ଲେଖା: ଶିଶିର ସାହୁ ମନୋଜ
ପବିତ୍ର ଭୂମି ଓଡ଼ିଶାରେ ମୁସଲମାନ ଆକ୍ରମଣ ! ସମସ୍ତ ଓଡ଼ିଆ ପ୍ରାଣଙ୍କ ଗୋଚରାର୍ଥେ ଏଠାରେ ଉଲ୍ଲେଖ କରାଗଲା ।
୧. ୧୨୧୨ରେ ଦିଲ୍ଲୀ ସୁଲତାନ୍ ଗୟାସୁଦ୍ଦିନ ବଙ୍ଗକୁ କର ମାଗିଲା, ତାପରେ ଓଡ଼ିଶା ପାଳି ପଡିଲା । ଲାଙ୍ଗୁଳା ନରସିଂହ ଦେବ କର ଦେବାକୁ ଅଗ୍ରାହ୍ଯ କରିଦେଲେ । ଗୟାସୁଦ୍ଦିନ ରାଗ ରଖି ଅନେକ ଥର ଓଡିଶାକୁ ସୈନ୍ଯ ପ୍ରେରଣ କରି ମଧ୍ଯ ବାରମ୍ବାର ପରାଜିତ ହେଲା ।
୨. ୧୨୪୨ରେ ତୋଗାନ ଖାଁ ଓଡିଶା ଆକ୍ରମଣ କଲା । ଓଡ଼ିଆ ଲୋକେ ତାକୁ ତଡିଦେଇ ଗୌଡଦେଶ ଅଧିକାର କଲେ ।
୩. ୧୨୫୩ରେ ପୁନଃ ଓଡ଼ିଶାରେ ମୁସଲମାନ ଆକ୍ରମଣ ହେଲା, ଅଥଚ ଶୋଚନୀୟ ପରାଜୟରେ ଭୟଭୀତ ହୋଇ ପଳାୟନ କଲେ ।
୪. ୧୩୦୯ରେ ଓଡ଼ିଶା ରାଜା ନିଜ ପ୍ରଜା ବିରୋଧରେ ମୁସଲମାନଙ୍କ ଠାରୁ ସାହାଯ୍ୟ ଲୋଡିଲେ, ମୁସଲମାନ ଏଇଠୁ ବଳ କଳିନେଲେ !
୫. ୧୩୦୯ ରୁ ୧୪୫୧ ଯାଏଁ ମୁସଲମାନ ମାନେ ଓଡିଶା ଆକ୍ରମଣରୁ କ୍ଷାନ୍ତ ହେଲେ ।
୬. ୧୪୫୧ରେ ଦଳେ ପଠାଣ ଆସି ଓଡିଶାରେ ଲୁଟପାଟ ଆରମ୍ଭ କରିଦେଲେ । ସେତେବେଳେ ମୁସ୍ଲିମ ଲୋକେ ଦକ୍ଷିଣ ଭାରତରେ ମଧ୍ଯ ଅଶାନ୍ତି ସୃଷ୍ଟି କରିଥିଲେ, ତେଣୁ ଦକ୍ଷିଣର କେତେକ ରାଜାଙ୍କ ସହ ମିଶି ଓଡିଶା ରାଜା ସେମାନଙ୍କ ସହ ଯୁଦ୍ଧ କଲେ । ଶେଷରେ ୮୦୦୦୦୦୦ ଟଙ୍କା ସନନ୍ଦରେ ଦେଇ ଓଡିଶା ରାଜା ସନ୍ଧିପତ୍ର କିଣିଲେ ।
୭. ୮.ପୁନଶ୍ଚ ଗୃହବିବାଦ ଘଟିଲା । ଏଥର ଓଡିଶା ସହ ଦକ୍ଷିଣୀ ରାଜାଙ୍କ ଝଗଡା ଲାଗିଲା । ମୁସଲମାନ ମିତ୍ରଙ୍କ ସାହାଯ୍ୟ ଲୋଡା ହେଲା । ଏ ମିତ୍ର ତ ଏମିତି ସେମିତି ନୁହଁନ୍ତି, ବଡ଼ ଦଗାଦିଆ ରକ୍ତ ତାଙ୍କର ! ସୁଯୋଗ ପାଇଁ ରାଜମହେନ୍ଦ୍ରୀ, କଣ୍ଟାପାଲୀ ଦୁର୍ଗଦ୍ବୟ ଅଧିକାର କରିନେଲେ । ଦୁଇ ବିଲେଇ ଲଢିମଲେ ମାଙ୍କଡ ମଜାରେ ପିଠା ଖାଇଲା ଭଳିଆ କଥା ହେଲା ।
୮. ଓଡିଶା ରାଜାଙ୍କ ଜ୍ଞାନୋଦୟ ହେଲା ! ପୁଣି ଦକ୍ଷିଣ ଭାରତୀୟ ରଜାଙ୍କ ସହ ବନ୍ଧୁତା ବାନ୍ଧିଲେ । ମୁସଲମାନଙ୍କୁ କଥାଟା ନାପସନ୍ଦ ଲାଗିଲା । ୨୦୦୦୦ ମୁସ୍ଲିମ୍ ଆସି ଓଡିଶାରେ ଭୟଙ୍କର ଲୁଟପାଟ, ହତ୍ୟା, ଧନ ଆଦାୟ କରି ଫେରିଲେ !
୯. ପଞ୍ଚଦଶ ଶତାବ୍ଦୀ ଶେଷଭାଗ ! ମୁସଲମାନ ମିତ୍ରଙ୍କ ସହ ଓଡ଼ିଶା ରାଜା ରାଜମହେନ୍ଦ୍ରୀ ବିରୋଧରେ ଯୁଦ୍ଧ କରୁଥିବା ସହ ଶତାବ୍ଦୀ ଶେଷ ହେଲା ।
୧୦. ଶୋଡ଼ଷ ଶତାବ୍ଦୀରେ ରାଜମହେନ୍ଦ୍ରୀ ରାଜା କୃଷ୍ଣଦେବରାୟଙ୍କ ଯୁଗ ଆରମ୍ଭ ହୋଇଯାଇଥିଲା । ସେ ସମସ୍ତ ଦକ୍ଷିଣ ଭାରତୀୟ ହିନ୍ଦୁ ଶକ୍ତି ଏକତ୍ରୀତ କରି ମୁସଲମାନଙ୍କ ସହ ଏଭଳି ଯୁଦ୍ଧ କରିଥିଲେ ଯାହା ବିଶ୍ବରେ ବିରଳ । ଯୁଦ୍ଧରେ ଶତ୍ରୁସୈନ୍ଯ ମରଣ ଭୟରେ ସମୁଦ୍ର ମଧ୍ୟ ଦେଇ ପଳାୟନ କରିବାକୁ ଚେଷ୍ଟା କରି ଅନେକାଂଶରେ ମରଣମୁଖରେ ପଡିଥିଲେ ।
୧୧. ଓଡିଶାରାଜା କପିଳେନ୍ଦ୍ର ଦେବଙ୍କ ସହ କୃଷ୍ଣଦେବରାୟଙ୍କର ବିବାଦ ହେଲାରୁ ଯୁଦ୍ଧ ହେଲା । କପିଳେନ୍ଦ୍ରଙ୍କ ବୀରତ୍ବରେ ପ୍ରଭାବିତ ହୋଇ କୃଷ୍ଣଦେବରାୟ ନିଜ ଭଉଣୀର ବିବାହ କରିଦେଲେ । ସେ ଯୁଗରେ ଗୋଟିଏ ପଟେ ସମସ୍ତ ଉତ୍ତରଭାରତ ମୁସଲମାନ ଶାସନାଧୀନ ଥିଲାବେଳେ ଓଡିଶା-ରାଜମହେନ୍ଦ୍ରୀ (ତେଲେଙ୍ଗାନା) ରାଜା ମିଶି ମୁସଲମାନଙ୍କର ବିରୋଧରେ କଡା଼ ସଂଘର୍ଷ କରିଥିଲେ ।
© ଶିଶିର ସାହୁ ମନୋଜ
ଲେଖା: ଅମ୍ବିକା ପଟ୍ଟନାୟକ ∼ ଆଚାର୍ଯ୍ୟ ଶ୍ରୀଧର ସ୍ୱାମୀ : ଭାବାର୍ଥ ଦୀପିକା ବାଣୀ ∼ ମୂକଂ କରୋତି ବାଚାଳମ…
ଲେଖା: ଅମୃତେଶ ଖଟୁଆ ∼ କବି ଲେଖନୀରେ ଜାତି ଐରାବତ ∼ ଓଡ଼ିଆ ଜାତି ପାଇଁ ତାଙ୍କର ଅପରିମେୟ ଅବଦାନ…
ଲେଖା: ଅମର ପ୍ରସାଦ ଓ ଶ୍ରୀକାନ୍ତ ସିଂହ ~ ଉତ୍ତରେଶ୍ଵର ମହାଦେବ ମନ୍ଦିର ~ ଦିନ ଥିଲା, ବିରୂପା ତଟରେ…
କୁମ୍ଭେଶ୍ୱର ମହାଦେବ ମନ୍ଦିର ଉପସ୍ଥାପନା: ଅମର ପ୍ରସାଦ ଓ ଶ୍ରୀକାନ୍ତ ସିଂହ ଆଠଗଡ଼ର ଚିର ହରିତ ପ୍ରକୃତି, ଶାନ୍ତ-ସ୍ନିଗ୍ଧ ବାତାବରଣ…
ମାଣବସା ଗୁରୁବାର ଉପସ୍ଥାପନା: ଅମୃତେଶ ଖଟୁଆ ଲକ୍ଷ୍ମୀ ମାଆ ଦେଖିଲେ ଯାଇ ନଗରୀ-ପ୍ରାନ୍ତରେ ଚଣ୍ଡାଳର କୁଟୀରଟିଏ ଅତୁଳ ଛବି ଧରେ…