ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ ଓ କଵି ସନ୍ତୋଷ ପଟ୍ଟନାୟକ
ଅନୁଗୋଳରେ ଗୋରୀ କନ୍ୟାକୁ କଇରି କୁହାଯାଉଥିଲା ଵେଳେ ଢେଙ୍କାନାଳାଞ୍ଚଳରେ କହରା କେଶଯୁକ୍ତା କନ୍ୟାଙ୍କୁ ଶ୍ରଦ୍ଧାରେ କଇରି ନାମ ଦେଉଥିଵା ଦୃଷ୍ଟିଗୋଚର ହୁଏ । ଏ ଶବ୍ଦଟି ଓଡ଼ିଶାର ଵିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ରୂପେ ଚଳୁଅଛି । ନିମ୍ନରେ ଏ ଶବ୍ଦ ସହିତ ସମଧୃତ କେତେକ ଓଡ଼ିଆ ଦେଶଜ ଶବ୍ଦର ଉଦାହରଣ ଦିଆଗଲା ।
★କଅଁରା, କହରା―ପାଣ୍ଡୁର ଵର୍ଣ୍ଣ ଫିକା ହଳଦିଆ (ଅନୁଗୋଳ, କୋରାପୁଟ, ନଵରଙ୍ଗପୁର)
★କଇଁରା―ତାମ୍ରଵର୍ଣ୍ଣଵିଶିଷ୍ଟ, କହରା (ସୁନ୍ଦରଗଡ଼)
★କଇଁରିଆ―ଈଷତ ଗହମ ଵର୍ଣ୍ଣ ଯୁକ୍ତ (ରାୟଗଡ଼ା)
★କଇଁରୀ―ତାମ୍ରଵର୍ଣ୍ଣା ସ୍ତ୍ରୀ (ସୁନ୍ଦରଗଡ଼)
★କଏଁରା―ତାମ୍ର କେଶଯୁକ୍ତ ଵ୍ୟକ୍ତି, ପାଣ୍ଡୁର ଵର୍ଣ୍ଣ,ଚିଲା; ଯାହାର ଡୋଳା କଳା ନୁହେଁ(ନୂଆପଡା଼, କଳାହାଣ୍ଡି, ସମ୍ବଲପୁର)
★ଖଇରା―ଖଇର ଭଳି ରଙ୍ଗ, ଧଳା କଳା ମିଶା ରଙ୍ଗ, ପାଣ୍ଡୁର (ଗଞ୍ଜାମ, ସୁନ୍ଦରଗଡ଼)
★ଖଇରି―ଧୋଵରଙ୍ଗ, ଗୋରୀ, ଚିଲ୍ରି (ଦେଓଗଡ଼, ସାହିତ୍ୟ)
★ଖଇରିଆ―ନୁଖୁରା, କହରା, କଷରା, ଈଷତ କୁଙ୍କୁମ ଵର୍ଣ୍ଣ (ଦେଓଗଡ଼, ରାୟଗଡା଼, ନୟାଗଡ଼)
★ଖରିହା―ଧୂସର ଵର୍ଣ୍ଣିଆ (ସୁନ୍ଦରଗଡ଼)
ମନୁଷ୍ୟକୁ ପାଣ୍ଡୁ ରୋଗ ହେଲେ ଶରୀର ପାଣ୍ଡୁର ଵର୍ଣ୍ଣ ଧାରଣ କରେ ଫଳରେ ଓଡ଼ିଆଭାଷାରେ ଏ ରୋଗର ଦେଶଜ ପ୍ରତିଶବ୍ଦ ଭାବେ ଚଳୁଅଛି
★କାଆଁଳା-କାମଳ ରୋଗ (ଅନୁଗୋଳ)
★କାଆଳ-ପାଣ୍ଡୁ ରୋଗ (କେନ୍ଦ୍ରାପଡା଼)
ମେଘୁଆ ପାଗରେ କାଆଁଳିଆ ଓ କାଉଁଳିଆ ଏଵଂ ଝୋଟଜାତୀୟ ଗଛ କାଉଁରିଆ ଆଦି ଶବ୍ଦ ମଧ୍ୟ ପ୍ରୋକ୍ତ ଶବ୍ଦଗୁଡ଼ିକ ସହିତ ସମଧୃତ ହୋଇପାରନ୍ତି ।
© ଶବ୍ଦଭେଦ
ଲେଖା: ଅମ୍ବିକା ପଟ୍ଟନାୟକ ∼ ଆଚାର୍ଯ୍ୟ ଶ୍ରୀଧର ସ୍ୱାମୀ : ଭାବାର୍ଥ ଦୀପିକା ବାଣୀ ∼ ମୂକଂ କରୋତି ବାଚାଳମ…
ଲେଖା: ଅମୃତେଶ ଖଟୁଆ ∼ କବି ଲେଖନୀରେ ଜାତି ଐରାବତ ∼ ଓଡ଼ିଆ ଜାତି ପାଇଁ ତାଙ୍କର ଅପରିମେୟ ଅବଦାନ…
ଲେଖା: ଅମର ପ୍ରସାଦ ଓ ଶ୍ରୀକାନ୍ତ ସିଂହ ~ ଉତ୍ତରେଶ୍ଵର ମହାଦେବ ମନ୍ଦିର ~ ଦିନ ଥିଲା, ବିରୂପା ତଟରେ…
କୁମ୍ଭେଶ୍ୱର ମହାଦେବ ମନ୍ଦିର ଉପସ୍ଥାପନା: ଅମର ପ୍ରସାଦ ଓ ଶ୍ରୀକାନ୍ତ ସିଂହ ଆଠଗଡ଼ର ଚିର ହରିତ ପ୍ରକୃତି, ଶାନ୍ତ-ସ୍ନିଗ୍ଧ ବାତାବରଣ…
ମାଣବସା ଗୁରୁବାର ଉପସ୍ଥାପନା: ଅମୃତେଶ ଖଟୁଆ ଲକ୍ଷ୍ମୀ ମାଆ ଦେଖିଲେ ଯାଇ ନଗରୀ-ପ୍ରାନ୍ତରେ ଚଣ୍ଡାଳର କୁଟୀରଟିଏ ଅତୁଳ ଛବି ଧରେ…