ଜଣା ଅଜଣା

ଓଡ଼ିଶା ଏକତ୍ରୀକରଣ

ଲେଖା: ଶିଶିର ସାହୁ ମନୋଜ

ବଙ୍ଗଳା ଅଧୀନରେ ଥିବା ଉପକୂଳବର୍ତ୍ତୀ ଓଡ଼ିଶା ଅଞ୍ଚଳ ଯେତେବେଳେ ନ’ଅଙ୍କ ଦୂର୍ଭିକ୍ଷର କରାଳ କାୟାରେ କବଳିତ ହୋଇ ଅର୍ଦ୍ଧାଧିକ ଓଡ଼ିଆଙ୍କୁ ହରାଇ ନିଜ ସ୍ଥିତି ସୁରକ୍ଷିତ ରଖିବାର ପ୍ରୟାସରତ ଥିଲା, ସେତେବେଳେ ଓଡ଼ିଆ ଭାଷା, ଜାତି ଓ ସଂସ୍କୃତିର ସୁରକ୍ଷା ପାଇଁ କନ୍ଧମାଳ ଭଳି ନିଘଞ୍ଚ ଜଙ୍ଗଲ ଓ ସୁଉଚ୍ଚ ପାହାଡ଼ ଘେରା ଅଜଣା ଅଶୁଣା ଅଞ୍ଚଳରେ ଏକ ଉଜ୍ବଳ ଜ୍ୟୋତିଷ୍କର ଆବିର୍ଭାବ ହେଲା । ଶୁଣିବାକୁ ମିଳିଲା ଓଡ଼ିଶା ଏକତ୍ରୀକରଣ ପାଇଁ ପ୍ରଥମ ଶଙ୍ଖନାଦ ।

ସେହି ଜ୍ୟୋତିଷ୍କ ହେଉଛନ୍ତି ବର୍ତ୍ତମାନର ଦାରଙ୍ଗବାଡି଼ ପଞ୍ଚାୟତ ସମିତି ଅନ୍ତର୍ଗତ କାଟିଙ୍ଗିଆ ଜମିଦାର ଉତ୍କଳ ରକ୍ଷକ ଶ୍ରୀ ଭେଙ୍କଟେଶ୍ବର ରାଓ ।

ସେ ଅନୁଭବ କରିଥିଲେ ଯେ ଓଡ଼ିଶାର ସର୍ବାଙ୍ଗୀନ ଉନ୍ନତି କେବଳ ଓଡ଼ିଆଙ୍କର ସ୍ବାଭିମାନୀ ସ୍ବତନ୍ତ୍ର ଶାସନରେ ହିଁ ସମ୍ଭବପର ହୋଇ ପାରିବ ତେଣୁ ସେ ସ୍ବପ୍ନ ଦେଖୁଥିଲେ ମଧ୍ଯପ୍ରଦେଶ, ମାନ୍ଦ୍ରାଜ ଏବଂ ବଙ୍ଗରେ ମିଶିଯାଇଥିବା ଓଡ଼ିଆ ଅଞ୍ଚଳର ଏକତ୍ରୀକରଣ ।

୧୮୮୬ ମସିହାରେ ଜମିଦାରୀ କ୍ଷମତା ପାଇବା ପରେ ସେ ନିଜ ଚିନ୍ତାଧାରାକୁ କାର୍ଯ୍ୟରେ ପରିଣତ କରିବା ପାଇଁ ହଦଗଡ଼, ମୁଠା (ଟିକାପାଲି), ଚକାପାଦ, ଗଞ୍ଜାମ, ଅଠର ଓ ବାରମୁଠାର ସମସ୍ତ ରୟତ, କରଡା଼, ରଣବା, ଗଦାପୁର, ପାଲୁର, ହୁମା, ଗଞ୍ଜା, ମହୁରୀ, ସୁରଙ୍ଗୀ, ଜରଡା, ଖଲ୍ଲିକୋଟ, ଆଠଗଡ଼, ଘୁମୁସର, ଧରାକୋଟ, ସୋରଡା଼, ଖେମୁଣ୍ଡି, ଚିକିଟି, ଜଳନ୍ତର, ମଞ୍ଜୁଷା, ପାରଳା ଆଦି ଅଞ୍ଚଳର ଦେଶୀୟ ରାଜା, ଭାଷାପ୍ରେମୀ ଶିକ୍ଷିତ ଓଡ଼ିଆ, ବିଭିନ୍ନ ଛୋଟ ବଡ଼ ସାଂସ୍କୃତିକ ଅନୁଷ୍ଠାନ ଓ ସଂଗଠନ ସଦସ୍ୟଗଣଙ୍କ ସହ ଯୋଗସୂତ୍ର ସ୍ଥାପନକରି ସେପ୍ଟେମ୍ବର ୧୮୭୦ରେ ରସୁଲକୁଣ୍ଡା (ବର୍ତ୍ତମାନର ଭଞ୍ଜନଗର) ଠାରେ ଏକ ସଭାର ଆୟୋଜନ କଲେ ।

ଏହି ସଭାରେ ଦକ୍ଷିଣ ଓଡ଼ିଶା ଅଞ୍ଚଳରେ ତେଲୁଗୁଭାଷୀଙ୍କ ପାର୍ଦୁଭାବକୁ ତୀବ୍ର  ଭର୍ତ୍ସନା କରାଯିବା ସହ ଏଠିକାର ନ୍ୟାୟାଳୟ ଓ ବିଦ୍ୟାଳୟରେ ଓଡ଼ିଆ ଭାଷା ପ୍ରଚଳନ ସଂପର୍କରେ ବିସ୍ତୃତ ଆଲୋଚନା କରାଯାଇ ପ୍ରସ୍ତୁତ ହୋଇଥିବା ମାନପତ୍ର ତତ୍କାଳୀନ ମାନ୍ଦ୍ରାଜ ଲାଟଙ୍କୁ ପ୍ରଦାନ କରାଯାଇଥିଲା ।

ତେବେ ଏହି ସଭାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି ସମଗ୍ର ଓଡ଼ିଶା ଏକତ୍ରୀକରଣ ପାଇଁ ପ୍ରଥମ ଶଙ୍ଖନାଦ ଏହିଠାରେ ହିଁ ନିନାଦିତ ହୋଇଥିଲା ଏବଂ ଯାହା ମଧ୍ଯପ୍ରଦେଶ ଓ ବଙ୍ଗ ଅନ୍ତର୍ଭୁକ୍ତ ତତ୍କାଳୀନ ଜାତୀୟତାବାଦୀ ଓଡ଼ିଆଙ୍କର ହୃଦୟ ତନ୍ତ୍ରୀରେ କମ୍ପନ ସୃଷ୍ଟି କରିଥିଲା !

ଆଧାର: “କେବଳ ଭାଷାପାଇଁ” ପ୍ରବନ୍ଧ, ଭାଷା ଓ ଜାତୀୟତା, ଡ଼ଃ ସୁବ୍ରତ କୁମାର ପୃଷ୍ଟି

Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

3 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

3 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

4 weeks ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

4 weeks ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

4 weeks ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago