ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ ଓ କଵି ସନ୍ତୋଷ ପଟ୍ଟନାୟକ
ଅନୁଗୋଳରେ ଗୋରୀ କନ୍ୟାକୁ କଇରି କୁହାଯାଉଥିଲା ଵେଳେ ଢେଙ୍କାନାଳାଞ୍ଚଳରେ କହରା କେଶଯୁକ୍ତା କନ୍ୟାଙ୍କୁ ଶ୍ରଦ୍ଧାରେ କଇରି ନାମ ଦେଉଥିଵା ଦୃଷ୍ଟିଗୋଚର ହୁଏ । ଏ ଶବ୍ଦଟି ଓଡ଼ିଶାର ଵିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ରୂପେ ଚଳୁଅଛି । ନିମ୍ନରେ ଏ ଶବ୍ଦ ସହିତ ସମଧୃତ କେତେକ ଓଡ଼ିଆ ଦେଶଜ ଶବ୍ଦର ଉଦାହରଣ ଦିଆଗଲା ।
★କଅଁରା, କହରା―ପାଣ୍ଡୁର ଵର୍ଣ୍ଣ ଫିକା ହଳଦିଆ (ଅନୁଗୋଳ, କୋରାପୁଟ, ନଵରଙ୍ଗପୁର)
★କଇଁରା―ତାମ୍ରଵର୍ଣ୍ଣଵିଶିଷ୍ଟ, କହରା (ସୁନ୍ଦରଗଡ଼)
★କଇଁରିଆ―ଈଷତ ଗହମ ଵର୍ଣ୍ଣ ଯୁକ୍ତ (ରାୟଗଡ଼ା)
★କଇଁରୀ―ତାମ୍ରଵର୍ଣ୍ଣା ସ୍ତ୍ରୀ (ସୁନ୍ଦରଗଡ଼)
★କଏଁରା―ତାମ୍ର କେଶଯୁକ୍ତ ଵ୍ୟକ୍ତି, ପାଣ୍ଡୁର ଵର୍ଣ୍ଣ,ଚିଲା; ଯାହାର ଡୋଳା କଳା ନୁହେଁ(ନୂଆପଡା଼, କଳାହାଣ୍ଡି, ସମ୍ବଲପୁର)
★ଖଇରା―ଖଇର ଭଳି ରଙ୍ଗ, ଧଳା କଳା ମିଶା ରଙ୍ଗ, ପାଣ୍ଡୁର (ଗଞ୍ଜାମ, ସୁନ୍ଦରଗଡ଼)
★ଖଇରି―ଧୋଵରଙ୍ଗ, ଗୋରୀ, ଚିଲ୍ରି (ଦେଓଗଡ଼, ସାହିତ୍ୟ)
★ଖଇରିଆ―ନୁଖୁରା, କହରା, କଷରା, ଈଷତ କୁଙ୍କୁମ ଵର୍ଣ୍ଣ (ଦେଓଗଡ଼, ରାୟଗଡା଼, ନୟାଗଡ଼)
★ଖରିହା―ଧୂସର ଵର୍ଣ୍ଣିଆ (ସୁନ୍ଦରଗଡ଼)
ମନୁଷ୍ୟକୁ ପାଣ୍ଡୁ ରୋଗ ହେଲେ ଶରୀର ପାଣ୍ଡୁର ଵର୍ଣ୍ଣ ଧାରଣ କରେ ଫଳରେ ଓଡ଼ିଆଭାଷାରେ ଏ ରୋଗର ଦେଶଜ ପ୍ରତିଶବ୍ଦ ଭାବେ ଚଳୁଅଛି
★କାଆଁଳା-କାମଳ ରୋଗ (ଅନୁଗୋଳ)
★କାଆଳ-ପାଣ୍ଡୁ ରୋଗ (କେନ୍ଦ୍ରାପଡା଼)
ମେଘୁଆ ପାଗରେ କାଆଁଳିଆ ଓ କାଉଁଳିଆ ଏଵଂ ଝୋଟଜାତୀୟ ଗଛ କାଉଁରିଆ ଆଦି ଶବ୍ଦ ମଧ୍ୟ ପ୍ରୋକ୍ତ ଶବ୍ଦଗୁଡ଼ିକ ସହିତ ସମଧୃତ ହୋଇପାରନ୍ତି ।
© ଶବ୍ଦଭେଦ
~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…
~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…
~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…
ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…
ଲେଖା: ନିରଞ୍ଜନ ସାହୁ ~ ଜଣେ ଉପେକ୍ଷିତ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ଗୋଟିଏ କଥା ମନରେ ଉଠେ, ଯେଉଁ…
ଲେଖା: ନିରଞ୍ଜନ ସାହୁ ଶ୍ରଦ୍ଧେୟ ବାଜି ! ସାଷ୍ଟାଂଗ ଦଣ୍ଡବତ ପ୍ରଣାମ ଘେନିବା ହୁଅ। ନା, ତମେ ଯେ ସାଷ୍ଟାଂଗ…