ଲେଖା: ଦେଵ ତ୍ରିପାଠୀ
କେନ୍ଦୁଝର ଜିଲ୍ଲାର ଚମ୍ପୁଆ ବ୍ଲକ ଅନ୍ତର୍ଗତ ଐତିହାସିକ ଜ୍ୟୋତିପୁରଗଡ ନିକଟସ୍ଥ ନନ୍ଦପୁର ଗ୍ରାମରେ ବୈତରଣୀ କୂଳରେ ରହିଛି ବହୁ ପ୍ରାଚୀନ କପିଳମୁନି ପୀଠ । ଏହି ପବିତ୍ର ପୀଠରେ କୋଣାର୍କ ସୂର୍ଯ୍ୟମନ୍ଦିରର ସମସାମୟିକ କପିଳମୁନିଙ୍କ ମନ୍ଦିରସମୂହ ବିଦ୍ୟମାନ ।
ଦଶ ଏକରର ସୁଦୀର୍ଘ ବର୍ତ୍ତୁଳକାର ସେଇ କପିଳେଶ୍ୱର ଚଟାଣ ଉପରେ ବିଦ୍ୟମାନ ଅଛନ୍ତି ଭଗବାନ ବିଷ୍ଣୁଙ୍କର ଅସଂଖ୍ୟ ଧ୍ୱଂସମୁଖୀ ପ୍ରାଚୀନ ମୂର୍ତ୍ତି ଏବଂ ମନ୍ଦିର । ମୁଖ୍ୟ ମନ୍ଦିରରେ ଶଂଖ, ଚକ୍ର, ଗଦା, ପଦ୍ମ ଧାରୀ ଅନେକ ମୂର୍ତ୍ତି ସହ ରହିଛନ୍ତି କିଛି ପ୍ରାଚୀନ ବୌଦ୍ଧ ତନ୍ତ୍ରଦେବୀଙ୍କ ମୂର୍ତ୍ତି । ଏହି ମୂଳ ମନ୍ଦିରଟି ରାଣୀପୁର ଝରିଆଲ ଓ ହୀରାପୁର ଚଉଷଠି ଯୋଗିନୀ ମନ୍ଦିର ସହ ସାଦୃଶ୍ୟ ରଖେ ।
ଏହି ପ୍ରାଚୀନ ପୀଠରେ ବୈଷ୍ଣବ ମାନେ ଶ୍ରୀବିଷ୍ଣୁଙ୍କୁ ଆରାଧନା କରନ୍ତି, ଶୈବମାନେ ଏ ପୀଠକୁ ଶୈବପୀଠର ମାନ୍ୟତା ଦିଅନ୍ତି, ମାତ୍ର ଐତିହାସିକ ମାନେ ଏହାକୁ ବୌଦ୍ଧପୀଠ ଭାବେ ଭିନ୍ନ ମତ ପୋଷଣ କରିଥାନ୍ତି । ଏହି ଚଟାଣର ପ୍ରାକୃତିକ ଜଳାଶୟରେ ସ୍ନାନ କଲେ ରୋଗମୁକ୍ତି ଲଭିବାର ବିଶ୍ୱାସ ରହିଛି ।
ଜନଶ୍ରୁତି କହେ ଅଜ୍ଞାତବାସ କାଳରେ ଭୀମଙ୍କର କୀଚକବଧ ଜନିତ ପାପନାଶନ ଉଦ୍ଦେଶ୍ୟରେ ଯୁଧିଷ୍ଠିର ବିଷ୍ଣୁଙ୍କ ମୂର୍ତ୍ତିଟିଏ ସ୍ଥାପନା କରି ଆରାଧନା କରିଥିଲେ । ବିଷ୍ଣୁଙ୍କର ସହସ୍ରାଧିକ ନାମ ମଧ୍ୟରେ ଅନ୍ୟତମ କପିଳମୁନିଙ୍କ ନାମରେ ନାମିତ ହୋଇଛି ଏଇ ପବିତ୍ରପୀଠ । ଆମ ଶାସ୍ତ୍ରର ଅନ୍ୟତମ ଆବେଗଧର୍ମୀ ଚରିତ୍ର କାମଧେନୁ ଗାଈଙ୍କର ପଦଚିହ୍ନ ଏଇ କପିଳମୁନି ପୀଠରେ ପୂଜିତ, ଏହି ଠାରେ ହିଁ ଗୋମାତା ପ୍ରାଣତ୍ୟାଗ କରିଥିଲେ ବୋଲି ବିଶ୍ୱାସ କରାଯାଏ ।
ସୂଚନାଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲାଟି ଆମ ରାଜ୍ୟର ପବିତ୍ରତମ ଜିଲ୍ଲା । ପର୍ଯ୍ୟଟନ ଦିଗରେ ସର୍ବାଧିକ ଗୁରୁତ୍ୱ ଏବଂ ସମ୍ଭାବନା ରହିଥିବା ଉକ୍ତ ଜିଲ୍ଲାଟି କିନ୍ତୁ କାଳକାଳକୁ ରହିଆସିଛି ଅନୁନ୍ନତତମ ଜିଲ୍ଲାର ମାନ୍ୟତା ପାଇ ।
ଜିଲ୍ଲାର ଇଷ୍ଟଦେବତା ମହାପ୍ରଭୁ ବଡ଼ଠାକୁର ବଳଭଦ୍ର ହେଲେ ହେଁ ଜିଲ୍ଲାରେ ପୂଜାପା’ନ୍ତି ମହାଦେବ ଶତାଧିକ ଶୈବପୀଠରେ । ଜିଲ୍ଲାର ନାମକରଣ ମଧ୍ୟ ମହାପ୍ରଭୁ ମହାଦେବଙ୍କୁ ନେଇ । ଆବହମାନ କାଳରୁ ଗତି କରିଆସୁଛି ପ୍ରଚଣ୍ଡ ଓ ସମୃଦ୍ଧ ଆଦିବାସୀ ସଂସ୍କୃତି ।
ଦଶପଲ୍ଲା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଅଧୁନା ନୟାଗଡ଼ ଜିଲ୍ଲା ପୂର୍ବରୁ ଚାରି ଗଡଜାତରେ ବିଭକ୍ତ ଥିଲା ଯଥା,…
~ ବାଙ୍କୀଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା' ଚର୍ଚ୍ଚିକା ଠାକୁରାଣୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ବା ଉତ୍କଳ…
~ ଓଡ଼ିଆ ସାହିତ୍ୟର ଇତିହାସ ~ ଉପସ୍ଥାପନା: ନିରଞ୍ଜନ ସାହୁ ସାହିତ୍ୟ ହେଉଛି ମୂଳତଃ ମଣିଷର। ଜୀବନର ବିବିଧ ପରିଧି…
ଔପନ୍ୟାସିକ କାହ୍ନୁଚରଣ ମହାନ୍ତି ଉପସ୍ଥାପନା: ଅନିଲ କୁମାର ପାଣିଗ୍ରାହୀ ଆବିର୍ଭାବ: ୧୧ ଅଗଷ୍ଟ ୧୯ଠ୬ ତିରୋଧାନ: ୬ ଏପ୍ରିଲ ୧୯୯୪…
~ ଶ୍ରୀଚୈତନ୍ୟଙ୍କ ଦେହାବସାନ: ବିଭିନ୍ନ ସୂତ୍ର ଆକଳନ ~ ଉପସ୍ଥାପନା: ଅମ୍ବିକା ପଟନାୟକ ଷୋଡଶ ଶତାବ୍ଦୀରେ ଭାରତରେ ଯେଉଁ ଭକ୍ତିଧାରା…
~ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ ~ ଉପସ୍ଥାପନା: ଶିଶିର ସାହୁ ମନୋଜ ଭାରତୀୟ ସ୍ଵାଧୀନତା ସଂଗ୍ରାମର ଇତିହାସ…