ଲେଖା: ଦେଵ ତ୍ରିପାଠୀ
ଜୀବନଯାକର ନିରବଚ୍ଛିନ୍ନ ସାଧନା, ଅବରୁଦ୍ଧ ଅନୂଢା ଅନୁରାଗ ଓ ଆକାଶଛୁଆଁ ଆଶାର ପ୍ରତିବଦଳରେ କଳାକାର ପ୍ରାଣଟି ପ୍ରତି ମୁହୂର୍ତ୍ତରେ ମହଳଣ ଦୀପଶିଖାଟି ଦିକ୍ ଦିକ୍ କରୁଥାଏ ! କଳା ଓ କଳାକାରର ପ୍ରତିଷ୍ଠା, ପ୍ରସାର ନେଇ ଆମେ ଯେତେ ଡିଣ୍ଡିମ ପିଟୁ, ଅଥଚ କଳାର ପ୍ରାଣସତ୍ତା ଦିନକୁଦିନ ହେଉଥାଏ ନିଷ୍ପ୍ରଭ, ନିଖୋଜ ଓ ଅପାଙ୍କ୍ତେୟ !
ଆମ ଏ ଉତ୍କଳ ମାଟିରେ କଳାକାରର ଜୀବନ ଆଜି ଏକ ବିଡମ୍ବନା ! କଳାକାର ଚିତ୍ରକରର ଗାଁରେ ଆଜି ଅସମୟରେ ନଇଁ ଆସୁଛି ସଞ୍ଜ ! କଳାର ଭୂଇଁ ଉତ୍କଳର ଅଗଣିତ ଅନାଲୋଚିତ ଅନାଦୃତ କଳାକାରଙ୍କ ଗାଁ ଭିତରୁ ନୟାଗଡ଼ ଜିଲ୍ଲାର କରଡଗାଡିଆ ଏକଦା ଥିଲା କାଗଜମୁଖା ଶିଳ୍ପର ଅନନ୍ୟ କ୍ଷେତ୍ର !
ଖୋର୍ଦ୍ଧାରୁ ନୟାଗଡ଼ ଯିବା ରାସ୍ତାରେ ୧୦/୧୨କି.ମି. ଅତିକ୍ରମ କରି ବାଘମାରିଠାରୁ ବାମଦିଗରେ ଗଲେ ଦୃଶ୍ୟମାନ ହୁଏ ମହାପ୍ରଭୁ ହଟ୍ଟକେଶ୍ୱରଙ୍କ ମନ୍ଦିର ଏବଂ ଅଟ୍ରିର ପ୍ରସିଦ୍ଧ ଉଷ୍ଣ ପ୍ରସ୍ରବଣ । ଏସବୁ ଅତିକ୍ରମି ଆଗକୁ ଗଲେ ୪/୫ କି.ମି. ଦୂରତାରେ ପଡ଼େ କରଡ଼ଗାଡିଆ ଗାଁ ।
ଆମ ରାଜ୍ୟର ଅନ୍ୟ ସବୁ ଗାଁ ପରି ତିନି ହଜାରରୁ ଉର୍ଦ୍ଧ୍ବ ଜନସଂଖ୍ୟାର ଏଇ ଗାଁ କରଡ଼ଗାଡିଆ କିନ୍ତୁ ଦିନେ ଥିଲା ଏକ ସ୍ବତନ୍ତ୍ର ଉତ୍କଳୀୟ କଳା ପାଇଁ ଖ୍ୟାତ ! ସେ ଗାଁ ରେ କାଗଜମୁଖା କେବେଠୁଁ ଆରମ୍ଭ ହେଲା ସେ ଇତିହାସ କେହି କେବେ ଖୋଜିନି, ବଂଶାନୁକ୍ରମେ ମୁଖା ତିଆରି ଆସୁଛନ୍ତି ଏ ଗାଁ ର କାରିଗରଗଣ । କରଡ଼ଗାଡିଆ ସହିତ ଆଖପାଖର ହଳଦିଆ, ଚମ୍ପତିପୁର, ଗଙ୍ଗାଧରପ୍ରସାଦ, ରଘୁରାଜପୁର, ତିଗିରିଆ ସମେତ ସୁବର୍ଣ୍ଣପୁର ଏବଂ ଅବିଭକ୍ତ ଗଞ୍ଜାମ ଜିଲ୍ଲାରେ ମଧ୍ୟ କାଗଜମୁଖା ତିଆରିର ପରମ୍ପରା ରହିଆସିଛି । ତେବେ କରଡ଼ଗାଡିଆ ଗାଁରେ କାଗଜମୁଖା ସହିତ ଗୋବର ଖେଳଣା ତିଆରିର ପରମ୍ପରା ରହିଆସିଥିବା ବେଳେ ଗତ ଶତାବ୍ଦୀର ମଧ୍ୟଭାଗକୁ କାଠମୁଖାର ପ୍ରଚଳନ ଆରମ୍ଭ ହୋଇଥିଲା ।
ଏଇ ମୁଖା ତିଆରି ପାଇଁ ପ୍ରଥମେ କାଗଜ ଉପରେ ଅଠା ବୋଳାଯାଏ । ତେନ୍ତୁଳି ମଞ୍ଜିକୁ ପାଣିରେ ବତୁରାଇ, ଛେଚି, ତା’ପରେ ଶିଳରେ ବାଟି ଏଇ ଅଠା ତିଆରି କରାଯାଇଥାଏ । କାଗଜର ଅଠା ଲାଗି ନଥିବା ପାର୍ଶ୍ଵକୁ ଛାଞ୍ଚରେ ପକାଯାଏ । ଏପରିଭାବେ ତିନିପରସ୍ତ କାଗଜ ପକାଯାଇଥାଏ । ଏବେ ଏଇ କାଗଜକୁ ଦୁଇଦିନ ଖରାରେ ଶୁଖାଇ, ପରେ ଛାଞ୍ଚକୁ ବାହାର କରି ମଇଦା, ଗୋବର, ଚିକିଟାମାଟିକୁ ମିଶାଇ ତା’ ଉପରେ ଲେପ ଦିଆଯାଏ । ପରେ ପରେ ମଇଦା ଅଠା, କରତଗୁଣ୍ଡର ପୁଟୁଣି ଚକଟା ହୋଇ ମୂର୍ତ୍ତି ଗଢାଯାଏ । ମୂର୍ତ୍ତି ଗଢ଼ା ସରିବା ପରେ ଘଷା ପଥରରେ ମସୃଣ କରାଯାଏ ଏବଂ ପରେ ଖଡ଼ି ରଙ୍ଗ ଦିଆଯାଏ ।
କରଡ଼ଗାଡିଆର ସେ ଚାରୁକଳା ଆଜି ଇତିହାସ ! କାଁ ଭାଁ ତିଆରି ହେଉଛି ଗୋବର କଣ୍ଢେଇ, କାଗଜମୁଖା, କାଠମୁଖା ! ବାହାରକୁ ରପ୍ତାନି ପ୍ରାୟତଃ ବନ୍ଦ ! ଆଜି କରଡ଼ଗାଡିଆର କଳାହୀନ ଅନ୍ଧାରୀ ପରିବେଶ ଆମ ସିଆଣିଆ ବୁଦ୍ଧିଜୀବୀପଣିଆକୁ ଧିକ୍କାରି ଧିକ୍କାରି ପଚାରେ ଗୋଟିଏ କଥା, ଏ କଳାର ମାଟିରେ କଳାକୁ ଆଶ୍ରା କରି ଜୀଇଁ ଜୀଇଁ ସେମାନେ ପାଇଛନ୍ତି ଅବା କ’ଣ ? ? ?
Spread the love
admin

Recent Posts

ଓଡ଼ିଆ ସାହିତ୍ୟର ଇତିହାସ

~ ଓଡ଼ିଆ ସାହିତ୍ୟର ଇତିହାସ ~ ଉପସ୍ଥାପନା: ନିରଞ୍ଜନ ସାହୁ ସାହିତ୍ୟ ହେଉଛି ମୂଳତଃ ମଣିଷର। ଜୀବନର ବିବିଧ ପରିଧି…

24 hours ago

ଔପନ୍ୟାସିକ କାହ୍ନୁଚରଣ ମହାନ୍ତି

ଔପନ୍ୟାସିକ କାହ୍ନୁଚରଣ ମହାନ୍ତି ଉପସ୍ଥାପନା: ଅନିଲ କୁମାର ପାଣିଗ୍ରାହୀ ଆବିର୍ଭାବ: ୧୧ ଅଗଷ୍ଟ ୧୯ଠ୬ ତିରୋଧାନ: ୬ ଏପ୍ରିଲ ୧୯୯୪…

1 day ago

ଶ୍ରୀଚୈତନ୍ୟଙ୍କ ଦେହାବସାନ

~ ଶ୍ରୀଚୈତନ୍ୟଙ୍କ ଦେହାବସାନ: ବିଭିନ୍ନ ସୂତ୍ର ଆକଳନ ~ ଉପସ୍ଥାପନା: ଅମ୍ବିକା ପଟନାୟକ ଷୋଡଶ ଶତାବ୍ଦୀରେ ଭାରତରେ ଯେଉଁ ଭକ୍ତିଧାରା…

1 day ago

ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ

~ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ ~ ଉପସ୍ଥାପନା: ଶିଶିର ସାହୁ ମନୋଜ ଭାରତୀୟ ସ୍ଵାଧୀନତା ସଂଗ୍ରାମର ଇତିହାସ…

1 week ago

ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ

ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ ଉପସ୍ଥାପନା: ଶାନ୍ତନୁ କୁମାର ସାହୁ ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟ କେବଳ ଦେଶପ୍ରେମର କବିତାଗୁଛ କିମ୍ବା…

1 week ago

ସୀତାବିଞ୍ଜ

ସୀତାବିଞ୍ଜ ଉପସ୍ଥାପନା: ଘନଶ୍ୟାମ ପଲେଇ କେନ୍ଦୁଝର ଜିଲ୍ଲାର ଘନ ଅରଣ୍ୟର ବକ୍ଷରେ ଅବସ୍ଥିତ #ସୀତାବିଞ୍ଜ ଓଡ଼ିଶାର ଅନ୍ୟତମ ପ୍ରାଚୀନ ପ୍ରତ୍ନତାତ୍ତ୍ୱିକ କ୍ଷେତ୍ର।…

1 week ago