ଇତିହାସ

ଓଡ଼ିଶାରେ ମୁସଲମାନ ଆକ୍ରମଣ

ଲେଖା: ଶିଶିର ସାହୁ ମନୋଜ

ପବିତ୍ର ଭୂମି ଓଡ଼ିଶାରେ ମୁସଲମାନ ଆକ୍ରମଣ ! ସମସ୍ତ ଓଡ଼ିଆ ପ୍ରାଣଙ୍କ ଗୋଚରାର୍ଥେ ଏଠାରେ ଉଲ୍ଲେଖ କରାଗଲା ।

୧. ୧୨୧୨ରେ ଦିଲ୍ଲୀ ସୁଲତାନ୍ ଗୟାସୁଦ୍ଦିନ ବଙ୍ଗକୁ କର ମାଗିଲା, ତାପରେ ଓଡ଼ିଶା ପାଳି ପଡିଲା । ଲାଙ୍ଗୁଳା ନରସିଂହ ଦେବ କର ଦେବାକୁ ଅଗ୍ରାହ୍ଯ କରିଦେଲେ । ଗୟାସୁଦ୍ଦିନ ରାଗ ରଖି ଅନେକ ଥର ଓଡିଶାକୁ ସୈନ୍ଯ ପ୍ରେରଣ କରି ମଧ୍ଯ ବାରମ୍ବାର ପରାଜିତ ହେଲା ।

୨. ୧୨୪୨ରେ ତୋଗାନ ଖାଁ ଓଡିଶା ଆକ୍ରମଣ କଲା । ଓଡ଼ିଆ ଲୋକେ ତାକୁ ତଡିଦେଇ ଗୌଡଦେଶ ଅଧିକାର କଲେ ।

୩. ୧୨୫୩ରେ ପୁନଃ ଓଡ଼ିଶାରେ ମୁସଲମାନ ଆକ୍ରମଣ ହେଲା, ଅଥଚ ଶୋଚନୀୟ ପରାଜୟରେ ଭୟଭୀତ ହୋଇ ପଳାୟନ କଲେ ।

୪. ୧୩୦୯ରେ ଓଡ଼ିଶା ରାଜା ନିଜ ପ୍ରଜା ବିରୋଧରେ ମୁସଲମାନଙ୍କ ଠାରୁ ସାହାଯ୍ୟ ଲୋଡିଲେ, ମୁସଲମାନ ଏଇଠୁ ବଳ କଳିନେଲେ  !

୫. ୧୩୦୯ ରୁ ୧୪୫୧ ଯାଏଁ ମୁସଲମାନ ମାନେ ଓଡିଶା ଆକ୍ରମଣରୁ କ୍ଷାନ୍ତ ହେଲେ ।

୬. ୧୪୫୧ରେ ଦଳେ ପଠାଣ ଆସି ଓଡିଶାରେ ଲୁଟପାଟ ଆରମ୍ଭ କରିଦେଲେ । ସେତେବେଳେ ମୁସ୍ଲିମ ଲୋକେ ଦକ୍ଷିଣ ଭାରତରେ ମଧ୍ଯ ଅଶାନ୍ତି ସୃଷ୍ଟି କରିଥିଲେ, ତେଣୁ ଦକ୍ଷିଣର କେତେକ ରାଜାଙ୍କ ସହ ମିଶି ଓଡିଶା ରାଜା ସେମାନଙ୍କ ସହ ଯୁଦ୍ଧ କଲେ । ଶେଷରେ ୮୦୦୦୦୦୦ ଟଙ୍କା ସନନ୍ଦରେ ଦେଇ ଓଡିଶା ରାଜା ସନ୍ଧିପତ୍ର କିଣିଲେ ।

୭. ୮.ପୁନଶ୍ଚ ଗୃହବିବାଦ ଘଟିଲା । ଏଥର ଓଡିଶା ସହ ଦକ୍ଷିଣୀ ରାଜାଙ୍କ ଝଗଡା ଲାଗିଲା । ମୁସଲମାନ ମିତ୍ରଙ୍କ ସାହାଯ୍ୟ ଲୋଡା ହେଲା । ଏ ମିତ୍ର ତ ଏମିତି ସେମିତି ନୁହଁନ୍ତି, ବଡ଼ ଦଗାଦିଆ ରକ୍ତ ତାଙ୍କର ! ସୁଯୋଗ ପାଇଁ ରାଜମହେନ୍ଦ୍ରୀ, କଣ୍ଟାପାଲୀ ଦୁର୍ଗଦ୍ବୟ ଅଧିକାର କରିନେଲେ । ଦୁଇ ବିଲେଇ ଲଢିମଲେ ମାଙ୍କଡ ମଜାରେ ପିଠା ଖାଇଲା ଭଳିଆ କଥା ହେଲା ।

୮. ଓଡିଶା ରାଜାଙ୍କ ଜ୍ଞାନୋଦୟ ହେଲା ! ପୁଣି ଦକ୍ଷିଣ ଭାରତୀୟ ରଜାଙ୍କ ସହ ବନ୍ଧୁତା ବାନ୍ଧିଲେ । ମୁସଲମାନଙ୍କୁ କଥାଟା ନାପସନ୍ଦ ଲାଗିଲା । ୨୦୦୦୦ ମୁସ୍ଲିମ୍ ଆସି ଓଡିଶାରେ ଭୟଙ୍କର ଲୁଟପାଟ, ହତ୍ୟା, ଧନ ଆଦାୟ କରି ଫେରିଲେ !

୯. ପଞ୍ଚଦଶ ଶତାବ୍ଦୀ ଶେଷଭାଗ ! ମୁସଲମାନ ମିତ୍ରଙ୍କ ସହ ଓଡ଼ିଶା ରାଜା ରାଜମହେନ୍ଦ୍ରୀ ବିରୋଧରେ ଯୁଦ୍ଧ କରୁଥିବା ସହ ଶତାବ୍ଦୀ ଶେଷ ହେଲା ।

୧୦. ଶୋଡ଼ଷ ଶତାବ୍ଦୀରେ ରାଜମହେନ୍ଦ୍ରୀ ରାଜା କୃଷ୍ଣଦେବରାୟଙ୍କ ଯୁଗ ଆରମ୍ଭ ହୋଇଯାଇଥିଲା । ସେ ସମସ୍ତ ଦକ୍ଷିଣ ଭାରତୀୟ ହିନ୍ଦୁ ଶକ୍ତି ଏକତ୍ରୀତ କରି ମୁସଲମାନଙ୍କ ସହ ଏଭଳି ଯୁଦ୍ଧ କରିଥିଲେ ଯାହା ବିଶ୍ବରେ ବିରଳ । ଯୁଦ୍ଧରେ ଶତ୍ରୁସୈନ୍ଯ ମରଣ ଭୟରେ ସମୁଦ୍ର ମଧ୍ୟ ଦେଇ ପଳାୟନ କରିବାକୁ ଚେଷ୍ଟା କରି ଅନେକାଂଶରେ ମରଣମୁଖରେ ପଡିଥିଲେ ।

୧୧. ଓଡିଶାରାଜା କପିଳେନ୍ଦ୍ର ଦେବଙ୍କ ସହ କୃଷ୍ଣଦେବରାୟଙ୍କର ବିବାଦ ହେଲାରୁ ଯୁଦ୍ଧ ହେଲା ।  କପିଳେନ୍ଦ୍ରଙ୍କ ବୀରତ୍ବରେ ପ୍ରଭାବିତ ହୋଇ କୃଷ୍ଣଦେବରାୟ ନିଜ ଭଉଣୀର ବିବାହ କରିଦେଲେ । ସେ ଯୁଗରେ ଗୋଟିଏ ପଟେ ସମସ୍ତ ଉତ୍ତରଭାରତ ମୁସଲମାନ ଶାସନାଧୀନ ଥିଲାବେଳେ ଓଡିଶା-ରାଜମହେନ୍ଦ୍ରୀ (ତେଲେଙ୍ଗାନା) ରାଜା ମିଶି ମୁସଲମାନଙ୍କର ବିରୋଧରେ କଡା଼ ସଂଘର୍ଷ କରିଥିଲେ ।

© ଶିଶିର ସାହୁ ମନୋଜ

Spread the love
admin

Recent Posts

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 weeks ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

3 weeks ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

4 weeks ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…

4 weeks ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ଜଣେ ଉପେକ୍ଷିତ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ଗୋଟିଏ କଥା ମନରେ ଉଠେ, ଯେଉଁ…

4 weeks ago

ଛଅଟି କୋକେଇ

ଲେଖା: ନିରଞ୍ଜନ ସାହୁ ଶ୍ରଦ୍ଧେୟ ବାଜି ! ସାଷ୍ଟାଂଗ ଦଣ୍ଡବତ ପ୍ରଣାମ ଘେନିବା ହୁଅ। ନା, ତମେ ଯେ ସାଷ୍ଟାଂଗ…

1 month ago