ଜଣା ଅଜଣା

ଓଡ଼ିଶାର ପ୍ରଥମ ବିଦ୍ୟାଳୟ

ଉପସ୍ଥାପନା: ଦେଵ ତ୍ରିପାଠୀ

ଓଡ଼ିଶାର ପ୍ରଥମ ବିଦ୍ୟାଳୟ ।

ଓଡ଼ିଶାକୁ ଇଷ୍ଟଇଣ୍ଡିଆ କମ୍ପାନୀ ୧୮୦୩ରେ ମରହଟ୍ଟାମାନଙ୍କ କବଳରୁ ଦଖଲ କଲା ମାତ୍ର ୩/୪ ଘଣ୍ଟାର ଲଢ଼େଇ ପରେ । ଇଂରେଜମାନଙ୍କ ନିକଟରୁ ପରାସ୍ତ ହୋଇ ମରହଟ୍ଟାମାନେ ଓଡ଼ିଶାର ରାଜଧାନୀ କଟକର ବାରବାଟୀ ଦୁର୍ଗରୁ ପଳାୟନ କରିଥିଲେ । ମାତ୍ର ଇଂରେଜମାନଙ୍କୁ କ୍ରମାଗତ ଭାବେ ଓଡ଼ିଶାର ସ୍ଥାନୀୟ ରାଜା, ଜମିଦାରମାନଙ୍କ ବିଦ୍ରୋହର ମୁକାବିଲା କରିବାକୁ ପଡ଼ିଥିଲା ।

ପ୍ରଥମେ ଜୟୀ ରାଜଗୁରୁ, ପରେ ବକ୍ସି ଜଗବନ୍ଧୁଙ୍କ ନେତ୍ରୁତ୍ୱରେ ଖୋର୍ଦ୍ଧାର ପାଇକ, ଘୁମୁସରର କନ୍ଧମେଳି, କନିକାକୁଜଙ୍ଗ ରାଜାଙ୍କ ବିଦ୍ରୋହ, ପରେ ପରେ କନ୍ଧମାଳର ଦୋରାଚକରା ବିଷୋୟୀଙ୍କ ବିଦ୍ରୋହ ତଥା ଅନୁଗୁଳ ରାଜାଙ୍କ ବିଦ୍ରୋହ ଇଂରେଜମାନଙ୍କୁ ବ୍ୟତିବ୍ୟସ୍ତ କରି ଦେଇଥିଲା । ତା ପରେ ଇଂରେଜ ମିଶନାରୀ (ଖ୍ରୀଷ୍ଟଧର୍ମ ପ୍ରଚାରକ) ମାନଙ୍କ ପ୍ରଚେଷ୍ଟାରେ ୟୁରୋପୀୟ ଢାଞ୍ଚାରେ ଓଡ଼ିଶାରେ ଶିକ୍ଷାର ପ୍ରଚାରପ୍ରସାର ଲାଗି ଇଂରାଜୀ-ଓଡ଼ିଆ ଭର୍ଣାକୁଲାର ବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା । କଟକଠାରେ ସର୍ବପ୍ରଥମେ ଇଂରାଜୀ-ଓଡ଼ିଆ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା ୧୮୩୭ରେ । ତାହା ଥିଲା ଓଡ଼ିଶାର ପ୍ରଥମ ବିଦ୍ୟାଳୟ ।


ଆଜିବି ସେ ବିଦ୍ୟାଳୟ କଟକର ମଧୁସୂଦନ ମାର୍ଗରେ ଅଛି । ତାକୁ ଏବେ ଓଡ଼ିଶାର ଖ୍ରୀଷ୍ଟୀୟ ମିଶନାରୀମାନେ ସଫଳତାର ସହ ପରିଚାଳନା କରୁଛନ୍ତି । ଏବେ ପ୍ରାୟ ୩୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଏହି ବିଦ୍ୟାଳୟରେ ଅଧ୍ୟୟନ କରୁଛନ୍ତି ।

ଶତପ୍ରଣାମ ସେହି ୧୮୨ ବର୍ଷ ପ୍ରାଚୀନ ବିଦ୍ୟାଳୟକୁ, ଯେଉଁଠାରୁ ଓଡ଼ିଶାରେ ଆଧୁନିକ ଶିକ୍ଷାବିସ୍ତାରର ଭିତ୍ତି ସ୍ଥାପିତ ହୋଇଥିଲା ।

ବଦେ ଉତ୍କଳ ଜନନୀ II ବନ୍ଦେ କଟକ II

ମୂଳ ଲେଖା ଓ ତଥ୍ୟ: Sri Hussain Rabi Gandhi, Cuttack

 

#ଜଣାଅଜଣା

Spread the love
admin

Recent Posts

ମା’ ନାରାୟଣୀ

~ ମା' ନାରାୟଣୀ ~ ଉପସ୍ଥାପନା: ନୟାଗଡ଼ ଇତିହାସ ଖୋର୍ଦ୍ଧା ଗଜପତି ଦ୍ୱିତୀୟ ରାମଚନ୍ଦ୍ର ଦେବଙ୍କ ନିର୍ଦେଶରେ ଆଠଗଡ, ନୟାଗଡ଼,…

1 week ago

ପଣ୍ଡିତ ଗୋଦାବରୀଶ ମିଶ୍ର

~ ପଣ୍ଡିତ ଗୋଦାବରୀଶ ମିଶ୍ର ~ ଉପସ୍ଥାପନା: ଅମୃତେଶ ଖଟୁଆ "ତୁଙ୍ଗ ଶିଖରୀ ଚୂଳ କୁଞ୍ଜ କାନନ-ମାଳ ପୁଣ୍ୟ ଜଳଧି-ଜଳ…

2 weeks ago

ଅଖିଳ ମୋହନ ପଟ୍ଟନାୟକ

ଅଖିଳ ମୋହନ ପଟ୍ଟନାୟକ ଉପସ୍ଥାପନା: ଅମୃତେଶ ଖଟୁଆ "ବାସ୍ତବତା କଳ୍ପନା ଠାରୁ ପୃଥକ୍ ରହିକି କେବେ ବି ସମାଜରେ ଦର୍ପଣ…

3 weeks ago

ସର୍ପେଶ୍ୱର ମହାଦେବ

~ ସର୍ପେଶ୍ୱର ମହାଦେବ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଜନଶ୍ରୁତି ଅନୁସାରେ ଓଡ଼ିଶାର ପ୍ରାଚୀନ ଶୈବପୀଠ ଆଠଗଡ଼ ଅନ୍ତର୍ଗତ ବଳରାମପୁର…

1 month ago

ମହାଲକ୍ଷ୍ମୀ

~ ଶ୍ରୀମନ୍ଦିରରେ ମାଆ ମହାଲକ୍ଷ୍ମୀ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମାଆ ମହାଲକ୍ଷ୍ମୀ ହେଉଛନ୍ତି ଧନ, ଐଶ୍ୱର୍ଯ୍ୟର ଦେବୀ l…

1 month ago

ଅଟ୍ଟାଳି ଜଗନ୍ନାଥ

~ ଆଠଗଡ଼ ବିଜେ ମହାପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ସ୍ପନ୍ଦନ…

1 month ago