଂଗଠକ, ତାଙ୍କରି ଉଦ୍ୟମର ଫଳସ୍ୱରୂପ ଗଢିଉଠିଥିଲା ଓଡିଶା ଥିଏଟର୍ସ I


ସେ ନାଟ୍ୟାଚାର୍ଯ୍ୟ କବିଚନ୍ଦ୍ର ଡ. କାଳୀଚରଣ ପଟ୍ଟନାୟକ I କଟକ ଜିଲ୍ଲା ବାଙ୍କୀ ସହର ସନ୍ନିକଟ ଖମାରଙ୍ଗ ଗ୍ରାମର ଏକ ଖାନଦାନୀ ପରିବାରରେ ଜନ୍ମିତ କାଳୀଚରଣ ଆତ୍ମଜୀବନୀ “କୁମ୍ଭାରଚକ” ସମେତ ଆଧୁନିକ ସାମାଜିକ ନାଟକ, ନୃତ୍ୟନାଟିକା, ପୌରାଣିକ ନାଟକ, ଐତିହାସିକ ନାଟକ, ଜୀବନୀ ନାଟକ, ଏକାଙ୍କିକା, ଗଳ୍ପ, ଗୀତିକବିତା, ଶିଶୁକବିତା, ପ୍ରବନ୍ଧ ଇତ୍ୟାଦି ରଚନା କରି ସେ ଓଡ଼ିଆ ସାହିତ୍ୟକୁ ଋଦ୍ଧିମନ୍ତ କରିଛନ୍ତି I “ଗାର୍ଲସ୍କୁଲ୍” ନାଟକ ମାଧ୍ୟମରେ ସେ ତୋଳିଥିବା ସାମାଜିକ ପରିବର୍ତ୍ତନର ସ୍ୱର ତାଙ୍କୁ ଅମର କରି ଦେଇଛି I


ଗଜପତି ରାମଚନ୍ଦ୍ର ଦେବଙ୍କର ରାଜଦରବାରରେ ଏକଦା ସଭାକବି ଓ ରାଜ-ସଙ୍ଗୀତଜ୍ଞ ପଦବୀ ଅଳଂକୃତ କରିଥିବା କାଳୀଚରଣ ପଟ୍ଟନାୟକ ଗଜପତିଙ୍କ ଦ୍ୱାରା ୧୯୨୭ ମସିହାରେ କବିଚନ୍ଦ୍ର ଉପାଧିରେ ଭୂଷିତ ହେବା ସଙ୍ଗେ ସଙ୍ଗେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଚାମର ସେବା ଓ ବୈଷ୍ଣବାଗ୍ନି ପ୍ରାପ୍ତ ହେବା ପାଇଁ ସ୍ୱୀକୃତି ଓ ଆଜ୍ଞା ପ୍ରାପ୍ତ ହୋଇଥିଲେ । ୧୯୪୪ ମସିହାରେ ଉତ୍କଳ ସାହିତ୍ୟ ସମାଜ, କଟକଙ୍କ ଦ୍ୱାରା “ନାଟ୍ୟାଚାର୍ଯ୍ୟ’, କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପକ୍ଷରୁ ସମ୍ମାନଜନକ ଫେଲୋସିପ୍, ୧୯୭୫ ମସିହାରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଦ୍ୱାରା ଡି.ଲିଟ୍ ଉପାଧି ଓ ୧୯୭୭ ମସିହାରେ ଆତ୍ମଜୀବନୀ ଗ୍ରନ୍ଥ- କୁମ୍ଭାରଚକ ପାଇଁ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ଦ୍ୱାରା ପୁରସ୍କୃତ ହୋଇଥିଲେ । ୧୯୭୪ ମସିହାରେ ଭାରତ ସରକାରଙ୍କ “ପଦ୍ମଶ୍ରୀ’ ସମ୍ମାନକୁ କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ ପ୍ରତ୍ୟାଖ୍ୟାନ କରିଥିଲେ ।

Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

1 month ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

1 month ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago